ମୁଖ ଗହ୍ୱର କର୍କଟ ରୋଗ କ’ଣ? ଏହାର ଲକ୍ଷଣ, ନିରାକରଣ ଓ ଚିକିତ୍ସାକୁ ନେଇ ଡାକ୍ତର ଦୀପକ କୁମାର ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Oral cavity Cancer: causes, Symptoms and treatment in odia)
- ମୁଖ ଗହ୍ୱର କର୍କଟ କ’ଣ?
- ମୁଖ ଗହ୍ୱର କର୍କଟର କାରଣ?
- ମୁଖ ଗହ୍ୱର କର୍କଟର ଲକ୍ଷଣ?
- ମୁଖ ଗହ୍ୱର କର୍କଟର ଚିକିତ୍ସା
ସମଗ୍ର ଦେଶ ତଥା ରାଜ୍ୟରେ ବହୁ ସଂଖ୍ୟାରେ ଲୋକ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହା ଉଭୟ ପୁରୁଷ ଓ ମହିଳାଙ୍କୁ ହୋଇପାରେ। କିନ୍ତୁ ପୁରୁଷମାନଙ୍କ ମଧ୍ୟରେ ଅଧିକ ପରିଲକ୍ଷିତ ହୁଏ ମୁଖ କର୍କଟ ରୋଗ ବା ଓରାଲ୍ କ୍ୟାଭିଟି କ୍ୟାନ୍ସର୍।
ଆମର ଶରୀରରେ ସାଧାରଣ ଭାବେ କୋଷ ବିଭାଜନ ହୋଇଥାଏ। କିନ୍ତୁ କ୍ୟାନ୍ସର ହେଲେ କୋଷ ବିଭାଜନ ତୀବ୍ର ଗତିରେ ହୋଇଥାଏ। ଫଳରେ କ୍ୟାନ୍ସର କୋଷଗୁଡ଼ିକ ଏହାର ଚାରିପଟେ ଥିବା ଭଲ କୋଷକୁ ନଷ୍ଟ କରିଦିଏ। କ୍ୟାନ୍ସର ସେଲ୍ ତା’ର ନିଜ ଟସ୍ୟୁଠାରୁ ଅଲଗା ହୋଇ ରକ୍ତ କିମ୍ବା ଲିମ୍ଫାଟିକରେ ମିଶି ଅନ୍ୟ ଅଙ୍ଗକୁ ସଂକ୍ରମଣ କରିପାରେ। କ୍ୟାନ୍ସର ସେଲ୍ସ ଆମ ଶରୀରର ଯକୃତ, ଫୁସ୍ଫୁସ୍, ହାଡ଼ ଭଳି ସମସ୍ତ ଅଙ୍ଗକୁ ବ୍ୟାପିପାରେ। ମୁଣ୍ଡରୁ ଆରମ୍ଭ କରି ପାଦ ଯାଏଁ ସବୁ ଟିସୁକୁ ପ୍ରଭାବିତ କରେ କ୍ୟାନ୍ସର।
ମୁଖ ଗହ୍ୱର କର୍କଟ କ’ଣ?
ମୁଖ ଗହ୍ୱର କ୍ୟାନ୍ସରକୁ ସାଧାରଣରେ ଓରାଲ କ୍ୟାଭିଟି କ୍ୟାନ୍ସର କୁହାଯାଏ। ମୁଖ ଗହ୍ୱର କ୍ୟାନ୍ସର ପାଟି ଭିତରର ଯେକୌଣସି ଅଙ୍ଗକୁ ସଂକ୍ରମଣ କରିପାରେ। ଏହି କ୍ୟାନ୍ସର ଦ୍ୱାରା ଓଠ, ଦାନ୍ତ ମଜ୍ଜା, ପ୍ୟାଲେଟ୍, ବକାଲ ମ୍ୟୁକୋଷା ଆଦି ପ୍ରଭାବିତ ହୋଇଥାଏ। ପ୍ରଥମେ ପାଟିରେ ଘା’ ହୋଇ ମୁଖ ଗହ୍ୱର କ୍ୟାନ୍ସର ହୋଇଥାଏ।
ମୁଖ ଗହ୍ୱର କର୍କଟର କାରଣ (Causes of Oral Cavity Cancer in Odia)
ମୁଖ ଗହ୍ଵର କର୍କଟର ମୁଖ୍ୟ କାରଣଗୁଡ଼ିକ ହେଉଛି:
ତମାଖୁର ସେବନ।
ପାନ, ବିଡ଼ି, ତମାଖୁ, ଗୁଟ୍ଖା, ସିଗାରେଟ୍ ତଥା ମଦ୍ୟପାନ ମୁଖ କର୍କଟର କାରଣ ସାଜିଥାଏ।
ମୁଖ ଗହ୍ୱର କ୍ୟାନ୍ସରର ଅନ୍ୟ କାରଣ ହେଉଛି ମଦ୍ୟପାନ। କେବଳ ମଦ ପିଇଲେ ଓରାଲ କ୍ୟାଭିଟି କ୍ୟାନ୍ସର ହୋଇଯିବ ବୋଲି ଭାବିବା ଭୁଲ। ମଦ ସହ ଯଦି ତମାଖୁ, ଗୁଟ୍ଖା ଖାଇବେ ତେବେ କ୍ୟାନ୍ସର ହେବାର ଆଶଙ୍କା ତିନିରୁ ୪ ଗୁଣା ବଢ଼ିଯାଏ।
ହ୍ୟୁମାନ ପପିଲୋମା ଭୂତାଣୁ ସଂକ୍ରମଣ ଯୋଗୁଁ ହୋଇପାରେ ମୁଖ ଗହ୍ୱର କ୍ୟାନ୍ସର।
