ଡାକ୍ତର ସରୋଜିନୀ ଷଡ଼ଙ୍ଗୀ

ଗର୍ଭଜନିତ ଜଟିଳତା ଯୋଗୁଁ ମା’ ଓ ଶିଶୁର ଜୀବନ ବିପଦାପନ୍ନ ହୋଇଥାଏ। ତେଣୁ ଗର୍ଭାବସ୍ଥାରେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ।

ଗର୍ଭାବସ୍ଥାର ପ୍ରଥମ ତିନି ମାସ ଏବଂ ଶେଷ ତିନି ମାସରେ ଜରୁରୀ ନ ଥିଲେ ଆଦୌ ଭ୍ରମଣ କରନ୍ତୁ ନାହିଁ।

ଦୁଇ ଚକିଆ ଯାନରେ ଲମ୍ବା ଯାତ୍ରା କରନ୍ତୁ ନାହିଁ।

ଗର୍ଭାବସ୍ଥାରେ ସ୍କୁଟି କିମ୍ବା କାର ଡ୍ରାଇଭିଂ କରନ୍ତୁ ନାହିଁ।

ସିଡିରେ ବା ଟେବୁଲ ଚେୟାର ଉପରେ ଚଢ଼ନ୍ତୁ ନାହିଁ ବା ଉଚ୍ଚ ସ୍ଥାନକୁ ଉଠନ୍ତୁ ନାହିଁ।

ଗୋଡ଼ ସିଧା କରି ତଳକୁ ନୁଅନ୍ତୁ ନାହିଁ।

ମାନସିକ ଚାପରୁ ଦୂରେଇ ରହନ୍ତୁ ଓ ସବୁବେଳେ ଖୁସିରେ ରହନ୍ତୁ।

ଓଜନିଆ ଜିନିଷ ତଳୁ ଉଠାନ୍ତୁ ନାହିଁ ବା ଭାରୀ ଜିନିଷ ଧରି ଚାଲନ୍ତୁ ନାହିଁ।

ଶୋଇଲା ବେଳେ ଚିତ୍‌ ହୋଇ ଶୁଅନ୍ତୁ ନାହିଁ ଓ ବାମ କଡ଼ ମାଡ଼ି ଶୁଅନ୍ତୁ ନାହିଁ।

ଶୋଇଥିବା ବେଳେ ହଠାତ୍‌ ବିଛଣାରୁ ଉଠନ୍ତୁ ନାହିଁ। ଧୀରେ ଧୀରେ ହାତରେ ଭରା ଦେଇ ଉଠନ୍ତୁ।

ଗର୍ଭାବସ୍ଥାରେ ହାଇ ହିଲ୍‌ ଜୋତା ପିନ୍ଧନ୍ତୁ ନାହିଁ।

ଟାଇଟ୍‌ ପୋଷାକ ପିନ୍ଧନ୍ତୁ ନାହିଁ। ଢ଼ିଲା ଓ ସୁତା କପଡ଼ା ପିନ୍ଧନ୍ତୁ।

(ସୌଜନ୍ୟଗର୍ଭବତୀ ନାରୀର ଯତ୍ନ)