ଅଧିକାଂଶ ସମୟରେ ରୋଷେଇରେ ବ୍ୟବହୃତ ହେଉଥିବା ଗୋଲମରିଚର ବହୁ ଔଷଧୀୟ ଗୁଣ ରହିଛି। ତେଣୁ ନିୟମିତ ଭାବେ ଏହାକୁ ଖାଇଲେ ଆପଣ ଉପକାର ପାଇପାରିବେ।
-ଆୟୁର୍ବେଦ ଅନୁସାରେ ସକାଳୁ ଖାଲି ପେଟରେ ଉଷୁମ ପାଣି ଓ ଗୋଲମରିଚ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ବିକାର ଦୂର ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
-ଖାଲି ପେଟରେ ଗୋଲମରିଚ ଖାଇବା ଦ୍ୱାରା ଶରୀରର ଚର୍ବି କମ୍ ହୋଇଥାଏ। ଯାହାଫଳରେ କି ଓଜନହ୍ରାସ ହେବାରେ ସହାୟତା ମିଳିଥାଏ।
-ଥଣ୍ଡା ହୋଇଥିଲେ ଗରମକ୍ଷୀର ସହିତ ଗୋଲମରିଚ ଖାଇଲେ ଉପଶମ ମିଳେ।