୯୫ ପ୍ରତିଶତ ମୁଖ ଗହ୍ୱର କର୍କଟ ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କଠାରେ ଦେଖାଯାଏ।
ମୁଖ ଗହ୍ୱର କର୍କଟର ଲକ୍ଷଣ (Symptoms of Oral Cavity Cancer in Odia)
ପାଟିରେ ଘା’ ହେବା
ଘା’ ଶୁଖିବ ନାହିଁ।
ପାଟିରେ ମାଂସ ପିଣ୍ଡୁଳା ବଢ଼ିବ, ଔଷଧ ଖାଇଲେ ମାଂସ ପିଣ୍ଡୁଳା କମିବ ନାହିଁ।
ପାଟିରେ ଘା’ ହେବା ମାନେ ନୁହେଁ ଯେ ଏହା କର୍କଟ। କିନ୍ତୁ କେତେକ କ୍ଷେତ୍ରରେ ପାଟିରେ ହୋଇଥିବା ଘା’ ମୁଖ କର୍କଟ ରୋଗର ପ୍ରଥମ ସୋପାନ ବି ହୋଇଥାଏ।
ମୁଖ ଗହ୍ୱର କର୍କଟର ଚିକିତ୍ସା (Treatment of Oral Cavity Cancer in Odia)
କ୍ୟାନ୍ସର ପ୍ରାଥମିକ ପର୍ଯ୍ୟାୟରେ ଥିଲେ ସର୍ଜରୀ ଦ୍ୱାରା ଚିକିତ୍ସା କରାଯାଇ ପାରିବ।
କ୍ୟାନ୍ସର ଆଡଭାନ୍ସ ଷ୍ଟେଜ୍ରେ ଥିଲେ ବିଭିନ୍ନ ପଦ୍ଧତିରେ ଚିକିତ୍ସା କରାଯାଏ। ଏହି ପର୍ଯ୍ୟାୟରେ ପ୍ରଥମେ ସର୍ଜରୀ ଏହାପରେ ରେଡିଏସନ୍ ଜରିଆରେ ଚିକିତ୍ସା ହୁଏ। ରୋଗୀଙ୍କ ଅବସ୍ଥାକୁ ଦେଖି କେମୋଥେରାପିର ମଧ୍ୟ ବ୍ୟବହାର କରାଯାଏ।
ଚତୁର୍ଥ ପର୍ଯ୍ୟାୟରେ ଦେଖାଯାଏ ଯେ ଅପରେସନ୍ ହୋଇପାରିବ କି ନାହିଁ। ଯଦି ରୋଗୀଙ୍କର ଅପରେସନ୍ ହୋଇପାରିବ, ତେବେ ପ୍ରଥମେ ଅପରେସନ୍ କରାଯିବ ଏହାପରେ ରେଡିଓ ଥେରାପି ଓ କେମୋ ଥେରାପି ଦିଆଯାଏ। ଯଦି ଅପରେସନ୍ ହୋଇପାରିବ ନାହିଁ, ତାହେଲେ ରେଡିଓ ଥେରାପି କେମୋ ଥେରାପି ମିଶାଇକି ଦିଆଯିବ। ଯଦି ମେଟାଷ୍ଟାଟିକ (କ୍ୟାନ୍ସର ସେଲ୍ସ ଅନ୍ୟ ଅଙ୍ଗକୁ ବ୍ୟାପିଯାଇଛି) ହୋଇଯାଇଛି, ତାହେଲେ କେବଳ ପାଲିଆଟିକ କେମୋଥେରାପି ଦିଆଯାଏ। କିଛିଟା କ୍ଷେତ୍ରରେ ଚିକିତ୍ସା କରିବା ସମ୍ଭବ ହୋଇନଥାଏ।
ମୁଖ ଗହ୍ୱର କର୍କଟର ନିରାକରଣ
ମୁଖ ଗହ୍ୱର କର୍କଟ ନିରାକରଣର ଗୋଟିଏ ମାତ୍ର ମନ୍ତ୍ର ହେଉଛି ତମାଖୁ ବର୍ଜନ। ଏହାସହ ମଦ୍ୟାପାନ ବୀ ଛାଡ଼ିବାକୁ ହେବ।
ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଯଦି ଜଣେ ବ୍ୟକ୍ତି ୩ରୁ ୪ ବର୍ଷ ହେବ ତମାଖୁ ଛାଡ଼ିଦେଉଛନ୍ତି, ତେବେ ମୁଖ କର୍କଟର ଆଶଙ୍କା ୩୦ ପ୍ରତିଶତ କମିଯାଏ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଦୀପକ କୁମାର ଦାସଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on Oral Cavity Cancer with their causes, symptoms, preventions & treatment based on the interview with Dr Deepak Kumar Das, Consultant, Radiation oncologist.