ଅଧିକ ପଢ଼ନ୍ତୁ: କାନ ବିନ୍ଧିଲେ କ’ଣ କରିବେ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

ନାକରୁ ରକ୍ତ ପଡ଼ିବା ସାଧାରଣ କଥା। ଅଧିକାଂଶ ଲୋକ ଏହାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ସାଧାରଣତଃ ଶୁଖିଲା ପବନ ଯୋଗୁଁ, ନାକ ଶୁଖିଗଲେ, ଜଳବାୟୁରେ ଆଦ୍ରତା ଯୋଗୁଁ ନାକରୁ ରକ୍ତ ପଡ଼ିଥାଏ।

ଶ୍ୱାସ ରୋଗ ସଂକ୍ରମଣ

ଶ୍ୱାସରୋଗୀଙ୍କଠାରେ ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ।

ପେଟ ଗରମ ହେଲେ

କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଲୋକେ ଖାଇବା ପିଇବା ଠିକ୍ ସମୟରେ କରିପାରୁନାହାନ୍ତି। ଫଳରେ ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ।

ଅଧିକ ପଢ଼ନ୍ତୁ: କାନ ବିନ୍ଧୁଛି କି? ଜାଣନ୍ତୁ ଘରୋଇ ଟିପ୍ସ

ବାରମ୍ବାର ଛିଙ୍କିବା

ବାରମ୍ବାର ଛିଙ୍କିବା ଦ୍ୱାରା ମଧ୍ୟ ଆମ ନାକରୁ ରକ୍ତ ପଡ଼ିଥାଏ।

ଥଣ୍ଡା ପବନ ସଂସ୍ପର୍ଶରେ ଆସିଲେ

ଥଣ୍ଡା ପବନ ସଂସ୍ପର୍ଶରେ ଆସିଲେ ମଧ୍ୟ ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଦିଏ। ବିଶେଷକରି ଛୋଟପିଲାଙ୍କ ଦେହରେ ଏଭଳି ସମସ୍ୟା ଦେଖା ଦେଇଥାଏ।

ଉଚ୍ଚ ରକ୍ତଚାପ

ଉଚ୍ଚ ରକ୍ତଚାପ ଦ୍ୱାରା ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଉଚ୍ଚ ରକ୍ତଚାପ ଯୋଗୁଁ ଆମ ରକ୍ତ ବାହିକାରେ ଆବଶ୍ୟକ ପରିମାଣଠାରୁ ଅଧିକ ରକ୍ତ ବୋହିଥାଏ। ଫଳରେ ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ।

ନାକରୁ ରକ୍ତ ପଡ଼ିଲେ କ’ଣ କରିବେ?

ନାକରୁ ରକ୍ତ ବାହାରିଲେ ବିଚଳିତ ନ ହୋଇ ଗୋଟିଏ ସ୍ଥାନରେ ଆରାମରେ ବସନ୍ତୁ। ଏହା ହେଲେ ଶୋଇବେ ନାହିଁ, ସବୁବେଳେ ବସିବେ।

ବୁଢ଼ା ଆଙ୍ଗୁଠି ଏବଂ ବିଶି ଆଙ୍ଗୁଠିରେ ନାକକୁ ୫ରୁ ୧୦ ମିନିଟ୍‌ ଯାଏଁ ଚିପି ଧରନ୍ତୁ ଏବଂ ପାଟି ବାଟେ ନିଶ୍ୱାସ ନିଅନ୍ତୁ। କିଛି ସମୟ ପରେ ରକ୍ତ ପଡ଼ିବା ବନ୍ଦ ହୋଇଗଲେ ନାକକୁ ପୋଛିଦିଅନ୍ତୁ ଓ ହାତକୁ ହାଣ୍ଡଓ୍ୱାସରେ ଧୋଇଦିଅନ୍ତୁ।