ପାହାଡ଼ିଆ ଅଞ୍ଚଳରେ ଦେଖାଯାଉଥିବା ତୃଣଜାତୀୟ ଉଦ୍ଭିଦଟି ହେଲା ଅଶ୍ୱଗନ୍ଧା। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଏହା ଅଧିକ ଭାବେ ଦେଖିବାକୁ ମିଳେ। ଏହି ଗଛର ଚେରରୁ ଘୋଡ଼ା ପରି ଗନ୍ଧ ଆସେ। ତେଣୁ ଏହାକୁ ଅଶ୍ୱଗନ୍ଧା ବୋଲି କୁହାଯାଏ। ଅଶ୍ୱଗନ୍ଧା ରସ ମଧୁର, ତିକ୍ତ ଓ କଟୁ। ତେବେ ଏହାର ଅନେକ ଔଷଧ ଗୁଣ ରହିଛି। ଅନେକ ରୋଗ ପାଇଁ ଏହା ଉପାଦେୟ ଔଷଧ ଭାବରେ କାମ କରିଥାଏ।

ashwagandha

 

୧. କଞ୍ଚା ଅଶ୍ୱଗନ୍ଧା ମୂଳକୁ ଘୋରି ବ୍ରଣ ହୋଇଥିବା ସ୍ଥାନରେ ଲଗାଇଲେ ବ୍ରଣ ଭଲ ହୋଇଥାଏ।

୨. ଭଲ ନିଦ ହେଉନଥିଲେ ଅଶ୍ୱଗନ୍ଧା ଶୁଖିଲା ମୂଳରୁ ୨/୪ ଗ୍ରାମ ଚୂର୍ଣ୍ଣ ସହ ଘିଅ ଓ ଚିନି ମିଶାଇ ସେବନ କଲେ ନିଦ ହେଉନଥିଲେ ନିଦ ହୁଏ।

୩. ଅମୁହାଁ ବଥ, ଘା ବା ଫୁଲା ହୋଇଥିଲେ ଅଶ୍ୱଗନ୍ଧା ମୂଳକୁ ଚିକ୍କଣ କରି ବାଟି ଲେପ ଦେଲେ ଏହା ଉପଶମ ହୋଇଥାଏ।

୪. ବାତ ରୋଗ ହୋଇଥିଲେ ଅଶ୍ୱଗନ୍ଧାର ଶୁଖିଲା ମୂଳରୁ ୧ କିଗ୍ରା ଗାଈ କ୍ଷୀରରୁ ୧୨ କେଜି ଓ ଗୁଆ ଘିଅରୁ ୪ କେଜି ଆଣି ଭଲ ଭାବରେ ପାକ କରିଦିଅନ୍ତୁ। ପ୍ରତିଦିନ ଏଥିରୁ ୫ ଗ୍ରାମ ଲେଖାଏଁ ସେବନ କଲେ ବାତ ରୋଗ ଭଲ ହୋଇଥାଏ।

SwasthyaPlus

୫. ବାତ ହେତୁ କଷ୍ଟ ପାଉଥିଲେ ଶୁଖିଲା ଅଶ୍ୱଗନ୍ଧା ମୂଳରୁ ୨ ଭାଗ ଓ ଶୁଣ୍ଠିରୁ ଏକ ଭାଗ ନେଇ ଏହାକୁ ପାଣିରେ ବାଟି ବାତ ମାରୁଥିବା ସ୍ଥାନରେ ଲେପ ଦେଲେ ଅଳ୍ପ ଦିନରେ ବାତ ଭଲ ହୋଇଯ଼ାଏ।

୬. ବ୍ରଣ ଉଠୁଥିଲେ ଅଶ୍ୱଗନ୍ଧା ପତ୍ରରେ ଜଡ଼ାତେଲ ଲଗାଇ ତାକୁ ଉଷୁମ କରନ୍ତୁ। ବ୍ରଣ ଉଠୁଥିବା ସ୍ଥାନରେ ଏହାକୁ ଲଗାଇଦେଲେ ବ୍ରଣ ଉଠିବା ବନ୍ଦ ହୋଇଯ଼ାଏ।

୭. ଦୁର୍ବଳ ପିଲାକୁ ଅଶ୍ୱଗନ୍ଧା ମୂଳ ଚୁର୍ଣ୍ଣରୁ ୧ ଗ୍ରାମ କରି ୧ କପ୍ ଗାଈ କ୍ଷୀର ବା ୨ରୁ ୩ ଚାମଚ ଗୁଆଘିଅ ଖୁଆଇଲେ ଶରୀର ସୁସ୍ଥ ହୋଇଥାଏ।