ଙ୍ଗ୍ଜାଇଟି ଡିଜଅର୍ଡର ’ଣ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣନ୍ତୁ ଡାକ୍ତର ରତିରଞ୍ଜନ ସେଠୀଙ୍କ ପରାମର୍ଶ

ଦୁଶ୍ଚିନ୍ତା ବା ଆଗାମୀ ଦିନରେ କିଛି ଖରାପ ଘଟିବାକୁ ନେଇ ସବୁବେଳେ ଚିନ୍ତାଗ୍ରସ୍ତ ରହିବାର ଅବସ୍ଥାକୁ ଆଙ୍ଗ୍‌ଜାଇଟି ଡିଜଅର୍ଡର ବୋଲି କୁହାଯାଇଥାଏ।  ବାସ୍ତବରେ କିନ୍ତୁ ସେ କଥାର କିଛି ଆଧାର ନଥାଏ। ଦୀର୍ଘ ଦିନ ଧରି ଏହି ସମସ୍ୟା ଜାରି ରହିଲେ ବ୍ୟକ୍ତିଙ୍କର ପାରିବାରିକ, ସାମାଜିକ ଜୀବନ ଉପରେ ତାର ପ୍ରଭାବ ପଡ଼ିଥାଏ। ପୁରୁଷଙ୍କ  ଅପେକ୍ଷା ମହିଳାମାନଙ୍କ ନିକଟରେ ଏହି ସମସ୍ୟା ଅଧିକ ଦେଖାଯାଏ।

କାରଣ (Anxiety disorder causes in Odia)

ଆନୁବଂଶିକ

ମସ୍ତିଷ୍କରେ ରସାୟନର ଅସନ୍ତୁଳନ

ପରିବେଶଜନିତ ପ୍ରଭାବ

ଗଭୀର ମାନସିକ ଚାପ

ବ୍ୟକ୍ତିଗତ କିମ୍ବା ବୃତ୍ତିଗତ ଜୀବନରେ ସମସ୍ୟାର ସାମ୍ନା କରିବା

ଔଷଧର ପାର୍ଶ୍ଵ ପ୍ରତିକ୍ରିୟା

ଆର୍ଥିକ ସମସ୍ୟାର ସାମ୍ନା କରିବା

ନିଶା ଦ୍ରବ୍ୟ ସେବନ

depression

ଲକ୍ଷଣ (Symptoms of Anxiety disorder in Odia)

ଭୟ ଲାଗି ରହିବା

ଝାଳ ବୋହିବା, ଥରିବା

-ତଣ୍ଟି ଶୁଖିଯିବା

ଛାତି ଓ ପେଟରେ ଯନ୍ତ୍ରଣା

ଶ୍ୱାସକ୍ରିୟାରେ ସମସ୍ୟା

ତଣ୍ଟି ଅବରୁଦ୍ଧ ହୋଇଯିବା ଭଳି ଲାଗିବା

ମୁଣ୍ଡ ବୁଲାଇବା

ମରିବାକୁ ନେଇ ଭୟ କରିବା

କିଭଳି ଚିହ୍ନଟ ହୁଏ?

ରୋଗୀ ଯଦି ଅନାବଶ୍ୟକ ଭାବେ ଚିନ୍ତିତ ରହୁଥାନ୍ତି, ଡରି ଡରି ରହୁଥା’ନ୍ତି, ଛାତିରେ ଯନ୍ତ୍ରଣା ଅନୁଭବ କରୁଥା’ନ୍ତି ଏବଂ ଏହି ସମସ୍ୟା ୬ ମାସରୁ ଅଧିକ ଦିନ ଧରି ଜାରି ରହିଥାଏ ତା’ ହେଲେ ଏହାକୁ ଆଙ୍ଗ୍‌ଜାଇଟି ଡିସଅର୍ଡର ଭାବେ ଚିହ୍ନଟ କରାଯାଇଥାଏ। ତେବେ ତା’ ପୂର୍ବରୁ ତାଙ୍କର ଅନ୍ୟ କିଛି ଶାରୀରିକ ସମସ୍ୟା ଅଛି କି ନାହିଁ ସେ ନେଇ ପରୀକ୍ଷା ହୋଇଥାଏ।

counselling

ଚିକିତ୍ସା କ’ଣ?

