ଏଲୋଭେରା ବା ଘିକୁଆଁରୀରେ ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଆମିନୋଏସିଡ୍, ଆଇରନ୍, ପଟାସିୟମ୍, କ୍ୟାଲ୍‌ସିୟମ୍ ତଥା ଭିଟାମିନ୍ ବି, ସି, ଇ ଓ ଫଲିକ୍ ଏସିଡ୍ ପ୍ରଚୁର ପରିମାଣରେ ରହିଛି। 

ଅଧିକାଂଶ ଲୋକଙ୍କର ଇଛା ସୁନ୍ଦର, ଘନ, କଳା କେଶ। ଏଥିପାଇଁ ଲୋକେ ବଜାରରେ ମିଳୁଥିବା ବିଭିନ୍ନ ପ୍ରସାଦନ ସାମଗ୍ରୀର ବ୍ୟବହାର କରିଥାଆନ୍ତି। ହେଲେ ଏହା କେଶକୁ ନଷ୍ଟ ଏବଂ ଦୁର୍ବଳ କରିଦିଏ। ଆପଣଙ୍କ ଆଖପାଖରେଏମିତି ଏକ ମହୋଷଧୀ ଗଛ ଅଛି, ଯାହାକୁ ଆପଣ କେଶର ଅନେକ ସମସ୍ୟା ପାଇଁ ବ୍ୟବହାର କରିପାରିବେ। ତାହା ହେଉଛି ଘିକୁଆଁରୀ।

ଆଜିକାଲି କମ୍ ବୟସରୁ ଅଧିକାଂଶଙ୍କ ଠାରେ ଚୁଟି ଝଡ଼ିବା ସମସ୍ୟା ଦେଖାଦେଉଛି। ଚୁଟି ଝଡ଼ିବା ସମସ୍ୟା ଦୂର କରିବା ପାଇଁ ଏଲୋଭେରା ବ୍ୟବହାର କରିପାରିବା। ଏହା କେଶ ପାଇଁ ଅନେକ ଉପକାରୀ। 

ଭିଟାମିନ୍‌ ଏ, ସି ଏବଂ ଇ’ରେ ଭରପୂର ଘିକୁଆଁରୀ। ଏହା ମୁଣ୍ଡରେ ରକ୍ତ ସଞ୍ଚାଳନ କରିବା ସହ କେଶକୁ ସୁଦୃଢ଼ କରିବାରେ ସାହାଯ୍ୟ କରେ। ଘିକୁଆଁରୀ ଲଗାଇବା ଦ୍ୱାରା କେଶ ଶୀଘ୍ର ବଢ଼ିଥାଏ।

ଘିକୁଆଁରୀରେ ଆଣ୍ଟି-ଇନ୍‌ଫ୍ଲାମେଟୋରି ଓ ଫ୍ୟାଟି ଏସିଡ୍‌ ତତ୍ୱ ରହିଛି, ଯାହାକି କେଶରୁ ରୁପି ଦୂର କରିବା ସହ ମୁଣ୍ଡକୁ ଥଣ୍ଡା ରଖିଥାଏ।

ରୁକ୍ଷ ଓ ଦୋମୁହାଁ କେଶ ପାଇଁ ଘିକୁଆଁରୀ ମ୍ୟାଜିକ୍‌ ଭଳି କାମ କରିଥାଏ। ଘିକୁଆଁରୀରେ ମହୁ ମିଶାଇ କେଶରେ ଲଗାନ୍ତୁ, ୪୫ ମିନିଟ୍‌ ପରେ ଧୋଇଦିଅନ୍ତୁ। ଏଭଳି ସପ୍ତାହକୁ ଥରେ କରନ୍ତୁ।

ଜାଣିରଖନ୍ତୁ: ଗର୍ଭାବସ୍ଥାରେ ଘିକୁଆଁରୀର ବ୍ୟବହାର କରନ୍ତୁ ନାହିଁ।

ଥଣ୍ଡା ସମସ୍ୟା ଭୋଗୁଥିବା ବ୍ୟକ୍ତି ଘିକୁଆଁରୀ ବ୍ୟବହାର କରନ୍ତୁ ନାହିଁ।