ଆଜିକାଲି ସ୍ମାର୍ଟଫୋନର ବହୁଳ ବ୍ୟବହାର ଚର୍ମ ଉପରେ ପ୍ରଭାବ ପକାଉଛି। ସେଲଫି ଏବଂ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର ଫଳରେ ଅନେକ ସମସ୍ୟା ଦେଖାଦେଉଛି।

ଅଧିକ ପଢ଼ନ୍ତୁ: ସ୍ମାର୍ଟ ଫୋନ ବ୍ୟବହାରକାରୀ, ଜାଣନ୍ତୁ

ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରିବା ଆମ ମାନସିକ ଓ ଶାରୀରିକ ଶକ୍ତି ଉଭୟ ପ୍ରଭାବିତ ହୋଇଥାଏ। ହେଲେ ଏଇ ଯନ୍ତ୍ରଟି ଅଧିକାଂଶ ଦୈନନ୍ଦିନ ଜୀବନର ପ୍ରମୁଖ ସ୍ଥାନ ଗ୍ରହଣ କରିଛି କହିଲେ ଭୁଲ ହେବ ନାହିଁ। ସକାଳୁ ଉଠିବା ପରଠାରୁ ପୁଣି ରାତିରେ ଶେଯକୁ ଯିବା ପର୍ଯ୍ୟନ୍ତ ଲୋକଙ୍କ ହାତରେ ସ୍ମାର୍ଟଫୋନ ରହିଥାଏ। ଅଧିକ ରାତି ପର୍ଯ୍ୟନ୍ତ ମୋବାଇଲ ଦେଖିବା ଫଳରେ ଆଖି ତଲ କଳା ଦାଗ ଦେଖାଦେଇଥାଏ। ସେଲଫି ନେବା ଯୋଗୁଁ ମୁହଁ ଚର୍ମରେ କୁଞ୍ଚନ ପଡ଼ିଯାଏ।

ଚେହେରାରେ ଉଜ୍ଜ୍ୱଳତା ଆଣିବା ପାଇଁ ଫୋନରେ ଧଳା ଏଲଡି ବ୍ୟବହାର କରାଯାଏ। ବାରମ୍ବାର ସେଲଫି ନେବା କାରଣରୁ ଏହି ଲାଇଟ ମୁହଁରେ ପଡ଼ି ତ୍ୱଚାର ପ୍ରାକୃତିକ ଚମକ କମ କରିଦେଇଥାଏ।

ମୋବାଇଲରୁ ଆସିଥିବା ଆଲୋକରେ ଏକ ପ୍ରକାର ଚୁମ୍ବକୀୟ ଗୁଣ ରହିଛି। ଏହି ଚୁମ୍ବକୀୟ ଗୁଣ ମୁହଁର ଚର୍ମରେ ଥିବା ମିନେରାଲ ସଂସ୍ପର୍ଶରେ ଆସି କଳା ଦାଗ ଏବଂ ପ୍ୟାଚେସ ସୃଷ୍ଟି କରେ।

ମୋବାଇଲରେ ଥିବା ଲାଲ ଭିଜୁଆଲ ଲାଇଟ ଦ୍ଵାରା କୋଲାଜେନ ସିନ୍ଥେସିସ କରାଉ ଥିବା କୋଷ ସଂଖ୍ୟା ବୃଦ୍ଧି ହୋଇଥାଏ। କୋଲାଜେନ ମୁୁହଁ ଚର୍ମରେ ଥିବା ମେଲାଟୋନିନକୁ ନଷ୍ଟ କରିଦେଇଥାଏ। ଯାହା ଫଳରେ ମୁହଁରେ ଅତି ଶୀଘ୍ର କୁଞ୍ଚ କୁଞ୍ଚ ପଡ଼ିଯାଏ।

ଅଧିକ ପଢ଼ନ୍ତୁ: ମୋବାଇଲ ବୈଦ୍ୟୁତିକ ଚୁମ୍ବକୀୟ କ୍ଷେତ୍ରରୁ ନିଜକୁ କିପରି ରଖିବେ ସୁରକ୍ଷିତ?

