ଚଷମା ବ୍ୟବହାର କରିବା କାହା ପାଇଁ ବାଧ୍ୟତାମୂଳକ ତ କାହା ପାଇଁ ଫ୍ୟାସନ ହୋଇଥାଏା କିନ୍ତୁ ଏହି ଫ୍ୟାସନ ଯେ କ୍ଷତି ପହଁଚାଇଥାଏ ତାହା ଆପଣଙ୍କୁ ବେଶ ଭଲ ଭାବରେ ଜଣା। ପ୍ରତିଦିନ ଚଷମା ବ୍ୟବହାର କରିବା ଦ୍ୱାରା ଆଖି ପାର୍ଶ୍ୱରେ ଦାଗ ଆସିଯାଇଥାଏ। ସେହି ଦାଗ ଧୀରେ ଧୀରେ କଳା ହୋଇଥାଏା ଯାହାକି ମୁହଁର ସୈାନ୍ଦଯ୍ୟକୁ ଖରାପ କରିଦେଇଥାଏା ଏହାକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ।

aloe vera for dark circle

ଏଲୋଭେରା: କସମେଟିକ୍ ଗୁଣ ପାଇଁ ବେଶ୍ ପରିଚିତ ଏଲୋଭେର।। ଯାହାକି ଚଷମା ଦାଗ ଦୂର କରିବା କ୍ଷେତ୍ରରେ ସହାୟକ ହୋଇଥାଏା ଦାଗ ହୋଇଥିବା ସ୍ଥାନରେ ଏଲୋଭେରା ଜେଲ୍‌କୁ ହାଲକା ଭାବରେ ମାଲିସ କରି ୧୫ ରୁ ୨୦ ମିନିଟ୍ ଛାଡ଼ି ଦିଅନ୍ତୁା ଏହାପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁା ଆପଣ ଏହା ଦିନକୁ ଦୁଇଥର କରିପାରିବୋ

patato for dark circle

ଆଳୁ: ଆଳୁରେ ବ୍ଲିଚିଙ୍ଗ୍ ଏଜେଣ୍ଟ୍ ଥିବାରୁ ଏହା କଳାଦାଗ ଦୂର କରିବା ସହ ଚେହେରାର ରଙ୍ଗକୁ ସଫା କରିଥାଏା ତେଣୁ ଗୋଟିଏ ଆଳୁକୁ କାଟି ଦାଗ ହୋଇଥିବା ସ୍ଥାନରେ ମସାଜ କରନ୍ତୁା କିମ୍ବା ଗୋଟିଏ ଆଳୁର ରସ ବାହାର କରି ଦାଗ ଉପରେ ଳଗାନ୍ତୁା ଅଧଘଣ୍ଟା ରଖିବା ପରେ ଧୋଇ ଦିଅନ୍ତୁା

Lemon-Cucumber

ଲେମ୍ବୁ ଓ କାକୁଡ଼ି: ଲେମ୍ବୁ ଓ କାକୁଡ଼ି ରସକୁ ଭଲଭାବରେ ଫେଣ୍ଟି ଚେହେରାରେ ଲଗାନ୍ତୁା ଏହା ଚେହେରାକୁ କୋମଳ ରଖିବା ସହିତ ତ୍ୱଚାରେ ଥିବା ସମସ୍ତ ଦାଗକୁ ହଟାଇଥାଏାbadam oilବାଦାମ ତେଲ: ଚେହେରାରେ ହୋଇଥିବ କଳା ଦାଗକୁ ଦୂର କରିବା ପାଇଁ ବାଦାମ ତେଲ ବହୁତ ଭଲ କାମ କରିଥାଏା ଏହି ତେଲକୁ କଳା ପଡ଼ିଥିବା ଦାଗ ଉପରେ ପ୍ରତିଦିନ ମାଲିସ କରନ୍ତୁା ଯାହାଫଳରେ କଳା ଦାଗ ଦୂର ହେବ।

ଯଦି ଆପଣ ଟାଇଟ ଚଷମା ପିନ୍ଧୁଛନ୍ତିା ତେବେ ଏହା ଆପଣଙ୍କ ଚେହେରାକୁ ବହୁତ କ୍ଷତି ପହଁଚାଇଥାଏ। ଯେମିତିକି ବହୁତ ମାତ୍ରାରେ କଳାଦାଗ ଆପଣଙ୍କ ଆଖିତଳେ ଏବଂ ନାକରେ ଦେଖାଦେଇଥାଏା ସେଥିପାଇଁ  ଆପଣ ହାଲକା ଏବଂ ସଫଟ୍ ଫ୍ରେମ୍ ବ୍ୟବହାର କରିପାରିବୋ