ଶରୀର ପାଇଁ ପାଣିର ଆବଶ୍ୟକତା ଯେତିକି ଗୁରୁତ୍ୱପୂର୍ଣ୍ଣ, ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ପାଣି ପିଇବାର ସଠିକ୍ ଶୈଳୀ। ଅଧିକାଂଶ ଲୋକ ପାଣି ପିଇବାର ସଠିକ ଶୈଳୀ ବିଷୟରେ ଜାଣିନଥା’ନ୍ତି।
- ସବୁବେଳେ ବସିକି ପାଣି ପିଅନ୍ତୁ।
- ପାଣିକୁ ଏକାଥରକେ ନ ପିଇ, ଢୋକେ ଢୋକେ ପିଅନ୍ତୁ।
- ଅତ୍ୟଧିକ ଥଣ୍ଡା ପାଣି ପିଅନ୍ତୁ ନାହିଁ।
- ଖାଇବା ପୂର୍ବରୁ ଅତ୍ୟଧିକ ପାଣି ପିଅନ୍ତୁ ନାହିଁ।
ପାଣି ପିଇବାର ସଠିକ୍ ସମୟ
- ସକାଳେ ବିଛଣା ଛାଡ଼ିବା ପରେ ଗୋଟିଏ ଗ୍ଲାସ୍ ପାଣି ପିଅନ୍ତୁ।
- ଖାଇବାର ଅଧ ଘଣ୍ଟା ପୂର୍ବରୁ ଗୋଟେ ଗ୍ଲାସ୍ ପାଣି ପିଅନ୍ତୁ।
- ଗାଧୋଇବା ପୂର୍ବରୁ ଗୋଟେ ଗ୍ଲାସ୍ ପାଣି ପିଇବା ଆବଶ୍ୟକ।
- ଶୋଇବାକୁ ଯିବା ପୂର୍ବରୁ ଗୋଟେ ଗ୍ଲାସ୍ ପାଣି ପିଅନ୍ତୁ।
- ବ୍ୟାୟାମ କରିବା ପୂର୍ବରୁ ଓ ପରେ ଗୋଟେ ଗ୍ଲାସ୍ ପାଣି ପିଅନ୍ତୁ।
- ସିଧାସଳଖ ବୋତଲରୁ ପାଣି ପିଅନ୍ତୁ ନାହିଁ।
- ଗୋଟେ ଥରକରେ ଅଧିକ ପାଣି ପିଅନ୍ତୁ ନାହିଁ।
- ଅସୁସ୍ଥ ଥିବା ବେଳେ ଅଧିକ ପାଣି ପିଅନ୍ତୁ।