ବର୍ଷାଦିନେ ଦେହ ଖରାପ ହେବା ଏକ ସାଧାରଣ କଥା। ଏହି ସମୟରେ ଥଣ୍ଡା ଲାଗିବା, ଜ୍ୱର ହେବା, ପେଟ ଖରାପ, ଡେଙ୍ଗୁ, ମ୍ୟାଲେରିଆ ଆଦି ରୋଗରୁ ସାବଧାନ ରହିବା ନିହାତି ଜରୁରୀ। ତେଣୁ ବର୍ଷାଦିନେ ସୁସ୍ଥ ରହିବା ପାଇଁ ନିଜ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ।
ଆସନ୍ତୁ ଜାଣିବା ବର୍ଷାଦିନେ ଆପଣଙ୍କ ଡାଏଟ୍ରେ କ’ଣ ସବୁ ରହିବା ଦରକାର:
- ଏହି ସମୟରେ ବେଶି ଲୁଣି ଖାଦ୍ୟ ଖାଆନ୍ତୁ ନାହିଁ। ଅଧିକ କୌଣସି ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହେଁ। ଏହି ପ୍ରକାର ଖାଦ୍ୟାଭ୍ୟାସ ଆପଣଙ୍କୁ ଅଧିକ ପାଣି ପିଇବା ପାଇଁ ବାଧ୍ୟ କରେ।
- ବର୍ଷାଦିନେ ଅଧିକ ମାଛ, ମାଂସ କିମ୍ବା ଅଣ୍ଡା ଖାଇବା ଦେହ ପାଇଁ ଭଲ ନୁହେଁ। ଏହି ସମୟରେ ଅଧିକ ପରିମାଣରେ ସବୁଜ ପରିପନିବା ଖାଆନ୍ତୁ।
- ଚେଷ୍ଟା କରନ୍ତୁ ଶୁଖିଲା ଖାଦ୍ୟ ଖାଇବା ପାଇଁ। କିନ୍ତୁ ଅଧିକ ମସଲାଯୁକ୍ତ ଖାଦ୍ୟ ଶରୀରରେ ପାଣିର ଭାରସାମ୍ୟ ନଷ୍ଟ କରିଥାଏ।
ବାହାରେ ଖାଉଥିଲେ, ପାଣି ଜାତୀୟ ଖାଦ୍ୟଠାରୁ ଦୂରେଇ ରହନ୍ତୁ।
- ସୋରିଷ ତେଲ, ସାଲାଡ୍, କଟା ଫଳ, ଆଚାର, ଖଟା ଇତ୍ୟାଦି ନ ଖାଇବା କିମ୍ବା କମ୍ ଖାଇବା ଭଳ। ଏହିସବୁ ଖାଦ୍ୟରୁ ସହଜରେ ସଂକ୍ରମଣ ହୋଇଥାଏ।
- ନିମ୍ବପତ୍ର, ମେଥିଶାଗ, କଲରା ଅଧିକ ପରିମାଣରେ ଖାଇବାକୁ ଚେଷ୍ଟା କରନ୍ତୁ।
- ମୂଳକଥା ହେଉଛି, ବର୍ଷାଦିନେ ସଠିକ ଖାଦ୍ୟାଭ୍ୟାସ ହିଁ ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ।