ଆମ ଶରୀରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆମେ ଔଷଧ ଖାଇଥାଉ। କିନ୍ତୁ କେତେକ ଔଷଧର ଅତ୍ୟଧିକ ବ୍ୟବହାର ଯୋଗୁଁ ବ୍ୟକ୍ତି ଡିପ୍ରେସନର ଶିକାର ହୋଇଥାଏ।

mental stressଅନେକ ରୋଗରୁ ନିଜକୁ ମୁକ୍ତ ରଖିବା ନିମନ୍ତେ ଆମେ ଔଷଧ ବ୍ୟବହାର କରିଥାଉ। କିନ୍ତୁ ଅନେକ ସମୟରେ ଏହି ଔଷଧ ଆମ ଶରୀରରେ ନିଜର ପର୍ଶ୍ୱପ୍ରତିକ୍ରିୟା ଦେଖାଇଥାଏ। ଯାହା ଫଳରେ ଗୋଟିଏ ରୋଗ ସହ ଆହୁରି ଅନେକ ସମସ୍ୟା ବ୍ୟକ୍ତି ଉପରେ ଭାରି ପଡ଼ିଯାଏ। କେବଳ ସେତିକି ନୁହେଁ, ଏହି ଔଷଧର ଅତ୍ୟଧିକ ବ୍ୟବହାର ମଣିଷକୁ ଚାପଗ୍ରସ୍ତ କରିଦେଇଥାଏ।

ବିଟା-ବ୍ଲକର୍ସ

ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବିଟା-ବ୍ଲକର୍ସ ଔଷଧ ବ୍ୟବହାର କରାଯାଏ। ଏହା ବ୍ୟତୀତ ସେଗୁଡ଼ିକ ମାଇଗ୍ରେନ୍, ଅନିୟମିତ ହୃଦସ୍ପନ୍ଦନ ଏବଂ କମ୍ପନ ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ। ଗ୍ଲୁକୋମା ଚିକିତ୍ସାରେ ମଧ୍ୟ ଏହି ବିଟା-ବ୍ଲକର୍ସ ବ୍ୟବହାର କରିବାକୁ ଡାକ୍ତର ପରାମର୍ଶ ଦେଇଥଆନ୍ତି।

suicide

ବିଟା ବ୍ଲକର୍ସ ଔଷଧର ଅତ୍ୟଧିକ ବ୍ୟବହାର ଡିପ୍ରେସନର କାରଣ ହୋଇପାରେ। ଏହି ଔଷଧ ଖାଉଥିବା ବ୍ୟକ୍ତିମାନଙ୍କ ନିକଟରେ ବିଭିନ୍ନ ମାନସିକ ସମସ୍ୟା ସହ ଥକ୍କା ଏବଂ ଉଦାସୀନତା ଦେଖାଯାଇଥାଏ। ଟପ୍ରୋଲ ଏକ୍ସଏଲ ମେଟୋପ୍ରୋଲଲ ଏବଂ ଇଣ୍ଡେରାଲ ପ୍ରୋପ୍ରାନୋଲଲ ଭଳି ବିଟା ବ୍ଲକର୍ସ ମେଡିସିନ ମଣିଷକୁ ମାନସିକ ଚାପଗ୍ରସ୍ତ କରିଦେଇଥାଏ।

କର୍ଟିକୋଷ୍ଟେରଏଡସ

କର୍ଟିକୋଷ୍ଟେରଏଡସ ଔଷଧ ପ୍ରାୟତଃ ପ୍ରଦାହଜନକ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ରିମାଟଏଡ ଆର୍ଥ୍ରାଇଟିସ ଏବଂ ସୋଗ୍ରେନ ସିଣ୍ଡ୍ରୋମ ତଥା ଅନ୍ୟାନ୍ୟ ସମସ୍ୟାରୁ ଉପଶମ ନିମନ୍ତେ କର୍ଟିକୋଷ୍ଟେରଏଡସ ବ୍ୟବହାର କରାଯାଇଥାଏ।

