ଆସନ୍ତୁ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶୀକାନ୍ତ କୁମାର ଧରଙ୍କଠାରୁ ଟାଇଫଏଡ୍ ଜ୍ୱରର କାରଣ, ଲକ୍ଷଣ, ଚିକିତ୍ସା ଏବଂ ନିରାକରଣ ବିଷୟରେ ଜାଣିବା।
ଟାଇଫଏଡ୍ ଜ୍ୱର ବା ଆନ୍ତ୍ରିକ ଜ୍ୱର ହେଉଛି ଅତି ସାଧାରଣ ରୋଗ। ଆମ ଶରୀରର ଅନ୍ତନଳୀରେ ଏକ ଜୀବାଣୁ ସଂକ୍ରମଣ କାରଣରୁ ଏହି ଜ୍ୱର ସୃଷ୍ଟି ହୋଇଥାଏ। ତେବେ ଟାଇଫଏଡ୍ ଜ୍ୱରକୁ ଠିକ୍ ସମୟରେ ଚିକିତ୍ସା କରାନଗଲେ ଅବସ୍ଥା ସାଙ୍ଘାତିକ ହେବାର ଆଶଙ୍କା ମଧ୍ୟ ରହିଛି।
ଟାଇଫଏଡ୍ ଜ୍ୱର କାହିଁକି ହୁଏ? (Causes of Typhoid fever in Odia)
ସାଲମୋନେଲା ଟାଇଫି, ପାରା ଟାଇଫି ଭଳି କେତେଗୁଡ଼ିଏ ଜୀବାଣୁର ସଂକ୍ରମଣ ଯୋଗୁଁ ଟାଇଫଏଡ୍ ହୁଏ। ଏହା ସାଧାରଣତଃ ପାଣି ଜନିତ ସଂକ୍ରମଣ ଯୋଗୁଁ ହୁଏ। ବାହାର ପାଣି ବା ଯେଉଁ ପାଣିରେ ଟାଇଫଏଡ୍ ସୃଷ୍ଟି କରୁଥିବା ଜୀବାଣୁ ଥିବ, ତାକୁ ପିଇବା ଦ୍ୱାରା ଟାଇଫଏଡ୍ ଜ୍ୱର ହୋଇଥାଏ। ପାଖାପାଖି ଦୁଇ ସପ୍ତାହରୁ ଚାରି ସପ୍ତାହ ପର୍ଯ୍ୟନ୍ତ ଏହି ଭୂତାଣୁ ଶରୀରରେ ରହିପାରେ। ଏହି ଜୀବାଣୁ ଶରୀରର ଅନ୍ତନଳୀରେ ହେଲେ ଘା’ ସୃଷ୍ଟି ହୁଏ ଏବଂ ଏହା ରକ୍ତରେ ସଞ୍ଚାର କରେ। ଏହାଦ୍ୱାରା ଅନ୍ୟ ସବୁ ଅଙ୍ଗ ମଧ୍ୟ ପ୍ରଭାବିତ ହୋଇପାରେ। ଅନ୍ତନଳୀରେ ସଂକ୍ରମିତ ହେଉଥିବାରୁ ଏହାକୁ ଆନ୍ତ୍ରିତ ଜ୍ୱର କୁହାଯାଏ।
ଅଧିକ ପଢ଼ନ୍ତୁ: ଜ୍ୱର ବେଳେ କେଉଁଭଳି ଖାଦ୍ୟ ଖାଇବେ?
ଟାଇଫଏଡ୍ ଜ୍ୱରର ଲକ୍ଷଣ (Symptoms of Typhoid fever in Odia)
ଟାଇଫଏଡ୍ ଜ୍ୱର ହେଲେ କେଉଁ ଭଳି ଲକ୍ଷଣ ଦେଖାଯାଏ, ଜାଣନ୍ତୁ।
ପେଟ କାଟିବା
କୋଷ୍ଠକାଠିନ୍ୟ
ବାନ୍ତି ହେବା
ମୁଣ୍ଡ ବିନ୍ଧା ହେବା
ଦେହ ହାତ ବିନ୍ଧା ହେବା
ଗଣ୍ଠି ଦରଜ ହେବା
ଦେହରେ ନାଲି ନାଲି ଦାଗ ହୋଇଯାଏ
ଛାତି ଦରଜ ହେବା
ପତଳା ଝାଡ଼ା ହେବା
ଛାତି ଦରଜ ହେବା
ନିଶ୍ୱାସ ନେବାରେ ଅସୁବିଧା ହେବା
କାଶ, କଫ ହେବା
ଅଧିକ ଦିନ ଧରି ଜ୍ୱର ଲାଗି ରହିବା
ଯଦି ଜ୍ୱର ବହୁତ ଦିନ ଧରି ରହୁଛି ଏବଂ ଔଷଧ ଖାଇବା ସତ୍ତ୍ଵେ ବି କମୁ ନାହିଁ ତେବେ ଟାଇଫଏଡ୍ ଜ୍ୱର ହେବା ନେଇ ଆଶଙ୍କା କରାଯାଏ।
ଅଧିକ ପଢ଼ନ୍ତୁ: ଶିଶୁକୁ ଜ୍ୱର, ଥଣ୍ଡା ଓ କାଶ ହେଲେ କ’ଣ କରିବେ?
