କରୋନା ମହାମାରୀ ସମୟରେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସେଲୁନ ବା ପାର୍ଲର ଯିବା ପାଇଁ ଲୋକମାନେ ଡରୁଛନ୍ତି। ତେବେ ସେଲୁନ ଯିବା ପୂର୍ବରୁ ଆପଣାନ୍ତୁ ଏହି ଟିପ୍ସ ଯାହା ଆପଣଙ୍କୁ କରୋନା ସଂକ୍ରମଣରୁ କିଛିମାତ୍ରାରେ ରକ୍ଷା କରିପାରିବ।

parlour

ଆମେ ସମସ୍ତେ ବଜେଟ ଅନୁସାରେ ପାର୍ଲର ବାଛିଥାଉ। କିନ୍ତୁ ଅଧିକାଂଶ ସମୟରେ ପାର୍ଲରର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେଇନଥାଉ। ଏହି ପଦକ୍ଷେପ ସଂପୂର୍ଣ୍ଣ ଭାବେ ଭୁଲ। ଏହାଦ୍ୱାରା ସଂକ୍ରମଣର ଶିକାର ହେବାର ଆଶଙ୍କା ଥାଏ।

ମାସ୍କ ପିନ୍ଧନ୍ତୁ

ସେଲୁନ ଯିବା ସମୟରେ ମାସ୍କ ବ୍ୟବହାର କରନ୍ତୁ। ଏହାସହ ଧ୍ୟାନ ଦିଅନ୍ତୁ ଯେ, ସେଲୁନ କର୍ମଚାରୀ ମାସ୍କ ପିନ୍ଧିଛନ୍ତି କ ନାହିଁ।

ପୂର୍ବରୁ ଆପଏଣ୍ଟମେଣ୍ଟ ନିଅନ୍ତୁ

ସେଲୁନ ଯିବା ପୂର୍ବରୁ ସେଲୁନ ସହ ପୂର୍ବରୁ ଆପଏଣ୍ଟମେଣ୍ଟେ ନିଅନ୍ତୁ। କାରଣ ଆଗରୁ ଆପଏଣ୍ଟମେଣ୍ଟେ ନେଲେ ସେଲୁନରେ ଭିଡ଼ କମ୍‌ ଥିବ। ସେଲୁନ ଭିତରେ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ। ଯେଉଁ ସମୟରେ ସେଲୁନରେ ଲୋକ କମ ରହୁଛନ୍ତି ସେହି ସମୟରେ ସେଲୁନ ଯାଆନ୍ତୁ।

ଥଣ୍ଡାଜନିତ ରୋଗ ଭଲ ହେବା ପରେ ଯାଆନ୍ତୁ

ଆପଣ ଆସ୍ଥମା, ଶ୍ଵାସ ବା ଥଣ୍ଡା ଜ୍ୱରରେ ପୀଡ଼ିତ ଥିଲେ ସେଲୁନ ଯାଆନ୍ତୁ ନାହିଁ। ଥଣ୍ଡା ଶ୍ଵାସ ଥିବା ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି କମ ଥାଏ, ଯାହା ଫଳରେ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ ହୋଇପାରେ। ତେଣୁ ଦେହ ଭଲ ହେବା ପରେ ସେଲୁନ ଯାଆନ୍ତୁ।

corona symptom

ସ୍କ୍ରିନିଂ କରାଇନିଅନ୍ତୁ

ସେଲୁନକୁ ଯିବା ଆଗରୁ  ସ୍କ୍ରିନିଂ କରାଇନିଅନ୍ତୁ। ଯଦି କରୋନାର ଲକ୍ଷଣକୁ ନେଇ ସନ୍ଦେହରେ ଅଛନ୍ତି ତାହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ବ୍ୟବହୃତ ଦ୍ରବ୍ୟ ଷ୍ଟେରିଲାଇଜ କରନ୍ତୁ

ସେଲୁନରେ କାମ କରିବା ସମୟରେ ଯେଉଁ ସବୁ ଜିନିଷ ବ୍ୟବହାର କରୁଛନ୍ତି ଧ୍ୟାନ ଦିଅନ୍ତୁ ଯେ, ସେଗୁଡ଼ିକ ପରିଷ୍କାର ଓ ସାନିଟାଇଜ୍‌ ହୋଇଛି। ସେଲୁନ୍‌ରେ ମୁହଁରେ ମାସ୍କ, ମୁଣ୍ଡରେ ଟୋପି ଏବଂ ଦେହରେ ପିପିଇ ପୋଷାକ ପିନ୍ଧନ୍ତୁ।

