ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ଆଗରେ ବସି କାମ କରିବା ଫଳରେ ଶୁଷ୍କ ଆଖି ସମସ୍ୟା ଦେଖାଦେଇଥାଏ।

office

ଅଧିକ ପଢ଼ନ୍ତୁ: ମସ୍ତିଷ୍କ ଏବଂ ଶରୀରକୁ କ୍ଷତି ପହଞ୍ଚାଏ ମୋବାଇଲ

ଆଜିକାଲି ଡିଜିଟାଲ ଯୁଗ ସହ ପ୍ରତିଯୋଗିତାର ଯୁଗ ମଧ୍ୟ ଚାଲିଛି। ସେଥିପାଇଁ ଅଫିସରେ ଘଣ୍ଟା ଘଣ୍ଟା ସମୟ ବିତିଗଲେ ମଧ୍ୟ କାମ ସରିନଥାଏ। ଅଫିସରେ କାମ କରୁଥିବା କର୍ମଚାରୀଙ୍କ ପାଖରେ ବେଳ ନାହିଁ। ଥରେ କମ୍ପ୍ୟୁଟର ସାମ୍ନାରେ ବସିଗଲେ ବିତିଯାଉଛି ଘଣ୍ଟା ଘଣ୍ଟା ସମୟ। ଏପରି ସ୍ଥଳେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାରେ ସେମାନେ ଅବହେଳା କରିଥାନ୍ତି।

ଦୀର୍ଘ ସମୟ ଧରି କମ୍ପ୍ୟୁଟରରେ ଆଗରେ କାମ କରିବା ଫଳରେ ଯୁବାବସ୍ଥାରୁ ହିଁ ଅନେକ ଲୋକଙ୍କ ଆଖି ଶୁଷ୍କତା ବା ଆଇ ଡ୍ରାଏ ନେସ ଭଳି ସମସ୍ୟା ଦେଖାଦେଇଥାଏ।

ଆଖି ଲୁହରେ ଥିବା ବିଭିନ୍ନ ରୋଗ ପ୍ରତିରୋଧକ ଶକ୍ତି ଆଖିକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରିଥାଏ। ଆଖି ଲୁହ ଆଖି ଏବଂ ଆଖି ପତା ମଧ୍ୟରେ ଆବରଣ ତିଆରି କରିଥାଏ। ଯାହା ଫଳରେ ଆଖି ସୁରକ୍ଷିତ ରହିଥାଏ।

ଆଖି ଶୁଷ୍କ ହୋଇଯାଏ କାହିଁକି?

ଅଧିକ ସମୟ ଧରି କମ୍ପ୍ୟୁଟର ଦେଖିବା

ଟିଭିକୁ ଅତି ପାଖରୁ ଦେଖିବା

ଦୀର୍ଘ ସମୟ ପାଇଁ ଗାଡ଼ି ଚଳାଇବା

ଆଖି ବିଭିନ୍ନ ପ୍ରଦୂଷଣ ସଂସ୍ପର୍ଶରେ ଆସିବା

ଅଧିକ ସମୟ ପର୍ଯ୍ୟନ୍ତ ଆଖି ପତା ନ ପକାଇବା

ବୟସ ବୃଦ୍ଧି ସହ ଆଖିରୁ ଆଣ୍ଡ୍ରଜେନ ହରମୋନ ହ୍ରାସ ପାଇବା

office work

ଅଧିକ ପଢ଼ନ୍ତୁ: ଅଧିକ ମୋବାଇଲ ବ୍ୟବହାର କରୁଛନ୍ତି କି? ସାବଧାନ!

କେଉଁମାନଙ୍କର ନିକଟରେ ଶୁଷ୍କ ଆଖି ସମସ୍ୟା ଦେଖାଦେଇଥାଏ?

