ମେ’ ୨୪ରୁ ଘରକୁ ଘର ବୁଲି କରୋନା ସର୍ଭେ କରିବେ ଆଶାକର୍ମୀ। ୩ ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନ୍ଏମ୍ମାନେ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ। ଯେଉଁମାନଙ୍କଠାରେ ଗୁରୁତର ଲକ୍ଷଣ ପ୍ରକାଶ ପାଉଛି, ସେମାନଙ୍କର ଟେଷ୍ଟ କରାଯାଇ ଆଇସୋଲେସନ୍ରେ ରଖାଯିବ।
ଏଥିପାଇଁ ସେମାନଙ୍କୁ ମାସିକ ହଜାରେ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ସୋମବାର ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି।
ସେହିଭଳି ଗୃହ ସଙ୍ଗରୋଧର ତଦାରଖ ଦାୟିତ୍ୱରେ ଥିବା ଆଶାକର୍ମୀଙ୍କୁ ୧୦ ହଜାର ଟଙ୍କା ଦେବେ।