ସୁସ୍ଥ ଓ ସୁନ୍ଦର ଜୀବନ କିଏ ବା ନ ଚାହେଁ। ହେଲେ ସବୁବେଳେ ସୁସ୍ଥ ରହିବାକୁ ହେଲେ ଆମକୁ ସୁସ୍ଥ ଲାଇଫ୍ଷ୍ଟାଇଲ୍ ଆପଣେଇବାକୁ ହେବ।
ପ୍ରତିଦିନ ୪୫ ମିନିଟ୍ ବ୍ୟାୟାମ ଜରୁରୀ:
ପ୍ରତିଦିନ ଅତିକମ୍ରେ ୪୫ ମିନିଟ୍ ବ୍ୟାୟାମ କରିବାକୁ ଚେଷ୍ଟା କରନ୍ତୁ। ବିଭିନ୍ନ ଶାରୀରିକ ରୋଗର ପ୍ରତିଷେଧକ ଭଳି କାର୍ଯ୍ୟ କରେ ବ୍ୟାୟାମ। ହୃଦରୋଗରୁ ଆରମ୍ଭ କରି ଆଣ୍ଠୁଗଣ୍ଠି ରୋଗର ଆଶଙ୍କାକୁ ହ୍ରାସ କରେ ଏକ୍ସରସାଇଜ୍। ଏହାଛଡ଼ା ଯୋଗ, ବ୍ୟାୟାମ ଆଦି କରିବା ଦ୍ୱାରା, ମାନସିକ ଚାପ, ଅବସାଦ, ଚିନ୍ତା ହ୍ରାସ ପାଇଥାଏ।
୩ ଲିଟର ପାଣି ପିଅନ୍ତୁ:
ପାଣି ଆମ ଶରୀରରେ ଇନ୍ଧନ ଭଳି କାର୍ଯ୍ୟ କରିଥାଏ। ଏହା ଆମ ଶରୀରକୁ ସୂଚାରୁରୂପେ କାର୍ଯ୍ୟକ୍ଷମ ହେବାରେ ସାହାଯ୍ୟ କରିଥାଏ। ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ୱାରା ହଜମ ଶକ୍ତି ଠିକ୍ ହୁଏ। ସୁସ୍ଥ ଚର୍ମ ଓ କେଶ ହେବାରେ ସାହାଯ୍ୟ କରେ ପାଣି।
ବଦଭ୍ୟାସକୁ ତ୍ୟାଗ କରନ୍ତୁ:
ସମସ୍ତଙ୍କ ପାଖରେ କିଛି ନା କିଛି ବଦଭ୍ୟାସ ରହିଛି। ଏହା ଆମ ସୁସ୍ଥ ଜୀବନଶୈଳୀ ଉପରେ ପ୍ରଭାବ ପକାଇଥାଏ। ଏହି ବଦଭ୍ୟାସରୁ ମୁକ୍ତି ପାଇବାକୁ ହେଲେ ପ୍ରତିଦିନ ନିଜକୁ ପ୍ରତିଶ୍ରୁତି କରନ୍ତୁ ଯେ କିଭଳି ଏହାକୁ ଦୂର କରିବେ। ଧୀରେ ଧୀରେ କରି ଏହି ବଦଭ୍ୟାସରୁ ନିବୃତ୍ତ ରହନ୍ତୁ।
୭ରୁ ୮ ଘଣ୍ଟା ଶୁଅନ୍ତୁ:
ଦିନକୁ ୭ରୁ ୮ ଘଣ୍ଟା ଶୁଅନ୍ତୁ। ସଠିକ୍ ଭାବେ ଶୋଇଲେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅନୁଭବ କରିବେ।
ଖାଦ୍ୟରେ ସବୁଜ ପନିପରିବା ସାମିଲ କରନ୍ତୁ:
ନିଜ ଖାଦ୍ୟରେ ସବୁଜ ପନିପରିବା ଫଳ ସାମିଲ କରନ୍ତୁ। ଜଙ୍କ ଫୁଡ୍, ଛଣାଛଣି ଭଳି ଖାଦ୍ୟଠାରୁ ଦୂରେଇ ରହନ୍ତୁ। ଏକ ସୁସ୍ଥ ଶରୀର ପାଇଁ ଆପଣଙ୍କ ଖାଦ୍ୟରେ ଘି ଏବଂ ବାଦାମ ପରି ସୁସ୍ଥ ଚର୍ବି ଗୁରୁତ୍ୱପୂର୍ଣ୍ଣ |
ସକାଳ ଜଳଖିଆ ଖାଆନ୍ତୁ:
ସକାଳୁ ଅଫିସ୍ ଯିବା ମଧ୍ୟରେ ଅନେକ ଲୋକ ଜଳଖିଆ ନ କରି ଘରୁ ବାହାରି ଯାଇଥା’ନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ସକାଳୁ ଜଳଖିଆ ନ ଖାଇଲେ ଆପଣଙ୍କୁ ହୃଦ୍ଘାତ ଛଡ଼ା ଅନ୍ୟ ରୋଗର ହେବାର ଆଶଙ୍କା ବି ରହିଛି। ଅଧ୍ୟୟନରୁ ଜଣାପଡିଛି ଯେ ବୟସ୍କମାନେ ଯେଉଁମାନେ ଏକ ସୁସ୍ଥ ଜଳଖିଆ ଖାଆନ୍ତି ସେମାନେ ଅଧିକ ସୁସ୍ଥ ରହନ୍ତି।