ଅଧିକ ସମୟ କମ୍ପ୍ୟୁଟରରେ କାମ କରୁଥିବା ବ୍ୟକ୍ତି

ନିୟମିତ ଗାଡ଼ି ଚଳାଉଥିବା ବ୍ୟକ୍ତି

ବୟସ୍କ ଲୋକ

ଉଚ୍ଚ ରକ୍ତଚାପ ଏବଂ ଡାଏବେଟିସରେ ଶିକାର ବ୍ୟକ୍ତି

ଶ୍ଵାସ ରୋଗୀ

ଅଧିକ କୋଲେଷ୍ଟ୍ରୋଲ ଥିବା ବ୍ୟକ୍ତି

ଧୂମ୍ରପାନ ଏବଂ ନିଶାସେବନ କରୁଥିବା ବ୍ୟକ୍ତି

ଶୁଷ୍କ ଆଖି ସମସ୍ୟାର ଲକ୍ଷଣ

ଆଖିରେ ଧୂଳି ପଡ଼ିବା ପରି ଅନୁଭବ ହେବା

ଆଖି ଅଜାଣି ଲାଗିବା

ଆଖି ଜଳାପୋଡ଼ା ହେବା

ପ୍ରବଳ କୁଣ୍ଢାଇ ହେବା

ଠିକରେ ନିଦ ନ ହେବା

ସାମ୍ନା ଜିନିଷ ସ୍ପଷ୍ଟ ଦେଖାନଯିବା

ବାରମ୍ବାର ଚଷମା ଲେନ୍ସ ବଦଳାଇବାକୁ ପଡ଼ିଥାଏ

ଆଖି ପତା ଆପେ ଆପେ ବନ୍ଦ ହୋଇଯିବା

eye test

ଅଧିକ ପଢ଼ନ୍ତୁ: ଡିଜିଟାଲ ବହି ନା ପ୍ରିଣ୍ଟ ବହି- କେଉଁଟି ଆଖି ପାଇଁ ଭଲ?

ଶୁଷ୍କ ଆଖି ସମସ୍ୟାର ଚିକିତ୍ସା

ଏହି ସମସ୍ୟାର ଚିକିତ୍ସା ଏହାର କାରଣ ଉପରେ ନିର୍ଭର କରିଥାଏ। ଯଦି ଅଫିସ ସମ୍ପର୍କିତ ଏହି ସମସ୍ୟା ହୋଇଥାଏ ତେବେ କମ୍ପ୍ୟୁଟର ବ୍ୟବହାର କରିବା ସମୟରେ କେତେଗୁଡ଼ିଏ ଦିଗ ମାନିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ପ୍ରଦୂଷଣ ଜନିତ କାରଣରୁ ଆଖିକୁ ରକ୍ଷା କରିବା ପାଇଁ ଅନେକ ଉପାୟ ରହିଛି। ଲୁହ ବଦଳରେ ଆଖି ମଧ୍ୟରେ ଅନ୍ୟ ତରଳ ପଦାର୍ଥ ଆସ୍ତରଣ ପାଇଁ ଆଇ ଡ୍ରପ ପଳାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ବିଭିନ୍ନ ସର୍ଜିକାଲ ଉପାୟରେ ଲୁହ ନ ବୋହିବା ପାଇଁ ଚିକିତ୍ସା କରାଯାଇଥାଏ।

ପ୍ରତିକାର

ବାହାରକୁ ଯିବା ସମୟରେ ଚଷମା ପିନ୍ଧନ୍ତୁ।

କମ୍ପ୍ୟୁଟରରୁ ଆଖି ବାହାର କରି କିଛି ସମୟ ବିରତି ନିଅନ୍ତୁ।

ଆଖି ପତା ପକାଇବାକୁ ଭୁଲନ୍ତୁ ନାହିଁ।

ଅଧିକ ସମୟ ଏସିରେ ବସନ୍ତୁ ନାହିଁ।

ଅତି ପାଖରୁ ଟିଭି ଦେଖନ୍ତୁ ନାହିଁ।

ଥଣ୍ଡା ପାଣିରେ ଆଖି ଧୁଅନ୍ତୁ।