ବୋତଲରେ କ୍ଷୀର ଖାଇବା ଶିଶୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ ସେ ସମ୍ପର୍କରେ ଅଧିକ ତଥ୍ୟ।

babyଛୋଟ ବେଳେ ଶିଶୁଙ୍କୁ କେବଳ ସ୍ତନ୍ୟପାନ କରାଇବା ଉଚିତ। ଏହା ଫଳରେ ସେମାନଙ୍କ ଶାରୀରିକ ଏବଂ ମାନସିକ ବିକାଶ ହୋଇଥାଏ। କିନ୍ତୁ ଅନେକ କ୍ଷେତ୍ରରେ ମା’ ମାନେ ଶିଶୁଙ୍କୁ ସ୍ତନ୍ୟପାନ କରାଇବାରେ ଅସଫଳ ହୋଇଥାନ୍ତି। କୌଣସି ରୋଗ କାରଣରୁ କିମ୍ବା ସଠିକ କ୍ଷୀର ନ ହେବା କାରଣରୁ ସେମାନେ ଶିଶୁକୁ ସ୍ତନ୍ୟପାନ କରାଇ ପାରନ୍ତି ନାହିଁ। ତେଣୁ ବୋତଲ ମାଧ୍ୟମରେ ଶିଶୁକୁ କ୍ଷୀର ପିଇବାକୁ ଦିଆଯାଇଥାଏ।

ଶିଶୁକୁ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଉଚିତ। ଶିଶୁ ୬ ମାସର ହେବା ପରେ ତାକୁ ବୋତଲରେ କ୍ଷୀର ପିଇବାକୁ ଦିଆଯାଇଥାଏ। ମାତ୍ର ବୋତଲରେ ପିଇବା ଶିଶୁର ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ମାତ୍ର ବୋତଲରେ ଶିଶୁମାନଙ୍କୁ ପିଆଇବା କ୍ଷତିକାରକ।

ବୋତଲରୁ ପିଆଇବା ଫଳରେ ପିଲାମାନଙ୍କୁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ମିଳି ନଥାଏ। ସ୍ତନ୍ୟପାନ କରାଉଥିବା ଶିଶୁମାନେ ବୋତଲ କ୍ଷୀରରୁ ପିଉଥିବା ଶିଶୁଙ୍କ ଅପେକ୍ଷା ଅଧିକ ସ୍ବାସ୍ଥକର ହୋଇଥାନ୍ତି।

ବୋତଲ ପିଉଥିବା ପିଲାମାନେ ମେଦବହୁଳତା ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।

babyଏହା ଦ୍ଵାରା ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ।

ବୋତଲରେ କ୍ଷୀର ଖାଇବା ଫଳରେ ସେମାନଙ୍କୁ ମଧ୍ୟ ସଂକ୍ରମଣ ହୋଇପାରେ। ଅନେକ ପିଲା ବୋତଲ କ୍ଷୀର ପିଇବା କାରଣରୁ ଡାଇରିଆ ଏବଂ ମୂତ୍ର ସଂକ୍ରମଣ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ବୋତଲରେ ଥିବା ପ୍ଲାଷ୍ଟିକ ଯୋଗୁଁ ପିଲାଙ୍କ ପାଟିରେ ଚର୍ମ ସଂକ୍ରମଣ ହେବାର ଆଶଙ୍କା ରହିଛି।

ଅନେକ ସମୟରେ ମା’ମାନେ ଅଧିକ ସମୟ ପର୍ଯ୍ୟନ୍ତ ବୋତଲରେ କ୍ଷୀର ରଖିଦେଇଥାନ୍ତି। ବୋତଲ ପ୍ଲାଷ୍ଟିକରେ ହୋଇଥିବା କାରଣରୁ ଏହାର କିଛି ଉପାଦାନ କ୍ଷୀର ସହ ମିଶି ପେଟକୁ ଯାଇଥାଏ। ଯାହା ଫଳରେ ଶିଶୁ ନିକଟରେ ଗ୍ୟାସ ସମସ୍ୟା ଦେଖା ଦେଇଥାଏ।

କିପରି ବୋତଲ ସଫା ରଖିବେ?

ଶିଶୁଙ୍କ ପାଇଁ ବୋତଲରେ କ୍ଷୀର ପିଇବା ସୁରକ୍ଷିତ ହୋଇ ନଥିଲେ ମଧ୍ୟ ଆବଶ୍ୟକସ୍ଥଳେ ସେମାନଙ୍କୁ ସେଥିରେ କ୍ଷୀର ଦିଆଯାଇଥାଏ। ସେଥିପାଇଁ ବୋତଲକୁ ସବୁ ସମୟରେ ସଫା କରିବା ଉଚିତ।

ଶିଶୁ କ୍ଷୀର ଖାଉଥିବା ବୋତଲକୁ ସବୁଦିନ ଗରମ ପାଣିରେ ଧୁଅନ୍ତୁ। କଣ୍ଟା ବ୍ରଶ ସାହାଯ୍ୟରେ ବୋତଲର ଭିତର ଏବଂ ବାହାର ଅଂଶ ଭଲ ଭାବେ ଧୋଇବା ଉଚିତ।

babyବୋତଲରେ ଉପରେ ଲାଗିଥିବା ଚମଡ଼ା ଅଂଶକୁ ପ୍ରଥମେ କପଡ଼ାରେ ପୋଛି ଦିଅନ୍ତୁ। ତା’ପରେ ସେଥିରେ ଅଳ୍ପ ଗରମ ପାଣି ଦେଇ ସଫା କରନ୍ତୁ।

ଅନେକ ମା’ ବୋତଲକୁ ସର୍ଫ ଦ୍ଵାରା ସଫା କରିଥାନ୍ତି। ଏପରି କରିବା ଫଳରେ ବେଳେ ବେଳେ ସର୍ଫ ଭଲ ଭାବେ ସଫା ହୋଇନଥାଏ। ଏଥିରେ ଶିଶୁକୁ କ୍ଷୀର ଦେବା ମାତ୍ରକେ ଶିଶୁ ବାନ୍ତି କରିଦେଇଥାଏ।

ବୋତଲକୁ ଅନ୍ୟମନସ୍କରେ ବାହାରର ଜୀବ ଜନ୍ତୁ ମୁହଁ ମାରିଦେଇଥାନ୍ତି। ଶିଶୁ ସେହି ବୋତଲରେ କ୍ଷୀର ଖାଇବା ଫଳରେ ସେମାନଙ୍କୁ ବିଭିନ୍ନ ରୋଗ ହୋଇଥାଏ। ତେଣୁ ଏସବୁ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ।