ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ସକାଳେ ମୁହଁ ଧୋଇବା ପୂର୍ବରୁ ସର୍ବନିମ୍ନ ଏକ ଗ୍ଲାସ୍ରୁ ଆରମ୍ଭ କରି ଦେଢ଼ ଲିଟର ପର୍ଯ୍ୟନ୍ତ ପାଣି ପିଇବା ଆବଶ୍ୟକ।
ରାତିରେ ଶୋଇଥିବା ଅବସ୍ଥାରେ ଶରୀରର ସମସ୍ତ କ୍ରିୟା ଶିଥୁଳ ହୋଇଯାଇଥାଏ। କିନ୍ତୁ ଶରୀରରେ ଲାଳ ବନିବା ପ୍ରକ୍ରିୟା ଚାଲୁରହିଥାଏ। ମୁଖ ଭିତରେ ଥିବା ଏକଲକ୍ଷରୁ ଅଧିକ ଗ୍ରନ୍ଥି ଲାଳ ତିଆରି କରିଥାଆନ୍ତି। ସକାଳ ସମୟରେ ପାଟିରେ ଯେଉଁ ଲାଳ ଥାଏ, ତାହା ସବୁଠାରୁ ମୂଲ୍ୟବାନ ହୋଇଥାଏ। ପେଟର ଅମ୍ଳ ରାତିସାରା ତିଆରି ହୋଇ ବୃଦ୍ଧି ହୋଇଥାଏ। ପାଟିର ଲାଳ ଓ ପେଟର ଅମ୍ଳ ମିଶିଥାଏ। ଯାହାଦ୍ଵାରା ଶରୀର ବିଭିନ୍ନ ପ୍ରକାର ରୋଗରୁ ରକ୍ଷା ହୋଇଥାଏ।
ବୟସ୍କ ବ୍ୟକ୍ତି (୧୮ରୁ ୬୦ ବର୍ଷ) ସକାଳେ ୧ ରୁ ଦେଢ଼ ଲିଟର ପର୍ଯ୍ୟନ୍ତ ପାଣି ପିଇବା ଆବଶ୍ୟକ। ୧୮ରୁ ତଳକୁ ଏବଂ ୬୦ ବର୍ଷରୁ ଉପରକୁ ଯେଉଁମାନଙ୍କ ବୟସ ସେମାନେ ୧ ଲିଟର ପର୍ଯ୍ୟନ୍ତ ପାଣି ପିଇପାରିବେ।
ତମ୍ବା ପାତ୍ରରେ ପାଣି ବ୍ୟାକ୍ଟେରିଆ ମୁକ୍ତ ହୋଇଥାଏ। ଶରୀରର ଅଜୀର୍ଣ୍ଣ ଓ କୋଷ୍ଠ କାଠିନ୍ୟ ରୋଗକୁ ମୂଳରୁ ଦୂର କରିଥାଏ।
ସକାଳେ ଉଷୁମ ପାଣି ପିଇବାର ଅଭ୍ୟାସ କଲେ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଦୂର ହୋଇଥାଏ।
ମୁଖ ଧୋଇବା ପୂର୍ବରୁ ସକାଳେ ଯେଉଁ ଲାଳ ପାଟିରେ ଥାଏ ସେହି ଲାଳକୁ କୌଣସି ପୁରାତନ ଘା’ରେ ଲଗାଇଲେ ଘା’ ଶୀଘ୍ର ଭଲ ହୋଇଯାଇଥାଏ। ଆଖିରେ ଆଲୁଅ ହୋଇଥିଲେ ସକାଳର ଲାଳକୁ ଲଗାଇଲେ ଭଲ ହୋଇଥାଏ।
ତେଣୁ, ସକାଳେ ମୁଖ ଧୋଇବା ପୂର୍ବରୁ ପାଟିର ଲାଳ ପେଟ ଭିତରକୁ ଯିବା ଅତ୍ୟନ୍ତ ଲାଭଦାୟକ। ସମସ୍ତ ପ୍ରକାରର ଚର୍ମ ରୋଗ ସକାଳର ଲାଳ ଦ୍ଵାରା ଦୂର ହୋଇଥାଏ ।