ଲେମ୍ବୁ ହେଉଛି ଏକ ପ୍ରକାର ଖଟାଜାତୀୟ ଫଳ ଯାହାର ଅନେକ ଉପକାରୀ ଗୁଣ ରହିଛି। ସ୍ୱାସ୍ଥ୍ୟଠୁ ଆରମ୍ଭ କରି ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ ଲେମ୍ବୁର ଭୂମିକା ଗୁରୁତ୍ଵପୂର୍ଣ୍ଣ।
- ଜ୍ଵର ସମୟରେ ଲେମ୍ବୁରସ ପାନ କଲେ ଶରୀରର ଉଷ୍ଣତା କମ୍ ହୋଇଥାଏ ଏବଂ ଜ୍ଵର କମିଯାଏ। ଲେମ୍ବୁରେ ଏଭଳି ଉପାଦାନ ଅଛି ଯାହାକି ଝାଳ ଆକାରରେ ଦୂଷିତ ପଦାର୍ଥକୁ ନିଷ୍କାସିତ କରାଇବାରେ ସାହାଯ୍ୟ କରେ। ତେଣୁ ଶୀଘ୍ର ଜ୍ଵର କମିଯାଏ।
- ଯଦି କୀଟପତଙ୍ଗ ଶରୀରର କୌଣସି ଅଂଶକୁ କାମୁଡ଼ିଥା’ନ୍ତି ତେବେ ସେହି ସ୍ଥାନରେ ଲେମ୍ବୁ ଘଷିବା ଦ୍ୱାରା ଆରାମ ମିଳେ।
- ନିୟମିତ ଲେମ୍ବୁ ସର୍ବତ ପିଇବା ଫଳରେ ଯକୃତରୁ ଅପରିଷ୍କାର ପଦାର୍ଥ ନଷ୍ଟ ହୋଇଯାଏ ଓ ଯକୃତ ସୁସ୍ଥ ରହେ।
- ଲେମ୍ବୁକୁ ରୋଗ ପ୍ରତିରୋଧକାରୀ ଫଳ ବୋଲି କୁହାଯାଏ। କାରଣ ଏଥିରେ ଶରୀରର ପ୍ରାୟ ୬୦ ପ୍ରକାରର ଜୀବାଣୁ ନଷ୍ଟ ହେବାର ଶକ୍ତି ରହିଛି।
- ଲେମ୍ବୁରେ ଭିଟାମିନ ସିର ପରିମାଣ ଭରପୂର ଥାଏ। ତେଣୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ନିୟମିତ ଲେମ୍ବୁ ଖାଇଲେ ହୃଦରୋଗ ସଂପର୍କିତ ସମସ୍ୟା କମ୍ ଦେଖାଯାଏ।
- ଲେମ୍ବୁର ଅନେକ ଗୁଣ ରହିଛି ଯାହାକୁ ଆମେ ଔଷଧ ରୂପେ ବ୍ୟବହାର କରିପାରିବା।
- ପ୍ରତିଦିନ ଖାଇବା ପୂର୍ବରୁ ଏବଂ ଶୋଇବା ପୂର୍ବରୁ ଅଧାଚାମଚ ଲେମ୍ବୁରସ ପିଇଲେ ଶ୍ୱାସରୋଗ ଭଲ ହୋଇଥାଏ।
- ଲେମ୍ବୁରସ ଚର୍ମରେ ଚମକ ଆଣିଦିଏ। ବ୍ରଣ, କଳା ଦାଗରେ ଲେମ୍ବୁ ରସ ଲଗାଇଲେ ବ୍ରଣ ଭଲ ହୋଇଯାଏ।
- ଦୁଇ ପାଖୁଡ଼ା ରସୁଣ ସହ ଲେମ୍ବୁରସ ଦିନକୁ ୪ରୁ ୫ ଥର ପିଇଲେ କଫ, କାଶ ଓ ଥଣ୍ଡା ଦୂର ହୁଏ।
- ରକ୍ତ ସଫା କରିବାରେ ଲେମ୍ବୁ ସାହାଯ୍ୟ କରେ। ସେଥିପାଇଁ ଲେମ୍ବୁକୁ ରକ୍ତ ବିଶୋଧନକାରୀ ବୋଲି ମଧ୍ୟ କୁହାଯାଏ। ପ୍ରତିଦିନ ସକାଳୁ ଉଠିବା ପରେ ଏକ କପ ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଇଲେ ରକ୍ତ ସଫା ହୋଇଥାଏ।
- ଲେମ୍ବୁ ଶରୀରର ମେଦହ୍ରାସ କରିବାରେ ସାହାଯ୍ୟ କରିଥାଏ।
{“type”:”block”,”srcClientIds”:[“5bdd5eae-dc01-49f6-9728-cba844bf6ef1″],”srcRootClientId”:””}
- ଲେମ୍ବୁରସ ଏକ ପୋଷଣ ଯୁକ୍ତ ପାନୀୟ। ଶରୀରକୁ ଶକ୍ତିଯୋଗାଇବାରେ ଲେମ୍ବୁର ଭୂମିକା ରହିଛି।
- ବେଳେବେଳେ ଭ୍ରମଣ ଯୋଗୁଁ କ୍ଲାନ୍ତ ଅନୁଭବ ହୋଇଥାଏ। କ୍ଳାନ୍ତି ଦୂର କରିବାକୁ ଘରୁ ବାହାରିବା ଆଗରୁ ଗୋଟିଏ ଗ୍ଲାସ ଲେମ୍ବୁପାଣି ପିଇବା ଉଚିତ।
- ପାକସ୍ଥଳୀରେ ଅଲସର ହୋଇଥିଲେ ଲେମ୍ବୁ ଜାତୀୟ ଫଳ ଖାଇବା ଉଚିତ ନୁହେଁ।