ପଲ୍ଲବୀ ସାବତ

ଖରାଦିନେ ପିଅନ୍ତୁ ପୋଦିନା ପତ୍ର ସରବତ। ଏହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବା ବେଳେ ପେଟକୁ ଥଣ୍ଡା ରଖିଥାଏ।

ଆବଶ୍ୟକୀୟ ସାମଗ୍ରୀ

  • ପୋଦିନା ପତ୍ର – ୨୫୦ ଗ୍ରାମ୍‌
  • ତାଳଗୁଡ଼ ମିଶ୍ରି
  • ବିଟ୍‌ ଲୁଣ ଚିମୁଟାଏ
  • ଅଦା ଖଣ୍ଡେ
  • ଲେମ୍ବୁ ଫାଳେ
  • ଜୀରାଗୁଣ୍ଡ ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପୋଦିନା ପତ୍ରକୁ ଭଲ ଭାବରେ ଧୋଇ ଗ୍ରାଇଣ୍ଡିଂ ଜାର୍‌ରେ ନେବେ। ତା’ପରେ ଏଥିରେ ତାଳଗୁଡ଼ ମିଶ୍ରି, ବିଟ୍‌ ଲୁଣ, ଅଦା ଖଣ୍ଡେ ଓ ଗୋଟେ ଗ୍ଲାସ୍‌ ପାଣି ଦେଇ ଗ୍ରାଇଣ୍ଡିଂ କରିବେ। ତା’ପରେ ଏହି ମିଶ୍ରଣକୁ ଏକ ବଡ଼ ପାତ୍ରରେ ଛାଣି ସାହାଯ୍ୟରେ ଛାଣିଦେବେ। ପିଇବା ବେଳେ ଏଥିରେ ଫାଳେ ଲେମ୍ବୁ ରସ ଓ ଅଳ୍ପ ଜୀରାଗୁଣ୍ଡ ମିଶାଇ ଗୋଳାଇ ପିଇବେ।

ଅଧିକ ପଢ଼ନ୍ତୁ: କେମିତି ପ୍ରସ୍ତୁତ କରିବେ କାଢ଼ା?

ଫାଇଦା

  • ପୋଦିନ ପତ୍ର ସରବତ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ।
  • ଏହା ହଜମ ଶକ୍ତିକୁ ବୃଦ୍ଧି କରିବା ସହିତ ହଜମ ଶକ୍ତି ବଢ଼ାଇଥାଏ।
  • ମସ୍ତିଷ୍କକୁ ସୁସ୍ଥ ରଖିଥାଏ।
  • ଶରୀରକୁ ସତେଜ ରଖିଥାଏ।
  • ପୋଦିନାରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
  • ଖାଦ୍ୟ ହଜମ ଏବଂ ଆଲର୍ଜି ଜନିତ ସମସ୍ୟାରୁ ଉପଶମ ପାଇଁ ପୋଦିନା ସରବତ ସବୁଠାରୁ ଭଲ ବିକଳ୍ପ।