ଯୁକ୍ତରାଷ୍ଟ୍ର ଆମେରିକା ଭଳି ଭାରତବର୍ଷରେ ମଧ୍ୟ ଅବାଞ୍ଛିତ ଗର୍ଭଧାରଣ ପାଇଁ ବର୍ଷକୁ ହାରାହାରି ୧.୫ ନିୟୁତ ଗର୍ଭପାତ ହୋଇଥାଏ। ତେଣୁ ଅଳ୍ପ ବୟସରେ ଗର୍ଭଧାରଣର ସାମାଜିକ ଓ ଶାରୀରିକ ସମସ୍ୟା ବିଷୟରେ ଜନସାଧାରଣ ଅବଗତ ହେବା ଜରୁରୀ ଏବଂ ଏହାକୁ କିପରି କମାଯାଇ ପାରିବ ସେଥିପାଇଁ ବ୍ୟବସ୍ଥାମାନ ଗ୍ରହଣ କରିବା ଉଚିତ।
ଶିଶୁକୁ ସ୍ତନ୍ୟପାନ ପାଇଁ ମା’କୁ ଉପଦେଶ ଦେବା। ଯଦି ଅଳ୍ପ ବୟସର ଝିଅଟି ପାଠ ପଢ଼ିବାକୁ ଚାହେଁ, ତେବେ ତା’କୁ ଶିଶୁର ଲାଳନପାଳନ ସହ, ସାମାଜିକ ତଥା ଆର୍ଥିକ ସହଯୋଗ ଦେବା ଜରୁରୀ।
ପ୍ରସବ ପରେ ପରିବାର ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରବର୍ତ୍ତାଇବା। ଏହାଛଡ଼ା ଅଳ୍ପ ବୟସର ମା’ର ଆର୍ଥିକ ଓ ସାମାଜିକ ନିରାପତ୍ତା ନ ଥିବାରୁ ଏବଂ ଶିଶୁର ଲାଳନପାଳନ ବିଷୟ ଅଜ୍ଞ ଥିବାରୁ ଶିଶୁମାନଙ୍କର ଯତ୍ନ ନେଇପାରନ୍ତି ନାହିଁ। ଫଳରେ ଶାରୀରିକ ଓ ମାନସିକ ସ୍ତରରେ ମଧ୍ୟ ସେମାନେ ଅବହେଳିତ ହୁଅନ୍ତି। ତେଣୁ ବିଭିନ୍ନ ସ୍ଥାନରେ ପରାମର୍ଶ କେନ୍ଦ୍ରମାନ ଖୋଲି, ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇପାରିଲେ ମା’ ଓ ଶିଶୁ ଉପକୃତ ହୁଅନ୍ତି।
ଅଳ୍ପ ବୟସର ମା’ଟି ତା’ର ନୂଆ ବାତାବରଣ ତଥା ଶିଶୁଟିର ଲାଳନପାଳନ ପାଇଁ ମାନସିକ ସ୍ତରରେ ଏତେ ବେଶୀ ବିବ୍ରତ ହୋଇପଡ଼େ ଯେ ଖୁବ୍ଶୀଘ୍ର ବିବାହ ବିଚ୍ଛେଦ ତା’ ପାଇଁ ଆବଶ୍ୟମ୍ଭାବୀ ହୋଇପଡ଼େ। ଅଳ୍ପ ବୟସରେ ଗର୍ଭଧାରଣର ଅପମାନ, ଦୁଃଖ, ସାମାଜିକ ନିନ୍ଦା ଓ କଳଙ୍କ ତଥା ଆର୍ଥିକ ସଙ୍କଟ ତାକୁ ଏହିଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ କରିଥାଥଏ।
କିଶୋର କନ୍ୟମାନଙ୍କର ପ୍ରଜନନକ୍ଷମ ସ୍ଵାସ୍ଥ୍ୟର ସୁରକ୍ଷା ପାଇଁ ପିତା, ମାତା, ପରିବାରବର୍ଗ, ଆତ୍ମୀୟ ସ୍ଵଜନ ତଥା ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞମାନେ ଏକ ସ୍ଵରରେ ସେମାନଙ୍କୁ ସୁରକ୍ଷା ବଳୟ ଭିତରେ ସୁରକ୍ଷିତ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଆବଶ୍ୟକ।