ମହାମାରୀ କରୋନା ସମୟରେ ମିଡିଆ କର୍ମୀମାନେ ନିଜକୁ କୋଭିଡ୍-୧୯ରୁ କିପରି ସୁରକ୍ଷିତ ରଖିବେ।
କୋଭିଡ୍-୧୯ ସଙ୍କଟ ବେଳେ ଗଣମାଧ୍ୟମ ପତିନିଧିଙ୍କର ପ୍ରମୁଖ ଭୂମିକା ରହିଛି। କରୋନା ମହାମାରୀ ସମୟରେ ବିଭିନ୍ନ ପରିସ୍ଥିତିକୁ ସାମ୍ନା କରି କରୋନା ସମ୍ପର୍କୀତ ଟିକିନିଖି ଖବର ସଂଗ୍ରହ କରି ଲୋକମାନଙ୍କ ପାଖରେ ପହଞ୍ଚାଇଛନ୍ତି ବିଭିନ୍ନ ଗଣମାଧ୍ୟମ କର୍ମୀ। ଗ୍ରାଉଣ୍ଡରେ ରିପୋଟିଂ କରି, ବିଭିନ୍ନ ଲୋକଙ୍କ ସାକ୍ଷାତକାର କରିବା ମିଡିଆ କର୍ମୀମାନଙ୍କର କାମ। ହେଲେ କାମ କରିବା ଭିତରେ ନିଜ ପରିବାର, ଅଫିସ୍ ଏବଂ ବ୍ୟକ୍ତିଗତ ସୁରକ୍ଷାକୁ ଧ୍ୟାନ ଦେବା ନିହାତି ଜରୁରୀ।
ଏମିତିରେ ସେମାନେ ନିଜର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ। ବାହାରକୁ ରିପୋଟିଂ କରିବାକୁ ଯାଉଥିଲେ ମୁହଁରେ ଭଲ କରି ମାସ୍କ ପିନ୍ଧିବା, ଗ୍ଲୋଭସ୍ ବ୍ୟବହାର କରିବା ଓ ବାରମ୍ବାର ସାନିଟାଇଜର ବ୍ୟବହାର କରନ୍ତୁ। ବାହାରୁ ଆସିବା ପରେ ଘରେ ଭଲ କରି ଗାଧାନ୍ତୁ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ:
ସକାଳର ପ୍ରଥମ ଭୋଜନ ଭାବରେ ପଇଡ଼ ପାଣି ପିଅନ୍ତୁ। ଆପଣ ଯେତେ ଅଧିକ ହାଇଡ୍ରେଟ୍ ରହିବେ, ସେତିକି ଆପଣଙ୍କ ଶରୀରରେ କମ୍ ବିଷାକ୍ତ ପଦାର୍ଥ ଜମା ହେବ।
ଦିନରେ ୪ରୁ ୫ଟି ତାଜା ଫଳ ଖାଆନ୍ତୁ। ଫଳଗୁଡ଼ିକରେ ପୋଷକ ତତ୍ୱ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରେ।
ମଧ୍ୟାହ୍ନ ଭୋଜନ କିମ୍ବା ରାତି ଭୋଜନରେ ସାଲାଡ ସାମିଲ କରନ୍ତୁ। ରାତି ୮ଟା ସୁଦ୍ଧା ଖାଇବାକୁ ଚେଷ୍ଟା କରନ୍ତୁ। ଶୋଇବା ଏବଂ ରାତି ଭୋଜନ ମଧ୍ୟରେ ୨ ଘଣ୍ଟାର ବ୍ୟବଧାନ ରଖନ୍ତୁ। ରାତିରେ ସବୁବେଳେ ହଲୁକା ଖାଆନ୍ତୁ ଓ ଶୀଘ୍ର ଖାଆନ୍ତୁ।
ପ୍ରତିଦିନ ୩୦ ମିନିଟ୍ ଦ୍ରୁତଗତିରେ ଚାଲନ୍ତୁ ବା ବ୍ୟାୟାମ କରନ୍ତୁ।
ପ୍ରତିଦିନ ୧୦ ମିନିଟ୍ ଗଭୀର ନିଶ୍ୱାସ ନିଅନ୍ତୁ। ଗଭୀର ନିଶ୍ୱାସ ଦ୍ୱାରା ଫୁସ୍ଫୁସ୍ ସୁସ୍ଥ ରହିଥାଏ।
ସୂର୍ଯ୍ୟକିରଣରେ କିଛି ସମୟ ବୁଲାବୁଲି କରନ୍ତୁ।
ବିଶ୍ରାମ ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ, ତେଣୁ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ।