ପଶ୍ଚିମବଙ୍ଗ ମେଦିନପୁରର ଆକ୍ରାନ୍ତଙ୍କ ଜୀବନ ଗଲା।

corona death in odisha

ଓଡ଼ିଶାରେ ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ପଶ୍ଚିମବଙ୍ଗ ମେଦିନପୁରରୁ ଆସି ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ସେ ଥିଲେ ଓଡ଼ିଶାର ୪୪ ନମ୍ବର କରୋନା ଆକ୍ରାନ୍ତ।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି ଯେ, ଆକ୍ରାନ୍ତ କରୋନାରୁ ସୁସ୍ଥ ଥିଲେ। ହେଲେ ତାଙ୍କର ଅଲଗା ରୋଗ ଥିବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇ ନଥିଲା। ଏହି ଆକ୍ରାନ୍ତଙ୍କର ମଲ୍ଟି ଅର୍ଗାନ୍‌ ଫେଲ୍ ଏବଂ ହାଇପୋପିଟ୍ୟୁରିଜିମ୍‌ ଥିବାରୁ ତାଙ୍କୁ ହସ୍ପିଟାଲରେ ରଖାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଛି।

ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁରରୁ ଏପ୍ରିଲ ୭ ତାରିଖରେ ୭୦ ବର୍ଷୀୟ ବୃଦ୍ଧ ଏକ ଘରୋଇ ଆମ୍ବୁଲାନ୍ସରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ୭ ତାରିଖ ରାତିରେ ବାଲେଶ୍ୱର ବାଇପାସ୍‌ ନିକଟରେ ଥିବା ଏକ ଚା’ ଦୋକାନ ସମ୍ମୁଖରେ ସେ ଅଟକି ଚା’ ପିଇଥିଲେ।

corona ku darana

୮ ତାରିଖ ସକାଳେ ସେ ଭୁବନେଶ୍ୱର ଘରୋଇ ହସ୍ପିଟାଲକୁ ଆସିଥିଲେ ଏବଂ ଆଇସୋଲେସନ ୱାର୍ଡରେ ରହିଥିଲେ। ତାଙ୍କ ରକ୍ତ ନମୁନା ଏବଂ ସ୍ୱାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ୯ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ୯ ତାରିଖରୁ ସେ କୋଭିଡ୍‌ ହସ୍ପିଟାଲରେ ରହିଥିଲେ।

ରାଜ୍ୟରେ ପୂର୍ବରୁ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା। ସେ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଥିଲେ।