ଆଜିକାଲିର ଅନିୟନ୍ତ୍ରିତ ଜୀବନଶୈଳୀ ମଧୁମେହ ରୋଗର ପ୍ରମୁଖ କାରଣ। ତେବେ ଠିକ ସମୟରେ ସଠିକ ଖାଦ୍ୟ ଖାଇବା ଫଳରେ ଏହାକୁ ନିୟନ୍ତ୍ରଣ କରିହେବ।
ଅଧିକ ପଢ଼ନ୍ତୁ: ମଧୁମେହ ରୋଗୀ ସାବଧାନ! ଏହି ୬ଟି ଖାଦ୍ୟ କରିଥାଏ ରକ୍ତ ଶର୍କରା ସ୍ତରରେ ଅସନ୍ତୁଳନ
ରାତିରେ ୮ରୁ ୧୦ ଘଣ୍ଟା ଶୋଇକି ଉଠିବା ପରେ ଶରୀରରେ ଗ୍ଲୁକୋଜ ସ୍ତର କମ ହୋଇଯାଇଥାଏ। ତେଣୁ ମଧୁମେହ ରୋଗୀମାନେ ସକାଳ ଉଠିବାର ଏକ ଘଣ୍ଟା ମଧ୍ୟରେ କିଛି ଜଳଖିଆ ଖାଇବା ଉଚିତ।
ଜଣେ ବ୍ୟକ୍ତି ପ୍ରତିଦିନ ଖାଉଥିବା ଖାଦ୍ୟ ଇନସୁଲିନ ସାହାଯ୍ୟରେ ଶକ୍ତିରେ ପରିଣତ ହୋଇଥାଏ। ଡାଏବେଟିସ ରୋଗୀ ଖାଦ୍ୟପେୟର ଅବହେଳା କରିବା ହେତୁ ସେମାନଙ୍କ ଶରୀରରେ ଇନସୁଲିନର ମାତ୍ରା କମ ହୋଇଯାଏ। ମଧୁମେହ ରୋଗୀ ଖାଉଥିବା ଖାଦ୍ୟ ସହଜରେ ଶକ୍ତିରେ ପରିଣତ ନ ହେବା କାରଣରୁ ସେମାନଙ୍କୁ ଥକ୍କା ଲାଗିଥାଏ। ଏସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଖାଦ୍ୟପେୟ ଉପରେ ବିଶେଷ ଯତ୍ନବାନ ହେବା ଆବଶ୍ୟକ।
ଅଧିକ ପଢ଼ନ୍ତୁ: ଘରୋଇ ଉପାୟରେ ଡାଇବେଟିସକୁ କରନ୍ତୁ ନିୟନ୍ତ୍ରଣ
ସକାଳ ସମୟରେ କମିଯାଇଥିବା ଗ୍ଲୁକୋଜ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ ଜଳଖିଆର ଆବଶ୍ୟକତା ରହିଛି। ତେଣୁ ସକାଳ ଜଳଖିଆରେ ଆପଣ ୫୦୦-୬୦୦ କ୍ୟାଲୋରୀର ଖାଦ୍ୟ ଖାଇବା ଉଚିତ। ଆପଣ ସକାଳ ସମୟରେ ୩-୪ ରୁଟି, ସନ୍ତୁଳା, ଉପମା ଏବଂ ବିଶେଷ କରି ଘରୋଇ ଖାଦ୍ୟ ଖାଇପାରିବେ। ଯଦି ଆପଣ ସଠିକ ଜଳଖିଆ ନ ଖାଉଛନ୍ତି ତେବେ ଆପଣଙ୍କ ମସ୍ତିଷ୍କ ଅଗ୍ନ୍ୟାଶୟକୁ ଇନସୁଲିନ ତିଆରି ପାଇଁ ସଂକେତ ଦେଇନଥାଏ। ଫଳରେ ଆପଣ ଦିନ ସାରା ଯେତେ ଅଧିକ ଖାଦ୍ୟ ଖାଇଲେ ମଧ୍ୟ ଶରୀରରେ ଇନସୁଲିନର ଅଭାଵ ପୂରଣ ହୋଇପାରିବ ନାହିଁ। ସୁସ୍ଥ ଜଳଖିଆ ଖାଇବା ଫଳରେ ଡାଏବେଟିସ ନିୟନ୍ତ୍ରଣରେ ରହିଥାଏ।
କେଉଁ ଭଳି ଜଳଖିଆ ଖାଇବା ଉଚିତ?
