କୌଣସି କାମର ଚାପ ଏବଂ ଅନ୍ୟର ନିଷ୍ପତ୍ତିକୁ ସହଜରେ ଗ୍ରହଣ ନକରିପାରିବା ଏକ ପ୍ରକାରର ମାନସିକ ରୋଗର ଲକ୍ଷଣ। ଡାକ୍ତରୀ ଭାଷାରେ ଏହି ସମସ୍ୟାକୁ ଆଡଜଷ୍ଟମେଣ୍ଟ ଡିସଅର୍ଡର ବୋଲି କୁହାଯାଏ।

mental stressଆଡଜଷ୍ଟମେଣ୍ଟ ଡିସଅର୍ଡର ବା କୌଣସି ଚାପକୁ ସହ୍ୟ ନ କରିପାରିବା ହେଉଛି ଏକ ପ୍ରକାର ମାନସିକ ରୋଗ। ଏହି ସମସ୍ୟାରେ ଆକ୍ରାନ୍ତ ବ୍ୟକ୍ତି କୌଣସି କଥା କିମ୍ବା ନିଷ୍ପତ୍ତିକୁ ଶୀଘ୍ର ଗ୍ରହଣ କରିପାରନ୍ତି ନାହିଁ। ଯାହା ଫଳରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଗୋଟିଏ ଘଟଣାରେ ସାଧାରଣଠାରୁ ଅଧିକ ଚାପ ଅନୁଭବ କରିଥାଆନ୍ତି। ଏହି ପରିସ୍ଥିତି ଆପଣଙ୍କ ସମ୍ପର୍କ, ଅଫିସ କିମ୍ବା ବିଦ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସୃଷ୍ଟି କରିଥାଏ।

କାର୍ଯ୍ୟ ସମସ୍ୟା, ବିଦ୍ୟାଳୟକୁ ଯିବା, ଅସୁସ୍ଥତା, ପରିବାର ସଦସ୍ୟଙ୍କ ମୃତ୍ୟୁ କିମ୍ବା ଜୀବନର ଅନେକ ପରିବର୍ତ୍ତନ ଚାପ ସୃଷ୍ଟି କରିପାରେ। ଅଧିକାଂଶ ସମୟ ଲୋକମାନେ କିଛି ମାସ ମଧ୍ୟରେ ଏପରି ପରିବର୍ତ୍ତନ ସହିତ ଖାପ ଖୁଆଇ ଚାଲିବା ପାଇଁ ଚେଷ୍ଟା କରନ୍ତି। ମାତ୍ର ଧୀରେ ଧୀରେ ଏହି ଖାପ ଖୁଆଇବା ନୀତି କିମ୍ବା ଆଡଜଷ୍ଟମେଣ୍ଟ ଅଭ୍ୟାସ ମାନସିକ ଅବସାଦର କାରଣ ପାଲଟିଥାଏ। ଯଦ୍ୱାରା ବ୍ୟକ୍ତି ଭାବପ୍ରବଣ କିମ୍ବା ଆଚରଣଗତ ପ୍ରତିକ୍ରିୟା ଜାରି ନ କରିପାରି ଚିନ୍ତା ଏବଂ ଉଦାସୀନତା ଭିତରେ ବୁଡ଼ି ରହିଥାଏ।

ଆଡଜଷ୍ଟମେଣ୍ଟ ଡିସଅର୍ଡରର ଲକ୍ଷଣ (symptoms of adjustment disorder in odia)

କୌଣସି ଘଟଣାରେ ସାଧରଣଠାରୁ ଅଧିକ ପ୍ରତିକ୍ରିୟା ପ୍ରକାଶ କରିବା

ନିଜ ଯୁକ୍ତି ଏବଂ ନିଷ୍ପତ୍ତି ଧାର୍ଯ୍ୟ ବୋଲି ସୂଚିତ କରିବା

କୌଣସି ଚାପଯୁକ୍ତ ଘଟଣାରେ ଆଶା ଅପେକ୍ଷା ଅଧିକ ଅଧିକ ଚାପଗ୍ରସ୍ତ ହୋଇପଡ଼ିବା

ଆପଣଙ୍କ କାର୍ଯ୍ୟ ଏବଂ ଆଚରଣରେ ପରିବର୍ତ୍ତନ ଆସିବା

ଆପଣ ନିଜକୁ କ’ଣ ଭାବୁଛନ୍ତି ବା ନିଜ ବାବଦରେ କିପରି ଅନୁଭବ କରନ୍ତି ତାହା ସ୍ପଷ୍ଟ ବାରି ହୋଇପଡ଼ିବା

ଦୁଃଖ ଏବଂ ନିରାଶା ଅନୁଭବ କରିବା

ଆପଣ ଉପଭୋଗ କରୁଥିବା ଜିନିଷ ଉପରୁ ଆଗ୍ରହ ଉଠିଯିବା

ବାରମ୍ବାର କାନ୍ଦିବା

mental stress_lockdownବ୍ୟସ୍ତ, ଚିନ୍ତିତ କିମ୍ବା ଚାପଗ୍ରସ୍ତ ହୋଇଯିବା

ସାଙ୍ଗସାଥୀଙ୍କ ମଜା ଏବଂ ଥଟ୍ଟା ସହି ନ ପାରିବା

ଶୋଇବାରେ ଅସୁବିଧା ହେବା

ଖାଇବାକୁ ଇଚ୍ଛା ନ ହେବା

କୌଣସି କାମରେ ଏକାଗ୍ରତା ନ ଆସିବା

ଦୈନନ୍ଦିନ କାର୍ଯ୍ୟକଳାପରେ କାର୍ଯ୍ୟ କରିବା କଷ୍ଟକର।

କୌଣସି ଗୁରୁତ୍ୱପୂର୍ଣ୍ଣ କାମରୁ ନିଜକୁ ଦୂରେଇ ରଖିବା।

ଆତ୍ମହତ୍ୟା ଚିନ୍ତାଧାରା କିମ୍ବା ଆଚରଣ କରିବା।

ଆଡଜଷ୍ଟମେଣ୍ଟ ଡିସଅର୍ଡର ଲକ୍ଷଣ କୌଣସି ଏକ ଚାପଗ୍ରସ୍ତ ଘଟଣାର ତିନିମାସ ମଧ୍ୟରେ ଆରମ୍ଭ ହୁଏ ଏବଂ ୬ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ରହିନଥାଏ। ଅନେକ କ୍ଷେତ୍ରରେ କ୍ରମାଗତ କିମ୍ବା କ୍ରନିକ ଆଡଜଷ୍ଟମେଣ୍ଟ ଡିସଅର୍ଡର ୬ ମାସରୁ ଅଧିକ ସମୟ ମଧ୍ୟ ଚାଲିପାରେ।

office stressଆଡଜଷ୍ଟମେଣ୍ଟ ଡିସଅର୍ଡରର କାରଣ (causes of adjustment disorder in odia)

ଆଡଜଷ୍ଟମେଣ୍ଟ ଡିସଅର୍ଡର ଆପଣଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କିମ୍ବା ଚାପ ଦ୍ୱାରା ହୋଇଥାଏ।

ବଂଶାନୁକ୍ରମିକ, ଜୀବନ ଅନୁଭୂତି, ଏବଂ ଆପଣଙ୍କ ସ୍ୱଭାବ ଯୋଗୁଁ ଆଡଜଷ୍ଟମେଣ ବ୍ୟାଧି ହେବାର ଆଶଙ୍କା ଥାଏ।

ନିଜକୁ ସବୁ ସମୟରେ ଠିକ ଭାବୁଥିବା ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। କାରଣ ସେମାନେ ଅନ୍ୟ କାହାର କଥାକୁ ଅତି ଜଲଦି ଗ୍ରହଣ କରିପାରିନଥାନ୍ତି। ଫଳରେ ନିଜେ ନିଜେ ଅଧିକ ପ୍ରତିକ୍ରିୟାଶୀଳ ହୋଇ ଚାପଗ୍ରସ୍ତ ହୋଇଯାଆନ୍ତି।

