ବହୁ ଲୋକ ତ୍ଵଚାରେ ସାବୁନର ବ୍ୟବହାର କରିଥାଆନ୍ତି। କିନ୍ତୁ ଏହା ଆପଣଙ୍କ ତ୍ୱଚା ପାଇଁ ଖରାପ।

soap in face

ସୁନ୍ଦର ଦେଖାଯିବା ପାଇଁ ଭଳିକି ଭଳି ସ୍କିନ ପ୍ରଡକ୍ଟର ବ୍ୟବହାର କରିଥା’ନ୍ତି ମହିଳାମାନେ। ମୁହଁକୁ ସଫା, ସୁନ୍ଦର ଏବଂ ଉଜ୍ୱଳ ରଖିବାକୁ ବହୁତ କିଛି ବ୍ୟବହାର କରିଥା’ନ୍ତି। ହେଲେ ବାହାରେ ଧୂଳି, ମାଟି, ପ୍ରଦୂଷଣ ଆଦିର ସଂସ୍ପର୍ଶରେ ଆସି ମୁହଁ ମଳିନ, ଶୁଷ୍କ ଦେଖାଯାଏ। ଏସବୁରୁ ରକ୍ଷା ପାଇବା ପାଇଁ ଅଧିକାଂଶ ମହିଳା ମୁହଁରେ ସାବୁନ ଲଗାଇଥା’ନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି, ଆପଣ ବ୍ୟବହାର କରୁଥିବା ସାବୁନ ଆପଣଙ୍କ ସ୍କିନ ଖରାପ କରିପାରେ। ଯଦି ଆପଣଙ୍କ ସାବୁନ ଆପଣଙ୍କ ସ୍କିନ ପାଇଁ ଠିକ୍ ନୁହେଁ ତେବେ ଏହା ସୃଷ୍ଟି କରିପାରେ ଅନେକ ସମସ୍ୟା।

ସାବୁନରେ ମୁହଁ ସଫା କରିଲେ ଏହା ମୁହଁକୁ ସଫା କରିଥାଏ ସତ କିନ୍ତୁ ଶୁଷ୍କ କରିଦିଏ।

-ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ।

dry skin

-ସାବୁନ ଭେଜିଟେବଲ ଅଏଲ୍, ସୋଡିୟମ ହାଇଡ୍ରୋକ୍ସାଇଡ୍, ପୋଟାସିୟମ ହାଇଡ୍ରୋକ୍ସାଇଡ୍ ଆଦିରୁ ତିଆରି ହୋଇଥାଏ ଯାହା ତ୍ୱଚାର ପି.ଏଚ୍ ଲେଭେଲ୍ କମ କରିଦିଏ।

-ଅନେକ ସାବୁନରେ ଡିଟର୍ଜେଣ୍ଟ ବ୍ୟବହାର କରାଯାଇ ଯାହା ତ୍ୱଚାର କୋମଳତା ଉପରେ ପ୍ରଭାବ ପକାଏ।

-ଅଧିକାଂଶ ସାବୁନରେ ଥିବା ସୁନ୍ଦର ବାସ୍ନା ମଧ୍ୟ ତ୍ୱଚା ପାଇଁ କ୍ଷତିକାରକ। ଏହା ସ୍କିନକୁ ଖରାପ କରିଥାଏ।

-ଏହି ସବୁରୁ ରକ୍ଷା ପାଇବାକୁ ହେଲେ ନିଜ ସ୍କିନ ଟାଇପ ଅନୁସାରେ ସାବୁନ ବ୍ୟବହାର କରନ୍ତୁ। ଯେଉଁ ସାବୁନଗୁଡ଼ିକରେ ମିଲ୍କ, କ୍ରିମ୍ ବା ଗ୍ଲିସେରିନ ଆଦି ଥାଏ ତାହାକୁ ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାର ଚମକ ଏବଂ କୋମଳତା ବଜାୟ ରଖେ।