ଅଧିକ ତେଲ ଯୁକ୍ତ ବା ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ।
ଜଙ୍କ ଫୁଡ ସକାଳ ଜଳଖିଆରେ ସାମିଲ କରନ୍ତୁ ନାହିଁ।
ରାତି, ଦୋସା, ଚକୁଳି ଏବଂ ଉପମା ଭଳି ଘର ତିଆରି ଖାଦ୍ୟ ଖାଆନ୍ତୁ।
ଏକ ପ୍ରକାର ଖାଦ୍ୟ ନ ଖାଇ ପ୍ରତିଦିନ କିଛି ନୂଆ ଖାଦ୍ୟ ଖାଆନ୍ତୁ।
ଅଧିକ ପଢ଼ନ୍ତୁ: ପ୍ରି-ଡାଏବେଟିସ ରୋଗୀ, ଡାଏବେଟିସ ନ ହେବା ପାଇଁ ଆପଣାନ୍ତୁ ଏହି ଖାଦ୍ୟ ଶୈଳୀ
ଡାଏବେଟିସ ରୋଗୀ ଗୋଟିଏ ଦିନରେ ୩ଥର ଛୋଟ ଜଳଖିଆ ଏବଂ ୩ ଥର ପୁରା ଭୋଜନ କରିବା ଆବଶ୍ୟକ।
୬-୭: ସକାଳୁ ଉଠି ଚା’ ସାଙ୍ଗରେ ସୁଗାର ଲେସ ବିସ୍କୁଟ ଖାଇପାରିବେ।
୮-୮.୩୦: ଘର ତିଆରି ଜଳଖିଆ ଖାଆନ୍ତୁ।
୧୧-୧୧.୩୦: ଏହି ସମୟରେ ଅଳ୍ପ ମାତ୍ରାରେ କିଛି ଖାଦ୍ୟ, ଡ୍ରାଏ ଫ୍ରୁଟ କିମ୍ବା ବିଭିନ୍ନ ଜୁସ ପିଇ ପାରିବେ।
୧-୧.୩୦: ଡାକ୍ତରଙ୍କ ପରାମର୍ଶ ଅନୁସାରେ ଲଞ୍ଚ ଖାଇପାରିବେ। ଲଞ୍ଚରେ ବିଭିନ୍ନ ସବୁଜ ପନିପରିବା, ଅଳ୍ପ ତେଲ ଯୁକ୍ତ ଖାଦ୍ୟ, ସିଝା ତରକାରୀ, ରୁଟି ଏବଂ ଅଳ୍ପ ଭାତ ଖାଇପାରିବେ। ଗୋଟିଏ ଦିନ ଭିତରେ ଥରେ ଭାତ ଖାଇବା ଆବଶ୍ୟକ। ଆପଣ ଭାତ ସହ ମାଛ ମଧ୍ୟ ଖାଇପାରିବେ।
୩-୪: ଲଞ୍ଚ ବ୍ରେକ ପରେ ସାମାନ୍ୟ ବିଶ୍ରାମ ନେଇ ଉଠିବା ପରେ କିଛି ଶୁଖିଲା ଖାଦ୍ୟ ଯେପରିକି ବିସ୍କୁଟ, ଚୁଡା ଭଜା ଭଳି ଖାଦ୍ୟ ଖାଆନ୍ତୁ।
୬-୬.୩୦: ସନ୍ଧ୍ୟା ସମୟରେ ଡାଏବେଟିସ ରୋଗୀମାନେ ଚା’ ସହ କିଛି ଖାଦ୍ୟ ଖାଇପାରିବେ।
୯-୧୦: ରାତ୍ରି ଭୋଜନରେ ଆପଣ ରୁଟି, ଡାଲି, ସନ୍ତୁଳା ଏବଂ କ୍ଷୀର ଖାଇପାରିବେ।