ଅଧିକ ପଢ଼ନ୍ତୁ- ପିକ୍ନିକ୍ ଟାଇମ୍: ବାହାରକୁ ବୁଲିବାକୁ ଯାଉଥିଲେ ସାଙ୍ଗରେ ନିଅନ୍ତୁ ଏହିସବୁ ଔଷଧ
ବସ୍ରେ ଯାତ୍ରା କରିବା ବେଳେ ବାନ୍ତି ହେଉଥିଲେ ଆପଣାନ୍ତୁ କିଛି ଘରୋଇ ଉପାୟ।
ନୂଆବର୍ଷରେ ଲୋକେ ନୂଆ ନୂଆ ସ୍ଥାନକୁ ବୁଲି ଯିବାକୁ ପସନ୍ଦ କରନ୍ତି। ହେଲେ ବସ୍, କାର୍ରେ ଯାତ୍ରା କରିବା ବେଳେ କେତେକଙ୍କର ବାନ୍ତି ହେବା ଯୋଗୁଁ ପୂରା ପିକ୍ନିକ୍ର ମଜା ଫିକା ପଡ଼ିଯାଏ। କାରଣ ବାନ୍ତି ହେବା ଦ୍ୱାରା ଶରୀର ଅସୁସ୍ଥ ଲାଗିବା ସହ ଯାତ୍ରାକୁ ଉପଭୋଗ କରିହୁଏ ନାହିଁ।
ଯାତ୍ରା ସମୟରେ ଆପଣ ପ୍ରତି ୧୦ରୁ ୧୫ ମିନିଟ୍ ଗଭୀର ନିଶ୍ୱାସ ନିଅନ୍ତୁ।
ଯାତ୍ରା ପୂର୍ବରୁ କୌଣସି ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ।
କାର୍ରେ ଯାଉଥିଲେ ଆଗ ସିଟ୍ରେ ବସନ୍ତୁ।
ବସ୍ରେ ଯାଉଥିଲେ ମଝି ସିଟ୍ରେ ବସନ୍ତୁ।
ଟ୍ରାଭେଲ୍ କରିବା ବେଳେ ନିଜ ପାଖରେ ଲେମ୍ବୁ ରଖନ୍ତୁ। ବାନ୍ତି ଲାଗିବା ବେଳେ ଏହାକୁ ମଝିରେ ମଝିରେ ଶୁଙ୍ଘନ୍ତୁ।
ଟ୍ରାଭେଲ କଲାବେଳେ ବହି କି କୌଣସି ପେପର ପଢ଼ନ୍ତୁ ନାହିଁ।
ଯାତ୍ରା ସମୟରେ ଚାରିଚକିଆ ଯାନର ଗ୍ଲାସ୍ ବନ୍ଦ କରନ୍ତୁ ନାହିଁ। ଏହାଦ୍ୱାରା ଅଣନିଶ୍ୱାସୀ ଲାଗିଥାଏ। ସବୁବେଳେ ଗ୍ଲାସ୍ ଖୋଲା ରଖନ୍ତୁ ଫଳରେ ମୁକ୍ତ ବାୟୁ ଚଳାଚଳ ହୋଇପାରିବ।
ଗାଡ଼ିରେ ଅନ୍ୟ କାହାର ବାନ୍ତି ହେଉଥିଲେ ତାଙ୍କ ପାଖରେ ବସନ୍ତୁ ନାହିଁ।
ଯାତ୍ରା ସମୟରେ ନିଜ ସହ ସେଓ ଜୁସ୍ ନେଇ ଯାଆନ୍ତୁ। ସେଓ ଜୁସ୍କୁ ପ୍ରତି ୧୫ରୁ ୨୦ ମିନିଟ୍ ବ୍ୟବଧାନରେ ପିଅନ୍ତୁ। ସେଓରେ ଥିବା ଆଣ୍ଟିଅକ୍ସିଡାଣ୍ଟ ବାନ୍ତି ହେବାକୁ ରୋକିଥାଏ।
ଗାଡ଼ିରେ ଯାତ୍ରା ସମୟରେ ଅଧିକ ପରଫ୍ୟୁମ୍ ବ୍ୟବହାର କରନ୍ତୁ ନାହିଁ।
ଯାତ୍ରା କରିବା ବେଳେ ଆଖି ବନ୍ଦ କରନ୍ତୁ ବା କିଛି ସମୟ ପାଇଁ ଶୋଇପଡ଼ନ୍ତୁ।