mental stress_lockdownକର୍ଟିକୋଷ୍ଟେରଏଡ ଔଷଧଗୁଡ଼ିକ ବିଭିନ୍ନ ମାନସିକ ରୋଗର ଲକ୍ଷଣ ସୃଷ୍ଟି କରିପାରେ। ମସ୍ତିଷ୍କରେ ଥିବା ସେରୋଟୋନିନ ବ୍ୟକ୍ତିର ମନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ମାତ୍ର ଅତ୍ୟଧିକ କର୍ଟିକୋଷ୍ଟେରଏଡ ଔଷଧ ମସ୍ତିଷ୍କର କର୍ଟିକୋଷ୍ଟେରଏଡସ ଉପରେ ପ୍ରଭାବ ପକାଇଥାଏ। ଫଳରେ ବ୍ୟକ୍ତି ମାନସିକ ଚାପରେ ଆକ୍ରାନ୍ତ ହୋଇଥାଏ। କର୍ଟିସୋନ, ପ୍ରିଡନିସୋନ, ମିଥାଇଲପ୍ରେଡନିସୋଲୋନ ଏବଂ ଟ୍ରାୟାମସିନୋଲୋନ ଭଳିକର୍ଟିକୋଷ୍ଟେରଏଡସ ଔଷଧ ଅଧିକ ସେବନ କାରଣରୁ ମଣିଷ ଡିପ୍ରେସନର ଶିକାର ହୋଇଥାଏ।

ବେଞ୍ଜୋଡିଜେପିନ୍ସ

ସାଧାରଣତଃ ବେଞ୍ଜୋଡିଜେପିନ୍ସ ଔଷଧଗୁଡ଼ିକ ଚିନ୍ତା ଏବଂ ଅନିଦ୍ରା ଚିକିତ୍ସାରେ ବ୍ୟବହୃତ ହୁଏ। ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ପାଇଁ ଏହି ଔଷଧ ବ୍ୟବହାର କରାଯାଇଥାଏ। କିନ୍ତୁ ବେଞ୍ଜୋଡିଜେପିନ୍ସର ଅଧିକ ବ୍ୟବହାର ବ୍ୟକ୍ତିକୁ ମାନସିକ ବିକାରଗ୍ରସ୍ତ କରିଦେଇଥାଏ।

mental stressପାର୍କିନ୍ସନ ଔଷଧ

ପାର୍କିନ୍ସନ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ମସ୍ତିଷ୍କରେ ଡୋପାମାଇନ ନାମକ ଏକ ପଦାର୍ଥକୁ ପ୍ରଭାବିତ କରିଥାଏ। ଯାହା ଫଳରେ ବ୍ୟକ୍ତି ମାନସିକ ଚାପରେ ଆକ୍ରାନ୍ତ ହୋଇଥାଏ। ନ୍ୟୁରୋଟ୍ରାନ୍ସମିଟରରେ ଅସ୍ୱାଭାବିକତା ଯୋଗୁଁ ମାନସିକ ଉଦାସୀନତା ଦେଖାଯାଇଥାଏ। ପାର୍କିନ୍ସନ ରୋଗର ଔଷଧ ନ୍ୟୁରୋଟ୍ରାନ୍ସମିଟର ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯାହା ଫଳରେ ବ୍ୟକ୍ତି ଚାପଗ୍ରସ୍ତ ହୋଇପଡ଼େ।

ପାର୍କିନ୍ସନ ରୋଗର ଚିକିତ୍ସାରେ ପାଇଁ ଲେଭୋଡୋପା ନାମକ ଏକ ଔଷଧ ବ୍ୟବହାର କରାଯାଇଥାଏ। ଆଟାମେଟ, ସିନେମେଟ, ମିରାପେକ୍ସ , ପ୍ରାମିପେକ୍ସୋଲ ଭଳି ପାର୍କିନ୍ସନ ମେଡିସିନ ମସ୍ତିଷ୍କର କାର୍ଯକଳାପ ଉପରେ ପ୍ରଭାବ ପକାଇଥାଏ।

ହରମୋନ ଉପରେ ପ୍ରଭାବ ପକାଉଥିବା ଔଷଧ

ଶରୀରରେ ହରମୋନ ଦ୍ୱାରା ବିଭିନ୍ନ ପ୍ରକ୍ରିୟା ସମ୍ପାଦିତ ହେଉଛି। ସେହିପରି ଜନ୍ମ ନିୟନ୍ତ୍ରଣର ହରମୋନାଲ ଫର୍ମ ଏବଂ ମେନୋପାଜାଲର ଚିକିତ୍ସା ନିମନ୍ତେ ଇଷ୍ଟ୍ରୋଜେନ ରିପ୍ଲେସମେଣ୍ଟ ଥେରାପି କରାଯାଇଥାଏ। ଇଷ୍ଟ୍ରୋଜେନ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ। ଅତ୍ୟଧିକ ଇଷ୍ଟ୍ରୋଜେନ କାରଣରୁ ବ୍ୟକ୍ତି ମାନସିକ ଚାପରେ ଆକ୍ରାନ୍ତ ହୋଇଯାଇଥାଏ।
ମହିଳାମାନଙ୍କରେ ହରମୋନ ସ୍ତରର ପରିବର୍ତ୍ତନ ପ୍ପ୍ରାୟତଃ ଡିପ୍ରେସନର ଲକ୍ଷଣ ସହିତ ଜଡ଼ିତ ହୋଇଥାଏ।