ଆଙ୍ଗଜାଇଟି ଡିଜଅର୍ଡର ପାଇଁ ଔଷଧ ସହିତ ସାଇକୋଲୋଜିକାଲ ଚିକିତ୍ସା ବି କରାଯାଏ।

କିଶୋରବସ୍ଥାରେ ଙ୍ଗ୍ଜାଇଟି ଡିଜଅର୍ଡର

ସମୟ ସମୟରେ କିଶୋରାବସ୍ଥାରେ ଆଙ୍ଗ୍‌ଜାଇଟି ଡିଜଅର୍ଡର ଆରମ୍ଭ ହୋଇଥାଏ। ଏହାଯୋଭୁଁ କିଶୋରକିଶୋରୀମାନେ ବହୁ ସମସ୍ୟାର ସାମ୍ନା କରିଥା’ନ୍ତି। ସେମାନଙ୍କର ପାଠପଢ଼ା ବ୍ୟାଧିତ ହୋଇଥାଏ, ସର୍ବସାଧାରଣ ସ୍ଥାନରେ ସେମାନେ କଥା କହିପାରନ୍ତି ନାହିଁ, ଏକୁଟିଆ ଯିବାକୁ ଭୟ କରନ୍ତି  ସିନିୟରମାନଙ୍କ ସହ କଥା ହୋଇପାରନ୍ତି ନାହିଁ। କିଛି ଜଣଙ୍କର ଜୀବଜନ୍ତୁ ଏବଂ ଉଚ୍ଚତାକୁ ଖୁବ୍ ଅଧିକ ଭୟ ରହେ।

Yoga

କ’ଣ କରିବା ଦରକାର?

  • ଆଙ୍ଗଜାଇଟି ଡିଜଅର୍ଡର ସମସ୍ୟା ଥିଲେ ଜୀବନଶୈଳୀକୁ ବଦଳାଇବା ଖୁବ୍ ଜରୁରୀ। ବିଳମ୍ବିତ ରାତି ଯାଏ ଅନିଦ୍ରା ରହିବା ଉଚିତ୍ ନୁହେଁ। ପ୍ରତିଦିନ ଅତି କମ୍‌ରେ ୮ ଘଣ୍ଟା ଶୁଅନ୍ତୁ।
  • ନିୟମିତ ଭାବେ ଯୋଗ, ଧ୍ୟାନ, ପ୍ରାଣାୟମ କରନ୍ତୁ। ଏହା ମନକୁ ସ୍ଥିର ରଖିବାରେ ସହାୟକ ହେବ।
  • ଏହାଛଡ଼ା ବ୍ୟାୟାମ କରିବା ଜରୁରୀ। ବ୍ୟାୟାମ କଲେ ଶରୀର ଫିଟ୍ ରହିବ। ଶରୀର ଫିଟ୍ ରହିଲେ ମାନସିକ ସ୍ଥିତି ବି ଦୃଢ଼ ରହିବ।
  • କଫିରେ ଥିବା କାଫେଇନ୍ ହୃଦସ୍ପନ୍ଦନର ଗତିକୁ ବୃଦ୍ଧି କରିଥାଏ। ଏହାଯୋଗୁଁ ବ୍ୟକ୍ତି ନର୍ଭସ ଅନୁଭବ କରିଥା’ନ୍ତି। ତେଣୁ ଅତ୍ୟଧିକ କଫି ପିଅନ୍ତୁ ନାହିଁ ।
  • ଠିକ୍ ସମୟରେ ଖାଦ୍ୟପେୟ ଗ୍ରହଣ କରନ୍ତୁ। ଏହାଦ୍ୱାରା ଶରୀରରେ ଶର୍କରାର ସ୍ତର ନିୟନ୍ତ୍ରିତ ହୋଇ ରହିବ। ଫଳରେ ଆଙ୍ଗ୍‌ଜାଇଟିର ସ୍ତର ବୃଦ୍ଧି ହେବ ନାହିଁ।

Note: A brief medical advice, in Odia language, on Anxiety disorders based on the interview with Dr Ratiranjan Sethy.