ଯଥେଷ୍ଟ ଖାଇଲା ପରେ ବି ଓଜନ କମିଯିବା ହେଉଛି ଏକ ରୋଗର ଲକ୍ଷଣ। 

ଆପଣ ଶୁଣିଥିବେ, କେତେକ ଲୋକ ଯେତେ ଖାଇଲେ ବି ସେମାନଙ୍କର ଓଜନ ବଢ଼ିନଥାଏ। ହେଲେ ଏମିତି କେତେକ ଲୋକ ଅଛନ୍ତି, ଯେଉଁମାନେ ଅଧିକ ଖାଇଲା ପରେ ବି ସେମାନଙ୍କ ଓଜନ କମି କମି ଯାଇଥାଏ। ଯଥେଷ୍ଟ ଖାଇଲା ପରେ ବି ଓଜନ କମିଯିବା ହେଉଛି ଏକ ରୋଗର ଲକ୍ଷଣ। ଏହା ହେଉଛି ହାଇପର-ଥାଇରଏଡ୍‌। ଥାଇରଏଡ୍‌ ଗ୍ରନ୍ଥିରୁ ଥାଇରଏଡ୍‌ ହରମୋନ୍‌ ଅଧିକ କ୍ଷରଣ ହେଲେ ତାହାକୁ ହଇପର ଥାଇରଏଡିଜିମ୍‌ ବୋଲି କହିବା। ତେବେ ଜାଣନ୍ତୁ ହାଇପର ଥାଇରଏଡ୍‌ର ଲକ୍ଷଣସବୁ କ’ଣ?

  • ଓଜନ କମିଯିବା
  • ପ୍ରବଳ ଭୋକ ଲାଗିବ
  • ଯଥେଷ୍ଟ ଖାଦ୍ୟ ଖାଇଲେ ମଧ୍ୟ ଓଜନ କମି କମି ଯାଏ
  • ଝାଳ ବୋହିବ, ଶୀତଦିନରେ ବି ଅତ୍ୟଧିକ ଝାଳ ବୋହିବା
  • ଦିନକୁ ୫ରୁ ୭ଥର ଝାଡ଼ା ହେବ
  • ଅନେକଙ୍କର ଆଖିର ଆକାର ବଢ଼ିଯାଏ
  • ଚିଡ୍‌ଚିଡ଼ା ଲାଗିବା
  • ଛୋଟ ଛୋଟ କଥାରେ ରାଗିଯିବା
  • ହାତ ଗୋଡ଼ ଥରିବା ଭଳି ଲକ୍ଷଣ ଦେଖାଦିଏ