office stressଷ୍ଟିମୁଲାଣ୍ଟ ଔଷଧ

ନାର୍କୋଲେପ୍ସି ରୋଗୀମାନଙ୍କ ଦିନ ସମୟରେ ନିଦ୍ରାର ଚିକିତ୍ସା ପାଇଁ ଷ୍ଟିମୁଲାଣ୍ଟ ଔଷଧର ବ୍ୟବହାର କରାଯାଇଥାଏ। ଏହି ଔଷଧଗୁଡ଼ିକ ହାଇପରାକ୍ଟିଭିଟି ରୋଗ କିମ୍ବା ADHDର ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୋଇଥାଏ। ଷ୍ଟିମୁଲାଣ୍ଟ ମେଡିସିନ ବା ଉତ୍ତେଜକ ଔଷଧର ଅଧିକ ବ୍ୟବହାର ଯୋଗୁଁ ମଣିଷ ମାନସିକ ଅବସାଦର ଶିକାର ହୋଇଥାଏ। ରିତାଲିନ (ମିଥାଇଲଫେନିଡେଟ୍) ଏବଂ ପ୍ରୋଭିଗିଲ (ମୋଡାଫିନିଲ୍) ଭଳି ଷ୍ଟିମୁଲାଣ୍ଟ ମେଡିସିନ ଯଦିଓ ଆଣ୍ଟିଡେପ୍ରେସାଣ୍ଟ ଭାବେ କାର୍ଯ୍ୟ କରିଥାଏ, କିନ୍ତୁ କିଛି ରୋଗୀଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ।

mental stressଆଣ୍ଟିକୋନଭ୍ୟୁଲାଣ୍ଟସ ଔଷଧ

ଆଣ୍ଟିକୋନଭ୍ୟୁଲାଣ୍ଟସ ଔଷଧଗୁଡ଼ିକ ବାଇ ପୋଲାର ଡିସଅର୍ଡର ଏବଂ ନ୍ୟୁରୋପାଥିକ ଯନ୍ତ୍ରଣାର ଉପଶମ ପାଇଁ ବ୍ୟବହାର କରାଯାଇଥାଏ। ଏହି ଔଷଧଗୁଡ଼ିକ ମସ୍ତିଷ୍କରେ ଥିବା ରାସାୟନିକ ପଦାର୍ଥକୁ ପ୍ରଭାବିତ କରନ୍ତି ଯାହା ମନକୁ ନିୟନ୍ତ୍ରଣ କରିଥାଏ। ଏହି ମେଡିସିନର ଅଧିକ ବ୍ୟବହାର ବେଳେବେଳେ ମାନସିକ ଉଦାସୀନତା ସୃଷ୍ଟି କରିଥାଏ। ଟେଗ୍ରେଟୋଲ (କାର୍ବାମାଜେପାଇନ୍), ଟୋପାମାକ୍ସ (ଟୋପିରାମେଟ୍), ଏବଂ ନ୍ୟୁରୋଣ୍ଟିନ୍ (ଗାବାପେଣ୍ଟିନ୍), ଏବଂ ବାର୍ବିଟୁଏଟ୍ସ ଏବଂ ସାବ୍ରିଲ (ଭିଗାବାଟ୍ରିନ୍) ଭଳି ଆଣ୍ଟିକୋନଭ୍ୟୁଲାଣ୍ଟସ ମେଡିସିନ ଡିପ୍ରେସନର କାରଣ ହୋଇଥାଏ।

 

 

mental stress

ପ୍ରୋଟନ ପମ୍ପ ଇନହିବିଟର (PPI) ଏବଂ H2 ବ୍ଲକର୍ସ ଔଷଧ

ଗ୍ୟାଷ୍ଟ୍ରୋସୋଫେଜାଲ ରିଫ୍ଲକ୍ସ ରୋଗର ଚିକିତ୍ସା ପାଇଁ ପ୍ରୋଟନ ପମ୍ପ ଇନହିବିଟର ଏବଂ H2 ବ୍ଲକର୍ସ ବ୍ୟବହାର କରାଯାଇଥାଏ। ଏହି ଔଷଧର ଅତ୍ୟଧିକ ବ୍ୟବହାର ବ୍ୟକ୍ତି ଉପରେ ମାନସିକ ଚାପ ପକାଇଥାଏ।