ମୋବାଇଲରୁ ଆସୁଥିବା ନୀଳ ରଶ୍ମି ଦ୍ୱାରା ମୁହଁରେ ଏକ ପ୍ରକାର ପ୍ରତିକ୍ରିୟାଶୀଳ ଅମ୍ଳଜାନ ସୃଷ୍ଟି ହୋଇଥାଏ ଯାହା ଚର୍ମକୁ ନଷ୍ଟ କରିଦିଏ ଏବଂ ମୁହଁରେ କଳାଦାଗ କରାଏ। ଚର୍ମ କର୍କଟ ମଧ୍ୟ କରାଇଥାଏ।

ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସ୍ମାର୍ଟଫୋନରେ ଚଳଚ୍ଚିତ୍ର ଓ ୱେବ ସିରିଜ ଦେଖିବା ଯୁବପିଢ଼ିଙ୍କର ପ୍ରଥମ ପସନ୍ଦ ପାଲଟିଛି। ତେବେ ଏଇ ଖରାପ ଅଭ୍ୟାସ କାରଣରୁ ସେମାନଙ୍କ ଠାରେ ପିଙ୍କ ଆଇ ସିଣ୍ଡ୍ରୋମ ସମସ୍ୟା ଦେଖାଯାଉଛି। ଆଖିରେ ଆଲର୍ଜି ହେବା, ଲାଲ ହୋଇଯିବା ଏବଂ ଦୃଷ୍ଟି ଶକ୍ତି ପ୍ରଭାବିତ ହେଉଛି।

ସ୍ମାର୍ଟଫୋନରେ ରୀତିମତ ଟାଇପିଂ କରୁଥିବା ବ୍ୟକ୍ତିଙ୍କଠାରେ ଟେକ୍ସଟିଙ୍ଗ ଥମ୍ବ ସିଣ୍ଡ୍ରୋମ ଦେଖାଯାଏ। କେହିକେହି ଅଫିସ କାମ ପାଇଁ ମଧ୍ୟ ଅଧିକ ସମୟ ଫୋନରେ ଟାଇପ କରିଥାନ୍ତି। ତେବେ ଏହା କାରଣରୁ ଆମ ଆଙ୍ଗୁଠିର ମାଂସପେଶୀ, କୋଷ ଦୁର୍ବଳ ହୋଇଥାଏ। ତେବେ ଲେଖିବା ବେଳେ ହାତ ଥରେ ଓ କୌଣସି ଜିନିଷକୁ ଠିକରେ ଧରିପାରିନଥାଉ।

ଏସବୁ ସହ ଅଧିକ ସମୟ ସ୍ମାର୍ଟଫୋନ ଦେଖିଲେ ବେକ ଦରଜ, ମାନସିକ ସ୍ତରରେ ମଧ୍ୟ ପ୍ରଭାବ ପଡ଼ିଥାଏ।

mobile

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଅଧିକ ମୋବାଇଲ ଫୋନର ବ୍ୟବହାର ହୋଇପାରେ କ୍ଷତିକାରକ

ପ୍ରତିକାର

ଯଥାସମ୍ଭବ କମ ସମୟ ମୋବାଇଲ ଦେଖିବାକୁ ଚେଷ୍ଟା କରନ୍ତୁ।

ସ୍ମାର୍ଟଫୋନର କ୍ୟାମେରାଠାରୁ ଦୂରରେ ରହି ଫଟୋ ଉଠାଇବା ପାଇଁ ମୋନପୋଡ ବ୍ୟବହାର କରନ୍ତୁ। ଏହା ଦ୍ୱାରା ଚର୍ମ ସଂସ୍ପର୍ଶରେ ଆସୁଥିବା ଆଲୋକର ତୀବ୍ରତାକୁ ଯଥେଷ୍ଟ କମାଇ ଦେଇଥାଏ।

ହାତରେ ଧରି କୌଣସି ଭିଡିଓ ଦେଖିବା ପରିବର୍ତ୍ତେ ମୋବାଇଲକୁ ଗୋଟିଏ ସ୍ଥାନରେ ରଖି ଦେଖନ୍ତୁ।

ବିଳମ୍ବିତ ରାତି ଯାଏଁ ମୋବାଇଲ ଦେଖିଲେ ନିଦ୍ରାହୀନତା ସମସ୍ୟା ହୋଇଥାଏ।