ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ଅଧିକାଂଶ ଲୋକ ଜଳଖିଆ ମଧ୍ୟ କରୁନାହାନ୍ତି। ଏଥିପାଇଁ କାରଣ ଯାହାବି ହେଉ ପ୍ରକୃତରେ ଏହା ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଏ। ଏପରିକି ଡାଏଟିଂ କରୁଥିଲେ ଏଥିଯୋଗୁ ଓଜନ କମେନାହିଁ। ଏପରିସ୍ଥଳେ ସ୍ୱାସ୍ଥ୍ୟକର ଜଳଖିଆ ଖାଇ କିପରି ଓଜନ କମାଇବେ ଜାଣନ୍ତୁ।

curd for healthଦହି: ଓଜନ କମାଇବା ଲାଗି ଦହି ହେଉଛି ସର୍ବୋତ୍ତମ ଏବଂ ସବୁଠୁ ଉପକାରୀ ଜଳଖିଆ। ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ପ୍ରୋଟିନ ଏବଂ କ୍ୟାଲସିୟମ ରହିଥାଏ। ଏହାଯୋଗୁ ପୂରାଦିନ ଶରୀରରେ ଶକ୍ତି ବଜାୟ ରହେ। କେବଳ ସେତିକି ନୁହେଁ କ୍ୟାଲୋରୀ ଖର୍ଚ୍ଚ କରିବାରେ ମଧ୍ୟ ଏହା ସହାୟତା କରିଥାଏ। ଏପରିସ୍ଥଳେ ସକାଳ ଜଳଖିଆରେ ଦହିରେ କିଛି ଚିନି ମିଶାଇ ଖାଇପାରିବେ । ଚିନି ପସନ୍ଦ ନଥିଲେ ଦହିରେ ଡାଳିମ୍ବ, ସେଓ ଏବଂ କଟାଫଳ ପକାଇ ରାଇତା କରି ଖାଇପାରିବେ।

Dalia_healthy breakfast

ଦଲିଆ: ଦଲିଆରେ ପ୍ରଚୁର ପରିମାଣରେ ଫାଇବର ଏବଂ ଅନ୍ୟ ପୋଷକ ତତ୍ତ୍ୱ ରହିଥାଏ। ଯାହାକି ଓଜନ କମାଇବାରେ ସହାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ପେଟ ଅଧିକ ସମୟ ଯାଏ ପୂରା ରହିବାଭଳି ଅନୁଭବ ହୋଇଥାଏ। ଫଳରେ ଭୋକ ଶୀଘ୍ର ହୁଏନାହିଁ। ତେଣୁ ଶରୀରରୁ ଚର୍ବି ବି କମିଯାଏ।

Guava for health

ପିଜୁଳି: ପିଜୁଳିରେ ପ୍ରଚୁର ପରିମାଣରେ ପ୍ରୋଟିନ, ଫାଇବର ଏବଂ ଭିଟାମିନ ସି ରହିଥାଏ। ଏହାସହ କ୍ୟାଲୋରୀର ପରିମାଣ ଖୁବ୍ କମ ଥାଏ। ତେଣୁ ସମୟ ନଥିଲେ ସକାଳୁ ଜଳଖିଆରେ ୨ଟି ପିଜୁଳି ବି ଖାଇପାରିବେ। ଏହା ଶରୀରକୁ ଆବଶ୍ୟକୀୟ ଶକ୍ତି ଯୋଗାଇବା ସହିତ ସ୍ପୁର୍ତ୍ତି ବଜାୟ ରଖିବ।

sweet potato for health

କନ୍ଦମୂଳ: କନ୍ଦମୂଳରେ ପ୍ରଚୁର ପରିମାଣରେ ଶର୍କରା ରହିଥାଏ। ଫଳତଃ ଏହା ଶରୀରରେ ଧୀରେ ଧୀରେ ଅବଶୋଷିତ ହୋଇଥାଏ। ତେଣୁ ଏହାକୁ ଖାଇବା ଯୋଗୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେନାହିଁ। ଏହା ବ୍ୟତୀତ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ ସି ଥାଏ ଯାହାକି ଓଜନ କମାଇବାରେ ସହାୟକ ହୁଏ।

Apple

ସେଓ: ସେଓ ହେଉଛି ଏପରି ଏକ ଫଳ ଯେଉଁଥିରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ। ସକାଳୁ ଖାଲିପେଟରେ ଗୋଟିଏ ସେଓ ଖାଇଲେ ପେଟର ଚର୍ବି ଖୁବ୍ ଶୀଘ୍ର କମ ହୁଏ। ତେଣୁ ଓଜନ ବି କମିଥାଏ। ଏହାଛଡ଼ା ସେଓରେ ରୋଗ ପ୍ରତିରୋଧକ ଶକ୍ତି ଏବଂ ପୋଷକ ତତ୍ତ୍ୱ ବି ରହିଥାଏ ଯାହାକି ଶରୀରକୁ ପୋଷଣ ପ୍ରଦାନ କରିଥାଏ।