 mental stressଷ୍ଟାଟିନ ଏବଂ ଅନ୍ୟାନ୍ୟ କୋଲେଷ୍ଟ୍ରଲ-ଲୋୟର ଡ୍ରଗ ଔଷଧ

କୋଲେଷ୍ଟ୍ରଲ କମାଇବା ପାଇଁ ଷ୍ଟାଟିନଗୁଡ଼ିକ ବ୍ୟବହାର କରାଯାଇଥାଏ। ଫାଇବ୍ରେଟ୍ସ, କୋଲେସେଭେଲାମ, ଏଜେଟିମାଇବେ ଏବଂ ନିକୋଟିନିକ୍ ଏସିଡ ଭଳି ଷ୍ଟାଟିନ ଔଷଧ ଡିପ୍ରେସନ ସହିତ ଜଡ଼ିତ। ଏହି ଔଷଧଗୁଡ଼ିକ ମସ୍ତିଷ୍କରେ କୋଲେଷ୍ଟ୍ରଲ୍ର ସ୍ତରକୁ ହ୍ରାସ କରି ଉଦାସୀନତା ସୃଷ୍ଟି କରିଥାଏ।

mental stressଅନ୍ୟାନ୍ୟ ଔଷଧ ମଧ୍ୟ ଡିପ୍ରେସନର କାରଣ ହୋଇପାରେ

ବ୍ରଣ ଔଷଧ

ଯନ୍ତ୍ରଣା ଉପଶମକାରୀ ଔଷଧ

ଆଲର୍ଜି ଔଷଧ

ଥାଇରଏଡ ଔଷଧ

ଆଣ୍ଟିବାୟୋଟିକ

mental sressକିପରି ଜାଣିବେ ଔଷଧ ମାନସିକ ଚାପ ପକାଉଛ?

କୌଣସି ସମସ୍ୟା ହେବା ଶରୀରରେ ସେହି ସମ୍ବନ୍ଧୀୟ ଲକ୍ଷଣ ଦେଖିବାକୁ ମିଳିଥାଏ। ସେହିପରି ବିଭିନ୍ନ ଔଷଧ ସେବନ ପରେ ମଧ୍ୟ ମାନସିକ ଚାପ ସମ୍ପର୍କିତ ଲକ୍ଷଣମାନ ପ୍ରକାଶ ପାଇଥାଏ। ତେଣୁ ସେସବୁ ଲକ୍ଷଣ ଜାଣିପାରି ଡାକ୍ତରୀ ପରାମର୍ଶ ନେବା ନିହାତି ଜରୁରୀ।

ନିରାଶା କିମ୍ବା ଅସହାୟତା ପରି ଅନୁଭବ ହେବା।

ଦୋଷ କିମ୍ବା ନିଜର କିଛି ମୂଲ୍ୟ ନଥିବା ପରି ମନେ ହେବା।

ଚିନ୍ତାମଗ୍ନ ହୋଇଯିବା।

କ୍ରୋଧ ଏବଂ ଅସ୍ଥିରତା ଲାଗିବା।

ଥକ୍କା ଏବଂ କମ ଶକ୍ତି ଥିବା ପରି ଲାଗିବା।

ଶୋଇବାରେ ସମସ୍ୟା ଦେଖାଦେବା।

କାମ ପ୍ରତି ଇଚ୍ଛା ପ୍ରକାଶ ନ କରିବା।

ଉପଭୋଗ କରୁଥିବା ଜିନିଷ ପ୍ରତି ଆଗ୍ରହ ହରାଇବା।

ମୃତ୍ୟୁ କିମ୍ବା ଆତ୍ମହତ୍ୟା ବିଷୟରେ ଚିନ୍ତା କରିବା।

mental stressନିରାକରଣ

ମାନସିକ ଚାପ ସମ୍ବନ୍ଧୀୟ କୌଣସି ଲକ୍ଷଣ ଅନୁଭବ କରିପାରିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ ଦୋକାନରୁ କିମ୍ବା ସାଙ୍ଗ ସାଥୀଙ୍କ କଥାରେ ପଡ଼ି କୌଣସି ମେଡିସିନ ଖାଆନ୍ତୁ ନାହିଁ।

ଯୋଗ ଏବଂ ଶାରୀରିକ ବ୍ୟାୟମ କରନ୍ତୁ।

ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ।

ସବୁଜ ପନିପରିବା ଏବଂ ଫଳମୂଳ ଖାଆନ୍ତୁ।