ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ
ଆପଣ ଭାବୁଛନ୍ତି କି ଗରମ ପାଣିରେ ଗାଧୋଇଲେ କରୋନା ସଂକ୍ରମଣରୁ ରକ୍ଷା ମିଳିପାରିବ? ଏହା ଭୁଲ। କାରଣ ସାଧାରଣତଃ ଆମ ଶରୀରର ତାପମାତ୍ରା ପ୍ରାୟ ୩୬.୫ରୁ ୩୭ ଡିଗ୍ରୀ ସେଲସିୟସ ରହିଥାଏ। ତେଣୁ ଗରମ କିମ୍ବା ଥଣ୍ଡା ପାଣିରେ ଗାଧୋଇଲେ ଶରୀରର ତାପମାତ୍ରାରେ କୌଣବି ବିଶେଷ ପରିବର୍ତ୍ତନ ହୁଏ ନାହିଁ। ବରଂ ଆପଣ ଅଧିକ ଗରମ ପାଣିରେ ଗାଧୋଇଲେ ତାହା ଶରୀର ପାଇଁ କ୍ଷତିକାରକ ହୋଇପାରେ।
କରୋନା ଭାଇରସରୁ ବଞ୍ଚିବା ପାଇଁ ଗରମ ପାଣିରେ ଗାଧୋଇବା ଅପେକ୍ଷା ନିୟମିତ ସାବୁନରେ ହାତ ଧୁଅନ୍ତୁ। ଏହା କଲେ ଆପଣଙ୍କ ହାତରେ ଯଦି କୌଣସି ଭୂତାଣୁ ରହିଥାଏ ତାହା ମରିଯିବ। ତେଣୁ ଆପଣଙ୍କ ସଂକ୍ରମିତ ହାତ ଭୁଲରେ ସୁଦ୍ଧା ପାଟି, ନାକ ବା ଆଖିରେ ବାଜିଲେ କୌଣସି ସଂକ୍ରମଣର ଆଶଙ୍କା ରହିବ ନାହିଁ।