ଶରୀରରେ ହିମୋଗ୍ଲୋବିନ୍ ସ୍ତର କମିଗଲେ ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧିବା, ଦୁର୍ବଳ ଲାଗିବା ଭଳି ସମସ୍ୟା ହୋଇଥାଏ।
ମଣିଷ ଶରୀରର ସମସ୍ତ ଅଙ୍ଗକୁ ଅମ୍ଳଜାନ ପହଞ୍ଚାଇବାରେ ସାହାଯ୍ୟ କରିଥାଏ ହିମୋଗ୍ଲୋବିନ୍। ସମ୍ପୂର୍ଣ୍ଣ ଶରୀରର ସଠିକ୍ ସଞ୍ଚାଳନ ପାଇଁ ଏହି ପ୍ରକ୍ରିୟା ଜରୁରୀ। ତେଣୁ ରକ୍ତରେ ହିମୋଗ୍ଲୋବିନ ସ୍ତର ଠିକ ରହିବା ଆବଶ୍ୟକ। ହିମୋଗ୍ଲୋବିନ ହେଉଛି ଏକ ପ୍ରକାର ପ୍ରୋଟିନ ଯାହା ଲୋହିତ ରକ୍ତ କଣିକାରେ ରହିଥାଏ।
ଜାଣି ରଖନ୍ତୁ ଯେ ଜଣେ ପୁରୁଷ ଶରୀରରେ ହିମୋଗ୍ଲୋବିନର ସ୍ତର ୧୪ଗ୍ରାମ ପ୍ରତି ଡିସିଲିଟରରୁ ୧୮ ଗ୍ରାମ୍/ଡିସିଲିଟର ରହିବା ଆବଶ୍ୟକ। ସେହିପରି ମହିଳାଙ୍କ ରକ୍ତରେ ହିମୋଗ୍ଲୋବିନ ମାତ୍ରା ୧୨ ଗ୍ରାମ ପ୍ରତି ଡିସିଲିଟରରୁ ୧୬ ଗ୍ରାମ/ଡିସିଲିଟର ରହିବା ଉଚିତ। ଏହି ସ୍ତର କମ୍ ହେଲେ ଶରୀରରେ ହିମୋଗ୍ଲୋବିନର ଅଭାବ ବୋଲି ଧରାଯାଇଥାଏ। ଶରୀରରେ ହିମୋଗ୍ଲୋବିନ୍ ସ୍ତର କମିଗଲେ ଦୁର୍ବଳ ଲାଗିବା, ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
ଶରୀରରେ ଅନେକ ଉପାୟରେ ହିମୋଗ୍ଲୋବିନର ମାତ୍ରା ବୃଦ୍ଧି କରା ଯାଇପାରିବ। କିନ୍ତୁ ସବୁଠାରୁ ଭଲ ବିକଳ୍ପ ହେଉଛି ଖାଦ୍ୟ। କେତେକ ଖାଦ୍ୟ ରହିଛି ଯାହା କି ଶରୀରର ହିମୋଗ୍ଲୋବିନ ମାତ୍ରାକୁ ବୃଦ୍ଧି କରିଥାଏ।
ତରଭୁଜ
ସାଧାରଣତଃ ତରଭୁଜ ଗ୍ରୀଷ୍ମ ଋତୁରେ ମିଳିଥାଏ। ଏଥିରେ ଆଇରନ କିମ୍ବା ଲୌହର ମାତ୍ରା ଅଧିକ ରହିଛି। ଖାଲି ସେତିକି ନୁହେଁ ତରଭୁଜରେ ଭିଟାମିନ ସି ମଧ୍ୟ ଭରପୂର ରହିଛି। ତରଭୁଜ ଶରୀରରେ ଭିଟାମିନ ସି ଏବଂ ଆଇରନ ଅବଶୋଷଣରେ ସାହାଯ୍ୟ କରିବା ସହ ହିମୋଗ୍ଲୋବିନ ମାତ୍ରା ବୃଦ୍ଧି କରିଥାଏ।
ପାଳଙ୍ଗ ଶାଗ