ସେଲୁନରେ କେଶ କାଟିବା ପରେ ବ୍ୟବହୃତ ସମସ୍ତ ସାମଗ୍ରୀ ସାନିଟାଇଜ ହୋଇଛି କି ନାହିଁ ସେଲୁନ୍‌ କର୍ମଚାରୀଙ୍କୁ ପଚାରି ବୁଝନ୍ତୁ।

ପାର୍ଲରରେ ବ୍ୟବହାର କରାଯାଉଥିବା ତଉଲିଆ ସମସ୍ତଙ୍କ ପାଇଁ ସମାନ ଥାଏ। ତାକୁ କେବଳ ବାରମ୍ବାର ଧୁଆଯାଏ। ଏଭଳି କ୍ଷେତ୍ରରେ ଆପଣ ଡିସ୍ପୋଜେବୁଲ ଟିସ୍ୟୁ ବ୍ୟବହାର ପାଇଁ କହିପାରିବେ।

facial in parlor

ଫେସିଆଲ କରନ୍ତୁ ନାହିଁ

ସେଲୁନରେ ଫେସିଆଲ ଏବଂ ଓ୍ଵାକ୍ସିଙ୍ଗ ଭଳି ସେବାରୁ ନିବୃତ୍ତ ରହନ୍ତୁ। ଏହା ଦ୍ଵାରା ସଂକ୍ରମଣ ଅଧିକ ହୋଇଥାଏ। ଫେସିଆଲ କରିବା ସମୟରେ ବ୍ୟକ୍ତିର ମୁହଁ ପାଖରେ ରହି କାମ କରିବାକୁ ପଡ଼ିଥାଏ। ତେଣୁ ଯଥାସମ୍ଭବ ଏସବୁରୁ ଦୂରେଇ ରହିଲେ କରୋନା ଅକ୍ରାନ୍ତର ଭୟ ନଥାଏ।

ମେନିକିୟୋର ଏବଂ ପେଡିକିୟୋର କରାଇବା ସମୟରେ ନଜର ରଖନ୍ତୁ ଯେପରିକି ହାତ ବା ପାଦ ବୁଡ଼ାଇବା ପାଇଁ ପାଣି ଆପଣଙ୍କ ସାମ୍ନାରେ ପ୍ରସ୍ତୁତ କରାଯାଇଥିବ। କାରଣ ଅନେକ ପାର୍ଲରରେ ଥରେ ପାଣି ଭରି ସେଥିରେ ବହୁ ଗ୍ରାହକଙ୍କର ମେନିକିୟୋର କରାଯାଇଥାଏ।

ୱାକ୍ସିଂ କରିବା ସମୟରେ ମଧ୍ୟ ପାର୍ଲରଗୁଡ଼ିକ ଏଭଳି ଭୁଲ କରିଥାନ୍ତି। ସେମାନେ ଗୋଟିଏ ପାତ୍ରରେ ୱାକ୍ସିଂ ମିକ୍ସରକୁ ତରଳାଇ ରଖିଥାନ୍ତି। ପୁଣି ଗୋଟିଏ ଛୁରୀ ବ୍ୟବହାର କରି ସେମାନେ ଅନେକ ଲୋକଙ୍କର ୱାକ୍ସିଂ କରନ୍ତି। ଏଭଳି କ୍ଷେତ୍ରରେ ଓ୍ୱାକ୍ସିଂ କରାନ୍ତୁ ନାହିଁ ବା ଘରେ କରନ୍ତୁ।

ଇ-ବିଲର ବ୍ୟବସ୍ଥା କରନ୍ତୁ

କରୋନା ଭୁତାଣୁ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ଯାଇଥାଏ। ତେଣୁ, ସେଲୁନରେ ସିଧାସଳଖ ଟଙ୍କା ପଇସା ନେଣଦେଣ କରନ୍ତୁ ନାହିଁ। ଅନ୍‌ଲାଇନ୍‌ରେ ଟଙ୍କା ପୈଠ କରନ୍ତୁ।

ଯେତେସମ୍ଭବ ହୋମଡେଲିଭରି ପାଇଁ ଚେଷ୍ଟା କରନ୍ତୁ

ଆଜିକାଲି ସେଲୁନ କର୍ମଚାରୀମାନେ ଘରକୁ ଯାଇ ସେବା ପ୍ରଦାନ କରୁଛନ୍ତି। ଏଭଳି କ୍ଷେତ୍ରରେ ଘରୋଇ ସେବା ପ୍ରଦାନ କରିବାକୁ କହନ୍ତୁ। ଘରେ ରହିଲେ ସଂକ୍ରମଣର ଭୟ ନଥାଏ।