ଅଧିକ ମିଠା ଖାଇବା ଯୋଗୁଁ ଡାଏବେଟିସ ହୋଇଥାଏ। ଏପରି ଅନେକ ଲୋକଙ୍କ ଧାରଣା ରହିଛି। କିନ୍ତୁ ଏହା ଭୁଲ କଥା। ମିଠା ନୁହେଁ ବରଂ ଏହି ସବୁ କାରଣ ଯୋଗୁଁ ଡାଏବେଟିସ ହୋଇଥାଏ।
ଡାଏବେଟିସ ଏକ ରୋଗ ନୁହେଁ। କିନ୍ତୁ ଥରେ ଆକ୍ରାନ୍ତ କରିବା ମାତ୍ରକେ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦିଏ। ଡାଏବେଟିସ ଯୋଗୁଁ ଶରୀରରେ ଉପଯୁକ୍ତ ମାତ୍ରାରେ ଇନସୁଲିନ ତିଆରି ବନ୍ଦ ହୋଇଯାଏ। ସଠିକ ପୋଷଣର ଅଭାବ ଓ ଖାଦ୍ୟପେୟରେ କଟକଣା ପାଇଁ ଡାଏବେଟିସ ରୋଗୀ ଧୀରେ ଧୀରେ ଦୁର୍ବଳ ହୋଇପଡ଼ନ୍ତି।
ଅନେକ ସମୟରେ ଘରେ ମିଠା ଖାଇବାକୁ ନେଇ ବାରଣ କରିଥାନ୍ତି। ଯେଉଁମାନଙ୍କୁ ଡାଇବେଟିସ ସମସ୍ୟା ଥାଏ ଡାକ୍ତର ସେମାନଙ୍କୁ ମିଠା ଖାଇବାକୁ ମନା କରନ୍ତି। ହେଲେ ଯେଉଁ ବ୍ୟକ୍ତିର ଏହି ସମସ୍ୟା ନାହିଁ ସେ ବି କ’ଣ ମିଠାଠାରୁ ଦୂରେଇ ରହିବା ଉଚିତ?
ଡାଏବେଟିସ ହେଉଛି ୨ ପ୍ରକାରର। ଟାଇପ-ଏ ଓ ଟାଇପ-ବି। ଶରୀରର ଇନସୁଲିନ ସୃଷ୍ଟି ହେଉଥିବା କୋଷଗୁଡ଼ିକ ନଷ୍ଟ ହୋଇଗଲେ ଟାଇପ-ଏ ଡାଏବେଟିସ ଦେଖା ଦେଇଥାଏ। ଶରୀର ଇନସୁଲିନ ସୃଷ୍ଟି କରିବାରେ ଅକ୍ଷମ ହୋଇଯାଏ, ତାହାକୁ ଟାଇପ-ବି ଡାଏବେଇସ କୁହାଯାଏ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦୁଇଟି ଯାକ ଡାଏବେଟିସର ମିଠା ଖାଇବା ସହ କୌଣସି ସମ୍ପର୍କ ନାହିଁ।
ମଧୁମେହ ରୋଗ ମିଠା ଖାଇବା ଯୋଗୁଁ ନୁହେଁ ବରଂ ମୋଟାପଣ ହେତୁ ହୋଇଥାଏ। ଅଧିକ ଶର୍କରା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀରର ଓଜନ ବଢ଼ିଥାଏ। ଯାହାଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା ବଢ଼ିଥାଏ।
ଅନେକ ଲୋକଙ୍କର ଭୁଲ ଧାରଣା ଥାଏ ଯେ, ଡାଏବେଟିସ୍ ରୋଗୀ ଆଦୌ ମିଠା ଖାଇବା ଉଚିତ ନୁହେଁ। ଯଦି ଆପଣଙ୍କୁ ଡାଏବେଟିସ ଆରମ୍ଭ ହୋଇଛି, ତା’ହେଲେ ଏକ ସନ୍ତୁଳିତ ଆହାରରେ ମିଠା ରହିବା ଜରୁରୀ। ଏହାଦ୍ୱାରା ସୁଗାର ଜନିତ ରୋଗ ସହିତ ଲଢ଼ିବାକୁ ସାହାଯ୍ୟ ମିଳିଥାଏ।
ଅତ୍ୟଧିକ ସମୟ ଗୋଟିଏ ନିର୍ଦ୍ଧିଷ୍ଟ ଜାଗାରେ ବସି କାମ କରନ୍ତି ବା ଅଫିସରେ ଚେୟାରରେ ବସି କାମ କରିବା ଯୋଗୁଁ ମଧୁମେହ ହୋଇଥାଏ।
ଅନିଦ୍ରା ଜନିତ ସମସ୍ୟା ଯୋଗୁଁ ମଧୁମେହ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି ଦିନକୁ ଅତିକମରେ ୬ ରୁ ୮ ଘଣ୍ଟା ଶୋଇବା ଦରକାର। ଯେଉଁ ଲୋକମାନେ ଠିକ ଭାବରେ ଶୁଅନ୍ତି ନାହିଁ ଏବଂ ଅନିଦ୍ରା ରହି କାମ କରନ୍ତି ସେମାନେ ଡାଏବେଟିସ ଶିକାର ହୋଇଥାନ୍ତି। ବିଳମ୍ବରେ ଶୋଇବା ଯୋଗୁଁ ମଧ୍ୟ ଏହି ରୋଗ ଦେଖାଯାଇଥାଏ।
ଆପଣ ଯଦି ଆବଶ୍ୟକତା ଠାରୁ ଅଧିକ ସମୟ ଅବସାଦଗ୍ରସ୍ତ ରହିବେ ତେବେ ଶରୀରରେ ଶର୍କରା ସ୍ତର ବଢ଼ି ଯାଇଥାଏ। ଫଳରେ ବ୍ୟକ୍ତି ମଧୁମେହ ରୋଗର ଆକ୍ରାନ୍ତ ହୋଇଥାଏ।
କୌଣସି ପଦକ୍ଷେପ ନେବା ଆଗରୁ ଡାକ୍ତରଙ୍କ ସହ ପରାମର୍ଶ କରି ନେବା ଉଚିତ।