ରାତିରେ ଶୋଇବା ବେଳେ ବାରମ୍ବାର ନିଦ ଭାଙ୍ଗିବା ହେଉଛି ନିଦ୍ରାହୀନତାର କାରଣ।
ଆଜିକାଲି କାମର ଚାପ ବଢ଼ିବା ସହିତ ଅନେକ ଲୋକ ନିଦ୍ରାହୀନତା ସମସ୍ୟାର ସାମ୍ନା କରୁଛନ୍ତି। ପୂର୍ବରୁ ବୟସ୍କ ଲୋକମାନେ ଏହାର ଶିକାର ହେଉଥିବାବେଳେ ଏବେ ଯୁବପିଢ଼ି ଅନିଦ୍ରା ଦ୍ୱାରା ବହୁ ପରିମାଣରେ ପ୍ରଭାବିତ ହେଉଛନ୍ତି।
ବେଳେ ବେଳେ ରାତିରେ ଶୋଇଥିବା ବେଳେ ବାରମ୍ବାର ନିଦ ଭାଙ୍ଗିଯାଏ ଓ ପୁଣି ନିଦ ହୋଇନଥାଏ। ଅନେକ ସମୟରେ ଆମକୁ ରାତିରେ ସଠିକ ଭାବେ ଦିନ ହୋଇ ନ ଥାଏ ଏବଂ ସକାଳୁ ଶୀଘ୍ର ନିଦ ଭାଙ୍ଗିଯାଏ। ଏହାଛଡ଼ା ରାତିରେ ଶୋଇବାକୁ ଯିବା ବେଳେ ବିଞ୍ଛଣାରୁ ଅଧିକ ସମୟ ଧରି ଚେଇଁ ରହିବା ବା ନିଦ ନ ହେବା। ଏଭଳି ଅବସ୍ଥା ୪ ସପ୍ତାହରୁ ଅଧିକ ଦିନ ପର୍ଯ୍ୟନ୍ତ ଲାଗିରହିଲେ ଏହା ନିଦ୍ରାହୀନତା ସମସ୍ୟା ହୋଇଥାଏ।
ଜଣେ ବ୍ୟକ୍ତି ପ୍ରତିଦିନ ୬ରୁ ୮ ଘଣ୍ଟା ଧରି ଶୋଇବା ଉଚିତ। ଯଦି ଆମେ ୪ ଘଣ୍ଟାରୁ କମ୍ ଶୋଉଛେ, ତେବେ ଏହାକୁ ନିଦ୍ରାହୀନତା ବୋଲି କହିଥାଉ।
ନିଦ୍ରାହୀନତାର ଉପଚାର
ଶୋଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରନ୍ତୁ। ପ୍ରତିଦିନ ସେହି ସମୟରେ ଶୁଅନ୍ତୁ।
ଶୋଇବାର ଘଣ୍ଟେ ପୂର୍ବରୁ ମୋବାଇଲର ବ୍ୟବହାର କରନ୍ତୁ ନାହିଁ। ମୋବାଇଲ ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କ କାର୍ଯ୍ୟରତ ରହିଥାଏ ଫଳରେ ନିଦ ଆସିନଥାଏ।
ଯଦି ଆପଣ ବିଞ୍ଝଣାରେ ଶୋଇଛନ୍ତି କିନ୍ତୁ ନିଦ ହେଉନାହିଁ, ତେବେ ଆପଣଙ୍କୁ କିଛି ଭଲ ଲାଗୁଥିବା କାର୍ଯ୍ୟ କରନ୍ତୁ।
ସନ୍ଧ୍ୟା ସମୟରେ ବା ରାତିରେ କୌଣସି ପ୍ରକାର ଉତ୍ତେଜକ ଖାଦ୍ୟ ଖାଆନ୍ତୁ ନାହିଁ।
ରାତିରେ ସବୁବେଳେ ହାଲ୍କା ଖାଦ୍ୟ ଖାଆନ୍ତୁ। ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ
ପ୍ରତିଦିନ ମେଡିଟେସନ୍, ଯୋଗ କରନ୍ତୁ।
ପ୍ରତିଦିନ ବ୍ୟାୟାମ ବା କିଛି ଶାରୀରିକ ପରିଶ୍ରମ କରନ୍ତୁ।
ନିଜକୁ ଭଲ ଲାଗୁଥିବା ସଙ୍ଗୀତ ଶୁଣନ୍ତୁ।
ପ୍ରଚୁର ପରିମାଣର ପାଣି ପିଅନ୍ତୁ।
ସବୁବେଳେ ରିଲାକ୍ସ ରହନ୍ତୁ।
ଯଦି ଏହିସବୁ ଉପଚାର କଲା ପରେ ବି ଅନିଦ୍ରା ରହୁଛି, ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ। କିନ୍ତୁ, ବିନା ଡାକ୍ତରଙ୍କ ପରାମର୍ଶରେ କୌଣସି ବଟିକା ବା ନିଦ ବଟିକା ଖାଆନ୍ତୁ ନାହିଁ।