ପ୍ରାୟ ସମସ୍ତେ ପାଳଙ୍ଗ ଶାଗ ବାବଦରେ ଜାଣିଛନ୍ତି। ପାଳଙ୍ଗ ଶାଗରେ ପ୍ରଚୁର ମାତ୍ରାରେ ଆଇରନ ରହିଛି ଯାହା ଶରୀରରେ ହିମୋଗ୍ଲୋବିନର ମାତ୍ରାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ପ୍ରାୟ ୧୦୦ ଗ୍ରାମ ପାଳଙ୍ଗ ଶାଗରୁ ପାଖାପାଖି ୪ ମିଲିଗ୍ରାମର ଆଇରନ ମିଳିଥାଏ।
ସେଓ
ଶରୀରରେ ହିମୋଗ୍ଲୋବିନର ମାତ୍ରା ବୃଦ୍ଧି କରିବା ପାଇଁ ଆପଣ ନିୟମିତ ସେଓ ଖାଆନ୍ତୁ। ସେଓରେ ଲୌହ ଏବଂ ଅନ୍ୟାନ୍ୟ ପୋଷକ ତତ୍ୱ ରହିଛି ଯାହା ହିମୋଗ୍ଲୋବିନ ସ୍ତରକୁ ସନ୍ତୁଳନ ରଖିଥାଏ। ରକ୍ତରେ ହିମୋଗ୍ଲୋବିନ ସ୍ତର ସ୍ୱାଭାବିକ ରଖିବା ପାଇଁ ନିୟମିତ ସେଓ ଖାଆନ୍ତୁ। ପ୍ରତିଦିନ ସକାଳେ ଗୋଟିଏ ସେଓ କିମ୍ବା ଦିନର ଦୁଇ ଥର ଆପଣ ସେଓ ରସ ପିଇ ପାରିବେ।
ରାଜମା ଡାଲି
ହିମୋଗ୍ଲୋବିନ ସ୍ତର ବୃଦ୍ଧି କରିବା ପାଇଁ ନିୟମିତ ରାଜମା ଡାଲି ଖାଆନ୍ତୁ। ରାଜମା, ସୋୟାବିନ, ମଟର ଏବଂ ବୁଟ ଆପଣ ଖାଇପାରିବେ। ଏଥିରେ ଅଧିକ ପରିମାଣର ଭିଟାମିନ ସି ଏବଂ ଫୋଲେଟ ରହିଛି। ତେଣୁ ଏହି ସବୁ ଖାଦ୍ୟ ଶରୀରର ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ପ୍ରାୟ ୧୦୦ ଗ୍ରାମ ରାଜମାରୁ ଆପଣଙ୍କୁ ୧୫.୭ ମିଲିଗ୍ରାମ ଲୌହ ମିଳିଥାଏ।
କୁକୁଡ଼ା ମାଂସ
କୁକୁଡ଼ା ମାଂସରେ ପ୍ରଚୁର ପରିମାଣରେ ଲୌହ ରହିଛି ଯାହା ଶରୀରର ହିମୋଗ୍ଲୋବିନ ମାତ୍ରା ବୃଦ୍ଧି କରିବା ସହ ମାଂସପେଶୀକୁ ମଜଭୁତ କରିଥାଏ। ସେଥିପାଇଁ ନିୟମିତ ସମ୍ଭବ ନ ହେଲେ ମଧ୍ୟ ସପ୍ତାହର କିଛି ଦିନ ବ୍ୟବଧାନରେ କୁକୁଡ଼ା ମାଂସ ଖାଇବାରେ ଖାଆନ୍ତୁ। ପ୍ରାୟ ୧୦୦ ଗ୍ରାମ କୁକୁଡ଼ା ମାଂସରୁ ଆପଣଙ୍କୁ ୦.୭ ମିଲିଗ୍ରାମର ଲୌହ ମିଳିଥାଏ। ହିମୋଗ୍ଲୋବିନ ସ୍ତର ସ୍ୱାଭାବିକ ରଖିବାକୁ ଖାଦ୍ୟରେ କୁକୁଡ଼ା ମାଂସ ସାମିଲ କରନ୍ତୁ।