ଖାଇବାରେ ଅଧିକ ମିଠା ଖାଉଛନ୍ତି କି? ଅଧିକ ମିଠା ହୃଦଘାତର କାରଣ ହୋଇପାରେ।

ମିଠା ଜାତୀୟ ଖାଦ୍ୟ ପାଟିକୁ ସ୍ୱାଦିଷ୍ଟ ଲାଗିପାରେ କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ। ଅତ୍ୟଧିକ ଚିନି ଖାଇବା ଫଳରେ ଆପଣଙ୍କ ଶରୀରର ଓଜନକୁ ବୃଦ୍ଧି କରାଏ ଏବଂ ମୋଟାପଣର ଆଶଙ୍କା ସୃଷ୍ଟି କରିଥାଏ।

ଅଧିକ ପରିମାଣରେ ଚିନି ଖାଇବା ଫଳରେ ବ୍ରଣ, ଟାଇପ-୨ ମଧୁମେହ, ହୃଦଘାତ ଭଳି ସାଙ୍ଘାତିକ ରୋଗ ହେବାର ଆଶଙ୍କା ରହିଥାଏ। ଏହାଛଡ଼ା ଅତ୍ୟଧିକ ଚିନିର ବ୍ୟବହାର ମଧୁମେହ, ମେଦବହୁଳତା, ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ସ୍ତର ସହିତ ଅନେକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ।

ମିଠାର ଜଟିଳତା

ଆପଣ ଯାହା ଖାଉଛନ୍ତି ତାହା ଇନସୁଲିନ୍ ମାଧ୍ୟମରେ ଶକ୍ତିରେ ପରିଣତ ହୁଏ। ଅଧିକ ମାତ୍ରାରେ ଚିନି ଖାଇବା ଫଳରେ ଇନସୁଲିନ୍ ଏହାକୁ ଗ୍ରହଣ କରେ ନାହିଁ ଏବଂ ଶରୀରରେ ଅତିରିକ୍ତ କ୍ୟାଲୋରୀ ଚର୍ବି ଭାବରେ ଗଚ୍ଛିତ ହୋଇଯାଏ। ଅତିରିକ୍ତ ଚର୍ବି ଶରୀରରେ ମେଟାବୋଲିକ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରେ ଯାହା ଇନସୁଲିନକୁ ପ୍ରତିରୋଧ କରିଥାଏ। ଅତିରିକ୍ତ ଓଜନ ଏବଂ ମେଦ ବହୁଳତା ହୃଦରୋଗର କାରଣ ପାଲଟିଥାଏ।

ପେଟର ଅଧିକ ଚର୍ବି ଖରାପ କୋଲେଷ୍ଟ୍ରଲର ମାତ୍ରା ବଢ଼ାଇଥାଏ, ଯାହା ରକ୍ତସଞ୍ଚାଳନରେ ପ୍ରଭାବ ପକାଏ। ଦୂଷିତ ରକ୍ତଭଣ୍ଡାରର ଭିତର ଭାଗରେ ଜମା ହୋଇ ଶରୀରରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଦେଖାଦିଏ। ଚିନି ଖାଇବା ଦ୍ଵାରା ଶରୀରରେ ଅଧିକ କୋଲେଷ୍ଟ୍ରୋଲ ବଢ଼ିଥାଏ। ଷ୍ଟ୍ରୋକ ଏବଂ ଅନ୍ୟାନ୍ୟ ହୃଦ ସମ୍ବନ୍ଧୀୟ ସମସ୍ୟାକୁ ହ୍ରାସ କରିବା ପାଇଁ ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ସନ୍ତୁଳନ ରଖିବା ଗୁରୁତ୍ୱପୂର୍ଣ୍ଣ। ଆବଶ୍ୟକ ମୁତାବକ ଚିନି ଖାଇବା ଫଳରେ ଶରୀର ସୁସ୍ଥ ରହେ।

ଆପଣଙ୍କ ଖାଦ୍ୟରେ ଅତିରିକ୍ତ ଚିନି ଉଚ୍ଚ ରକ୍ତଚାପରେ ସହାୟକ ହୋଇପାରେ। ଉଚ୍ଚ ରକ୍ତଚାପ ହୃଦୟ ବା ହାର୍ଟର ସାଧାରଣ କାର୍ଯ୍ୟ ଉପରେ ପ୍ରଭାବ ପକାଏ। ଉଚ୍ଚ ରକ୍ତଚାପ ହାର୍ଟରେ ଅଧିକ ରକ୍ତ ଚଳପ୍ରଚଳ କରାଇଥାଏ। ଏପରି ହେବା ଯୋଗୁଁ ରକ୍ତଭଣ୍ଡାରର କ୍ଷତି ହୋଇପାରେ ଏବଂ ଷ୍ଟ୍ରୋକ ହେବାର ଆଶଙ୍କା ବଢ଼ିଯାଏ।

ନିରାକରଣ

ଖାଦ୍ୟରେ କମ ମାତ୍ରାରେ ଚିନି ଖାଆନ୍ତୁ।

ଛୋଟ ପିଲାଙ୍କୁ ଜନ୍ମରୁ ମିଠା ଜାତୀୟ ଖାଦ୍ୟର ଅଭ୍ୟାସ କରାନ୍ତୁ ନାହିଁ।

ମୃଦୁ ପାନୀୟଠାରୁ ନିଜକୁ ଦୂରରେ ରଖନ୍ତୁ।