ମେ’ ୫ ତାରିଖରୁ ୧୯ ତାରିଖ ଯାଏଁ  ଓଡ଼ିଶାରେ ଲକ୍‌ଡାଉନ୍‌। ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ତେବେ ରାଜ୍ୟରେ ଲକ୍‌ଡାଉନ୍‌ ସମୟରେ ସପ୍ତାହର ସବୁ ଦିନ ଟିକାକରଣ ଓ ଟେଷ୍ଟିଂ କାର୍ଯ୍ୟ ଜାରି ରହିବ ବୋଲି କୁହାଯାଇଛି। ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି କୋଭିଡ ଗାଇଡଲାଇନ୍‌ ମାନି ନିଜର ଟ୍ୟାକ୍ସି, ଅଟୋରେ ଟିକା କେନ୍ଦ୍ରକୁ ଯାଇପାରିବେ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ସେହିପରି ଲକଡାଉନ୍‌ ସମୟରେ ଟେଷ୍ଟିଂ ମଧ୍ୟ ଜାରି ରହିବ। କୋଭିଡ ପରୀକ୍ଷା କରିବାକୁ ଚାହୁଁଥିବା ବ୍ୟକ୍ତି କୋଭିଡ ନିୟମ ଅନୁସାରେ ସେମାନଙ୍କ ଗାଡିରେ ସରକାରୀ, ବେସରକାରୀ କୋଭିଡ ୧୯ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ।

ରାଜ୍ୟରେ ଶନିବାର ୮ ହଜାର ୦୧୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୪୫୬୮ ଜଣ ହୋଇଥିବାବେଳେ, ୩୪୪୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଦିନକୁ ଦିନ କରୋନା ସ୍ଥିତି ଅଣାୟତ୍ତ ହେଉଥିବାରୁ ଲକ୍‌ଡାଉନ ସମୟରେ ଟିକାକରଣ ଓ ଟେଷ୍ଟିଂ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ସୌଜନ୍ୟ: ଓଡ଼ିଶାଲାଇଭ୍