ଏକ ସର୍ଭେ ଅନୁସାରେ ଭାରତରେ ପ୍ରାୟ ୭୦ ପ୍ରତିଶତ ଲୋକେ ଭିଟାମିନ ଡିର ଅଭାବ ଜନିତ ସମସ୍ୟାର ସାମ୍ନା କରୁଛନ୍ତି। ଶରୀରରେ ଏହାର ଅଭାବ ହେଲେ ହାଡ଼ ଦୁର୍ବଳ ହେବା, ହାଡ଼ ସମ୍ବନ୍ଧୀୟ ରୋଗ ଏବଂ ମାନସିକ ଅବସାଦ ପ୍ରଭୃତି ଦେଖାଯାଇଥାଏ। ଏପରିସ୍ଥଳେ ଭିଟାମିନ ଡିର ଅଭାବ ପୂରଣ ପାଇଁ ଏହାକୁ ଖାଆନ୍ତୁ।

orange juice

କମଳା ଜୁସ: କମଳା ଭିଟାମିନ ଡିର ଏକ ଭଲ ସ୍ରୋତ। ନିୟମିତ ଭାବେ କମଳା ଜୁସକୁ ଖାଦ୍ୟରେ ସାମିଲ କରନ୍ତୁ। ତେବେ ବଜାରରେ ମିଳୁଥିବା ଜୁସ୍ ଅପେକ୍ଷା ଘରେ ତିଆରି ଜୁସ ଅଧିକ ଭଲ।

hot milk

ଗାଈ କ୍ଷୀର: ଯେଉଁମାନଙ୍କ ଶରୀରରେ ଭିଟାମିନ ଡିର ଅଭାବ ରହିଛି ସେମାନେ ନିୟମିତ ଭାବେ ଗାଈ କ୍ଷୀର ପିଇବା ଆବଶ୍ୟକ। ତେବେ ଲୋ ଫ୍ୟାଟ୍ କ୍ଷୀର ବଦଳରେ ସରଯୁକ୍ତ କ୍ଷୀର ପିଇବା ଆବଶ୍ୟକ। ସେଥିରେ ଅଧିକ କ୍ୟାଲସିୟମ ଏବଂ ଭିଟାମିନ ଡି ରହିଥାଏ।

curd for health

ଦହି: ଦହିରେ ପ୍ରଚୁର ପରିମାଣର ଭିଟାମିନ ଡି ରହିଛି। ଯଦି ଖାଲି ଦହି ପ୍ରତିଦିନ ଖାଇବାକୁ ଭଲ ଲାଗୁନାହିଁ ତା’ ହେଲେ ତାକୁ ସରବତ କରି କିମ୍ବା ଲସି ଭାବେ ପିଇପାରିବେ। ଦହି କଡ଼ି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ।

soy milk

ସୋୟା ମିଲ୍କ: ସୋୟା ମିଲ୍କରେ ଗାଈ କ୍ଷୀର ଭଳି ପ୍ରଚୁର ପରିମାଣରେ କ୍ୟାଲସିୟମ ଏବଂ ଭିଟାମିନ ଡି ରହିଥାଏ। ଯେଉଁମାନେ ଗାଈ କ୍ଷୀର ପିଅନ୍ତି ନାହିଁ ସେମାନଙ୍କ ପାଇଁ ଏହା ଏକ ଭଲ ବିକଳ୍ପ।