କରୋନା ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିବାର କିଛି ଦିନ ମଧ୍ୟରେ ବିଭିନ୍ନ ଲକ୍ଷଣ ଦେଖାଯାଏ। ତେବେ ପ୍ରଶ୍ନ ଉଠେ ଯେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ କରୋନାର ପ୍ରଭାବର ଦେଖାଯାଉନଥିଲେ ମଧ୍ୟ ତାଙ୍କଠାରୁ ସଂକ୍ରମଣ ଆଉ ଜଣକ ପାଖକୁ ଡେଇଁପାରେ କି?
ଏହାର ଉତ୍ତର ହେଉଛି ହଁ। ଅର୍ଥାତ ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନର ଗୁରୁତର ଲକ୍ଷଣ ଦେଖାଯିବା ପୂର୍ବରୁ ମଧ୍ୟ ସଂକ୍ରମଣ ଅନ୍ୟକୁ ବ୍ୟାପି ପାରେ। ତେଣୁ ବିଶେଷଜ୍ଞଙ୍କ ପରାମର୍ଶ ହେଉଛି ଯେ କୌଣସି ବ୍ୟକ୍ତିଙ୍କ ପାଖରେ ଥଣ୍ଡା, ଜ୍ୱର ଓ କାଶର ଲକ୍ଷଣ ଦେଖା ଦେଉଥିଲେ ତାଙ୍କଠାରୁ ଦୂରତା ରକ୍ଷା କରନ୍ତୁ