କୌଣସି ଚାପଗ୍ରସ୍ତ ଘଟଣା ଆପଣଙ୍କୁ ଷ୍ଟ୍ରେସ ଦେଇପାରେ।

ଉଭୟ ସକରାତ୍ମକ ଏବଂ ନକାରାତ୍ମକ ଘଟଣା ଆଡଜଷ୍ଟମେଣ୍ଟ ଡିସଅର୍ଡରର କାରଣ ହୋଇପାରେ।

ଛାଡ଼ପତ୍ର କିମ୍ବା ବୈବାହିକ ଜୀବନ

ପାରିସ୍ପରିକ ସମ୍ପର୍କରେ ସମସ୍ୟା

ଚାକିରୀରୁ ଅବସର, ଶିଶୁ ଜନ୍ମ କିମ୍ବା ବିଦ୍ୟାଳୟକୁ ଯିବା ପରି ପରିସ୍ଥିତିରେ ପରିବର୍ତ୍ତନ

ଚାକିରି ହରାଇବା ଏବଂ ପ୍ରିୟଜନଙ୍କୁ ହରାଇବା କିମ୍ବା ଆର୍ଥିକ ସମସ୍ୟା ଦେଇ ଗତି କରିବା

ଯେକୌଣସି ଶାରୀରିକ ଆକ୍ରମଣ, ଯୁଦ୍ଧ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ

ଡାକ୍ତରୀ ଅସୁସ୍ଥତା କିମ୍ବା ଅପରାଧ ସହ ସଂଶ୍ଳିଷ୍ଟ ରହିବା

stressଜୀବନର ଅନୁଭୂତି କିପରି ଆପଣଙ୍କ ଉପରେ ଚାପ ପକାଇଥାଏ? (How does the experience of life pressurised on you in odia)

ପିଲାଦିନରେ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ଚାପ

ଅନ୍ୟାନ୍ୟ ମାନସିକ ସ୍ୱାସ୍ଥ୍ୟ ସମସ୍ୟା

ଏକ ସମୟରେ ଅନେକ କଷ୍ଟଦାୟକ ପରିସ୍ଥିତିର ସାମ୍ନା

ଆଡଜଷ୍ଟମେଣ୍ଟ ଡିସଅର୍ଡରର ଚିକିତ୍ସା (treatment of adjustment disorder in odia)

ଏହି ସମସ୍ୟାର ସମାଧାନ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ। ସାଇକୋଥେରାପି ମାଧ୍ୟମରେ ଏହି ରୋଗର ଚିକିତ୍ସା ସମ୍ଭବ। ରୋଗ ଆରମ୍ଭରୁ ରୋଗୀ ପ୍ରତି ବିଶେଷ ଧ୍ୟାନ ଦେଲେ ଡାକ୍ତରୀ ଚିକିତ୍ସା ମଧ୍ୟ ଆବଶ୍ୟକ ହୋଇନଥାଏ।

stressପ୍ରତିକାର (Prevention of adjustment disorder in odia)

ଏହି ଡିସଅର୍ଡରରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ବାରମ୍ବାର ବୁଝାନ୍ତୁ।

ସୁସ୍ଥ ନିଷ୍ପତ୍ତି ନେଵାର ଏବଂ ମୁକାବିଲା କରିବା ପାଇଁ କୌଶଳ ଶିଖିବା ଆବଶ୍ୟକ।

ଅନ୍ୟର ନିଷ୍ପତ୍ତିକୁ ସମ୍ମାନ ଜଣାନ୍ତୁ।

ଯୋଗ ଏବଂ ବ୍ୟାୟମରେ ନିଜକୁ ବ୍ୟସ୍ତ ରଖନ୍ତୁ।