ଅଧିକ ପଢ଼ନ୍ତୁ: ପ୍ଲାଷ୍ଟିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ
ଜାଣନ୍ତୁ, ସକାଳ ଭୋଜନରେ ସାଲାଡ ଖାଇବାର ଫାଇଦା।
- ଓଜନ କମ୍ କରିବାଠାରୁ ଆରମ୍ଭ କରି ପାଚନତନ୍ତ୍ରକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ ସାଲାଡ।
- ଆମ ସ୍ୱାସ୍ଥ୍ୟ ପାଇଁ ସାଲାଡ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେକୌଣସି ସମୟରେ ସାଲାଡ ଖାଇବା ଦ୍ୱାରା ଆମକୁ ଲାଭ ମିଳିଥାଏ। ହେଲେ ବ୍ରେକ୍ଫାଷ୍ଟରେ ସାଲାଡ୍ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
- ସାଲାଡରେ କମ୍ପ୍ଲେକ୍ସ କାର୍ବସ୍ ଥାଏ। ଏହା ସକାଳେ ଖାଇବା ଦ୍ଵାରା ଆପଣଙ୍କୁ ଦିନସାରା ସତେଜ ଲାଗିଥାଏ।
- ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସାଲାଡରେ ବ୍ୟବହୃତ ସବୁଜ ପନିପରିବା ଆମର ମସ୍ତିଷ୍କକୁ ସକ୍ରିୟ କରିଥାଏ। ସାଲାଡ୍ ଆମର ସ୍ମୃତି ଏବଂ ଏକାଗ୍ରତା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ।
- ପାଣି ଏବଂ ଫାଇବରରେ ଭରପୂର ସାଲାଡ୍ ଆମ ହଜମ ଶକ୍ତିରେ ଉନ୍ନତି ଆଣେ ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ।
- ବ୍ରେକ୍ଫାଷ୍ଟରେ ସାଲାଡ୍ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଏହା ଖାଇବା ଦ୍ୱାରା ଆପଣଙ୍କୁ ଶୀଘ୍ର ଭୋକ ଲାଗିନଥାଏ ଫଳରେ ଏହା ଆପଣଙ୍କ ଖାଦ୍ୟର ଆବଶ୍ୟକତାକୁ ହ୍ରାସ କରିଥାଏ।
- ସାଲାଡ୍ରେ କଞ୍ଚା ପନିପରିବା ଯେପରିକି କାକୁଡ଼ି, ଗାଜର, ମୂଳା, ଟମାଟ, ପିଆଜ, କଞ୍ଚାଲଙ୍କା, ଲେମ୍ବୁ, ବିଟ୍ ମିଶାଇ ଖାଇବା ଆବଶ୍ୟକ। ଏଥିରେ ଆପଣ ପନିର, ଅଣ୍ଡା, ଡ୍ରାଏଫ୍ରୁଟ୍ସ ମିଶାଇପାରିବେ।
- ସାଲାଡ୍ରେ ଅଳ୍ପ ମାତ୍ରାରେ ଅଲିଭ୍ ଅଏଲ ମିଶାଇ ପାରିବେ। ସାଲାଡ୍ରେ ଲୁଣର ମାତ୍ରା କମ୍ କରନ୍ତୁ।
ଅଧିକ ପଢ଼ନ୍ତୁ: କମିବ ଓଜନ – ଖାଲିପେଟରେ ପିଅନ୍ତୁ ଏହି ପାନୀୟ
ସାଲାଡ୍ ଖାଇବା ପୂର୍ବରୁ ଜାଣିରଖନ୍ତୁ
- ସାଲାଡ୍ ଖାଇଲେ କିଛି ଲୋକଙ୍କ ଶରୀରରେ ଆଲର୍ଜି ହୋଇଥାଏ। ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
- ଛୋଟ ପିଲାଙ୍କୁ କାକୁଡ଼ି ଓ ଟମାଟୋର ସାଲାଡ୍ ଅଧିକ ଭାବେ ଖାଇବାକୁ ଦେବା ଅନୁଚିତ୍। ଏହାଦ୍ୱାରା ସେମାନଙ୍କର ଦେହ ଖରାପ ହୋଇଥାଏ। ଗର୍ଭବତୀ ମହିଳାଙ୍କୁ ମଧ୍ୟ ଅଧିକ ସାଲାଡ୍ ଖାଇବାକୁ ବାରଣ କରାଯାଏ।
- ଏହାଛଡ଼ା ଅଧିକ ମାତ୍ରାରେ ସାଲାଡ୍ ଖାଇଲେ ପାଚନ ତନ୍ତ୍ରକୁ କ୍ଷତି ପହଞ୍ଚିଥାଏ।
- ସେହିପରି ସାଲାଡ୍ରେ କେବେହେଲେ ଅଧିକ ମାତ୍ରାରେ ଚିଜ୍ କିମ୍ବା ଗଜା ମୁଗ, ବୁଟ ପ୍ରଭୃତି ମିଶାନ୍ତୁ ନାହିଁ। ସେଥିରେ ଇ.କୋଲି ବ୍ୟାକ୍ଟେରିଆ ରହିଯିବାର ଆଶଙ୍କା ଥାଏ।
- ସାଲାଡ୍ ପାଇଁ ବ୍ୟବହୃତ ପନିପରିବାକୁ ସବୁବେଳେ ସୁପରମାର୍କେଟ ଅପେକ୍ଷା ସ୍ଥାନୀୟ ବଜାରରୁ କିଣନ୍ତୁ। ଯେପରିକି ତାହା ବାସି ହେବାର ଆଶଙ୍କା କମିଯିବ।