ଟାଇଫଏଡ୍ ଜ୍ୱରକୁ କେମିତି ଚିହ୍ନିବେ?
ଜ୍ୱର ଅଧିକ ଦିନ ଧରି ଲାଗି ରହିଲେ ଏବଂ ଟାଇଫଏଡ୍ର ଲକ୍ଷଣଗୁଡ଼ିକ ଜଣାପଡ଼ିଲେ ସନ୍ଦେହ କରାଯାଏ ଯେ ଟାଇଫଏଡ୍ ହୋଇଛି। ଏଥିପାଇଁ ମୁଖ୍ୟତଃ ରକ୍ତ ପରୀକ୍ଷା କରାଯାଏ। ଏହାସହ ବର୍ତ୍ତମାନ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି।
ଟାଇଫଏଡ୍ ଜ୍ୱରର ଚିକିତ୍ସା (Treatment of Typhoid fever in Odia)
ଟାଇଫଏଡ୍ ଜ୍ଵରରେ ସାଧାରଣତଃ ଆଣ୍ଟିବାୟୋଟିକ୍ ମେଡିସିନ୍ ଦିଆଯାଏ। ଯଦି ମେଡିସିନ୍ ଦ୍ୱାରା ଭଲ ହେବ ନାହିଁ, ତେବେ ଇଞ୍ଜେକ୍ସନ୍ ଦିଆଯାଏ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏହାର ଚିକିତ୍ସା କରାଗଲେ ଶୀଘ୍ର ଭଲ ହେବାର ସମ୍ଭାବନା ଥାଏ।
ଟାଇଫଏଡ୍ ଜ୍ଵରର ନିରାକରଣ (Prevention of Typhoid fever in Odia)
ପାଣିକୁ ଫୁଟାଇ ପିଅନ୍ତୁ।
ବାହାର ଅସୁଦ୍ଧ ପାଣି ପିଅନ୍ତୁ ନାହିଁ।
ଗୁପ୍ଚୁପ୍ ପାଣି, ଆଇସ୍କ୍ରିମ୍ ଆଦି ଖାଆନ୍ତୁ ନାହିଁ।
ସବୁବେଳେ ପରିଷ୍କାର ପାଣି ପିଅନ୍ତୁ।
ଟାଇଫଏଡ୍ ରୋଗୀ କ’ଣ ଖାଇବେ?
ଏହା ଅନ୍ତନଳୀର ସଂକ୍ରମଣ। ଏହି ଜୀବାଣୁ ଯୋଗୁଁ କୋଷ୍ଠକାଠିନ୍ୟ ଓ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଉଥିବାରୁ ସବୁବେଳେ ନରମ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ। ଏହାସହ ତେଲ ମସଲା ଜିନିଷକୁ ନ ଖାଇବା ଉଚିତ।
ସବୁବେଳେ ଫୁଟା ପାଣି ପିଇବେ। ବାହାରକୁ ଯାଉଥିଲେ ଘରୁ ପାଣି ନେବାକୁ ଚେଷ୍ଟା କରନ୍ତୁ।
ଫଳମୂଳ ଆଦି ଖାଦ୍ୟରେ ସାମିଲ କରନ୍ତୁ।
ଡାକ୍ତରଙ୍କ ପରାମର୍ଶ
ବହୁତ ସମୟରେ ଦେଖାଯାଇଛି, ଟାଇଫଏଡ୍ ଜ୍ୱର ହେଲେ ଲୋକମାନେ ଘରୋଇ ଚିକିତ୍ସା କରନ୍ତି। ବିନା ଡାକ୍ତରଙ୍କ ପରାମର୍ଶରେ ମେଡିସିନ୍ ଆଣି ଖାଆନ୍ତି। ହେଲେ ଟାଇଫଏଡ୍ର ସଫଳ ଚିକିତ୍ସା ଅଛି। ସବୁବେଳେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ।
ସ୍ଵାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ ପ୍ଲାଟ୍ଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।
Note: This information on Typhoid, in Odia language, is based on an extensive interview with a Medicine Specialist Dr Srikant Kumar Dhar.