ରାତିରେ ଶୋଇବା ପୂର୍ବରୁ ଆମର ଛୋଟ ଛୋଟ ଭୁଲ ଆମକୁ ବିଭିନ୍ନ ସମସ୍ୟାକୁ ଟାଣିଆଣେ। ତେବେ, ଜାଣନ୍ତୁ ଶୋଇବା ପୂର୍ବରୁ କେଉଁସବୁ ଟିପ୍ସ ଆପଣେଇବା ଉଚିତ।
ଶୋଇବା ପୂର୍ବରୁ ଭଲ ଭାବେ ଗାଧୋଇକି ବା ଧୋଇ ହୋଇ ଶୋଇଲେ ଶରୀରରେ ଥିବା ଜୀବାଣୁ ନଷ୍ଟ ହୋଇଯାଆନ୍ତି।
ଶୋଇବା ପୂର୍ବରୁ ଦାନ୍ତ ବ୍ରସ୍ କରି ଶୁଅନ୍ତୁ। ଶୋଇବା ସମୟରେ ଆମ ପାଟିରେ ଅଧିକ ଜୀବାଣୁ ସୃଷ୍ଟି ହୋଇଥା’ନ୍ତି। ଏଥିପାଇଁ ଶୋଇବା ସମୟରେ ହିଁ ଦାନ୍ତ ରୋଗ ହେବାର ଆଶଙ୍କା ଅଧିକ। ତେଣୁ ଶୋଇବା ପୂର୍ବରୁ ପାଟି ଓ ଦାନ୍ତକୁ ଭଲ ଭାବରେ ସଫା କରି ଶୋଇବା ଭଲ।
ଶୋଇବା ପୂର୍ବରୁ ପାଦକୁ ନଖ ଉଷୁମ ପାଣିରେ ୧୦ ମିନିଟ୍ ପାଇଁ ବୁଡ଼ାଇ ରଖିବେ। ଏହାପରେ ପାଦକୁ ଭଲ କରି ପୋଛି କୌଣସି ତେଲ କିମ୍ବା ମଇଶ୍ଚରାଇଜର ଲଗାଇ ଶୋଇବେ।
ଶୋଇବା ପୂର୍ବରୁ ମୁହଁକୁ ଫେସ୍ଓ୍ଵାସ୍ରେ ଧୋଇବେ।
ନିଜ ବେଡ୍ର ବେଡ୍ସିଟ୍କୁ ସବୁବେଳେ ରାତିରେ ବଦଳାନ୍ତୁ କିମ୍ବା ଝାଡ଼ି ଶୁଅନ୍ତୁ। ମଇଳା ବେଡ୍ସିଟ୍ରେ ନିଦ ସଠିକ୍ ଭାବରେ ହୋଇନଥାଏ।
ପ୍ରତିଦିନ ଶୋଇବା ପୂର୍ବରୁ ହଳଦୀ ମିଶ୍ରିତ କ୍ଷୀର ପିଇବା ଦ୍ଵାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ନଷ୍ଟ ହୋଇଯାଇଥାଏ। ଏହା ଭଲ ନିଦ ହେବାରେ ସାହାଯ୍ୟ କରିଥାଏ।
ଶୋଇବା ପୂର୍ବରୁ କେଶକୁ ଭଲ କରି କୁଣ୍ଡାନ୍ତୁ। ଶୋଇବା ବେଳେ କେଶକୁ ଖୋଲିପାରିବେ ଅଥବା ଢିଲା ବାନ୍ଧି ଶୋଇପାରିବେ।