ଅନେକ ଲୋକ ଦିନକୁ ପ୍ରାୟ ୮ରୁ ୯ ଘଣ୍ଟା ଏୟାର କଣ୍ତିସନ୍ରରେ ବିତାଇଥା’ନ୍ତି। ଏୟାର କଣ୍ଡିସନ୍ ବା ଏସି ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ, ଯାହା ଶରୀର ଉପରେ କୁପ୍ରଭାବ ପକାଇଥାଏ।
ଆଖି ସମସ୍ୟା
ଏସିର ଥଣ୍ଡା ପବନ ଆଖିକୁ ଅଧିକ ଶୁଖିଲା କରିଦିଏ। ଫଳରେ ଆଖି କୁଣ୍ଡାଇ ହେବା, ପାଣି ବାହାରିବା ଏବଂ ଲାଲ୍ ପଡ଼ିବା ପରି ସମସ୍ୟା ଦେଖାଯାଇଥାଏ।
ଶୁଷ୍କ ତ୍ୱଚା
ଅଧିକ ସମୟ ଏସି ଘରେ ରହିଲେ ତ୍ୱଚା ଓ କେଶ ଶୁଷ୍କ ହୋଇଯାଏ। ଫଳରେ ତ୍ୱଚା କୁଣ୍ଡାଇ ହୋଇଥାଏ।
ଆସ୍ଥମା
ଦୀର୍ଘ ସମୟ ପର୍ଯ୍ୟନ୍ତ ଏସିରେ ରହିଲେ ଆସ୍ଥମା ବା ଶ୍ୱାସରୋଗ ହେବାର ଆଶଙ୍କା ବଢ଼ିଥାଏ। ଯଦି ଆପଣଙ୍କୁ ଥଣ୍ଡା, ଶର୍ଦ୍ଧି ଏବଂ ଧୂଳିର ଆଲର୍ଜି ଥାଏ, ତେବେ ଏସିରେ ଅଧିକ ସମୟ ରହିଲେ ଏହି ସମସ୍ୟା ବଢ଼ିଥାଏ।
ମୁଣ୍ଡବିନ୍ଧା
ଲଗାତାର୍ ଏସିରେ ବସିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହା ମାଂସପେଶୀକୁ ଟାଣିଥାଏ ଏବଂ ମୁଣ୍ଡବିନ୍ଧା ପରି ସମସ୍ୟା ହୋଇଥାଏ।
ଆଲର୍ଜି
ଏସିର ଫିଲ୍ଟର ଦୀର୍ଘ ଦିନ ଧରି ସଫା ହୋଇ ନ ଥିଲେ ସେଥିରୁ ବାହାରୁଥିବା ସରୁ ଧୂଳି, ବ୍ୟାକ୍ଟେରିଆ କାରଣରୁ ଥଣ୍ଡା, ଭାଇରାଲ୍ ଇନ୍ଫେକ୍ସନ୍ ଏବଂ ଆଲର୍ଜି ହୋଇଥାଏ।
ଗଣ୍ଠିଗତ ସମସ୍ୟା
ଏସିରୁ ବାହାରୁଥିବା ପବନ ଆଣ୍ଠୁଗଣ୍ଠି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ବେକ, ହାତ ଓ ଆଣ୍ଠୁରେ କଷ୍ଟ ଅନୁଭୂତ ହୋଇଥାଏ । ଏହା ଆଣ୍ଠୁଗଣ୍ଠି ସମସ୍ୟାର କାରଣ ମଧ୍ୟ ହୋଇଥାଏ। ଏସିରେ ଅଧିକ ସମୟ ଶୋଉଥିବା ଲୋକଙ୍କଠାରେ ବେକ, ହାତ, ଆଣ୍ଠୁ ଷ୍ଟିପ୍ ହୋଇଯାଏ।
ରକ୍ତ ସଞ୍ଚାଳନ
ଏସିର ଥଣ୍ଡା ପବନ କାରଣରୁ ରକ୍ତସଞ୍ଚାଳନରେ ଅଧିକ ଅସୁବିଧା ହୋଇଥାଏ।