ପ୍ରୋଟିନ୍, ଭିଟାମିନ୍, ପୋଟାସିୟମ୍, ଫାଇବର ଓ ମିନେରାଲ୍ସରେ ଭରପୂର ଲେମ୍ବୁ ପାଣି ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ବେଶ୍ ଲାଭଦାୟକ।
ଲେମ୍ବୁ ପାଣିରେ ଭିଟାମିନ୍ ସି, ପୋଟାସିୟମ୍ ଓ ଆଇରନ୍ ରହିଛି, ଯାହାକି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ।
ପ୍ରତ୍ୟେହ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ।
ଉଷୁମ ପାଣିରେ ଫାଳେ ଲେମ୍ବୁ ଚିପୁଡ଼ି ପିଇବା ଦ୍ୱାରା ଥଣ୍ଡା, ଜ୍ୱର, କାଶ ଦୂର ହୁଏ। ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଇବା ଦ୍ଵାରା ଶରୀରର ବିଷାକ୍ତ ପଦାର୍ଥ ପରିସ୍ରାରେ ବାହାରିଯାଏ।
ଲେମ୍ବୁ ପାଣି ପିଇଲେ ପାଚନପ୍ରକ୍ରିୟା ତ୍ଵରାନ୍ୱିତ ହୋଇଥାଏ।
ପ୍ରତିଦିନ ସକାଳୁ ଲେମ୍ବୁ ପାଣି ପିଇଲେ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳେ।
ଅଧିକ ପଢ଼ନ୍ତୁ: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଜୀବନଶୈଳୀରେ ପରିବର୍ତ୍ତନ କେତେ ଜରୁରୀ?
ପ୍ରତିଦିନ ଉଷୁମ୍ ପାଣିରେ ଲେମ୍ବୁ ରସ ଓ ମହୁ ମିଶାଇ ପିଇଲେ ଚର୍ବି ହ୍ରାସ ପାଏ।
ଉଚ୍ଚ ରକ୍ତ ଶର୍କରା ଥିବା ରୋଗୀଙ୍କ ପାଇଁ ଲେମ୍ବୁ ପାଣି ବେଶ୍ ଲାଭଦାୟକ।
ନିୟମିତ ଲେମ୍ବୁ ପାଣି ପିଇବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ଦୂର ହୋଇଥାଏ। କାରଣ ଲେମ୍ବୁରେ ଭିଟାମିନ୍ ସି’ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରି ରହିଛି। ଫଳରେ ବୟସ ଛାପ ଅଳ୍ପ ବୟସରୁ ପଡ଼ିନଥାଏ।
ଡାଇରିଆ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ଲେମ୍ବୁ ପାଣି। ବାରମ୍ବାର ପତଳା ଝାଡ଼ା ହେଉଥିଲେ ଲେମ୍ବୁ ଲୁଣ ପାଣି ପିଇବା ଦ୍ଵାରା ଉପଶମ ମିଳିଥାଏ।
ଖରାଦିନେ ନିୟମିତ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ଜଳୀୟଅଂଶର ମାତ୍ରା ଠିକ୍ ରହିଥାଏ।
କେତେକ ଲୋକ ପାଣି ପିଇବା ପାଇଁ ଇଛା ପ୍ରକାଶ କରିନଥାଆନ୍ତି। ଏପରିସ୍ଥଳେ ଲେମ୍ବୁ ପାଣି ପିଅନ୍ତୁ। ଏହାଦ୍ଵାରା ପାଣି ସ୍ୱାଦିଷ୍ଟ ଲାଗିଥାଏ ଓ ପିଇବା ପାଇଁ ଇଛା ହୋଇଥାଏ।