ମେ’ ୮, ବିଶ୍ୱ ଥାଲାସେମିଆ ଦିବସ। ୧୯୯୪ ମସିହାରୁ ଏହି ଦିବସ ପାଳନ ହେଉଛି। ଏହି ଦିନ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମସ୍ତଙ୍କୁ ଥାଲାସେମିଆ ରୋଗର କାରଣ ଓ ଚିକିତ୍ସା ପଦ୍ଧତି ସମ୍ପର୍କରେ ଜଣାଇବା। ଏହି ଅବସରରେ ଆସନ୍ତୁ ଜାଣିବା ଥାଲାସେମିଆ ସମ୍ପର୍କରେ। (Thalassaemia: Symptoms, causes, treatment in Odia)
ଥାଲାସେମିଆ ହେଉଛି ରକ୍ତ ବିକାର ସମସ୍ୟା। ଏହା ଏକ ବଂଶାନୁଗତ ରୋଗ ଯାହା ବାପାମା’ଙ୍କଠାରୁ ପିଲାମାନଙ୍କୁ ହୋଇଥାଏ। ମଣିଷ ଶରୀରରେ ହିମୋଗ୍ଲୋବିନ୍ ପର୍ଯ୍ୟାପ୍ତ ପରିମାଣରେ ନଥିଲେ ଏହି ସମସ୍ୟା ଦେଖାଦେଇଥାଏ।
କାରଣ (Causes of Thalassaemia in Odia)
ଥାଲାସେମିଆ ହେଉଛି ବଂଶାନୁଗତ। ଜେନେଟିକ୍ ହୋଇଥିବାରୁ ଏହି ରୋଗକୁ ରୋକାଯାଇପାରିବ ନାହିଁ। ଆମ ଶରୀରରେ ହିମୋଗ୍ଲୋବିନ୍ ଲୋହିତ ରକ୍ତକଣିକାରୁ ଅମ୍ଳଯାନ ବହନ କରିଥାଏ। ଯେତେବେଳେ ଶରୀରରେ ଯଥେଷ୍ଟ ହିମୋଗ୍ଲୋବିନ୍ ନଥାଏ, ଶରୀରର ଲାଲ ରକ୍ତ କଣିକା ସଠିକ୍ ଭାବରେ କାମ କରେ ନାହିଁ। ଲୋହିତ ରକ୍ତ କଣିକା ଶରୀରର ସମସ୍ତ କୋଷକୁ ଅମ୍ଳଜାନ ଦେଇଥାଏ। ଯେତେବେଳେ ପର୍ଯ୍ୟାପ୍ତ ଲାଲ ରକ୍ତ କଣିକା ନଥାଏ, ଶରୀରର ଅନ୍ୟ ସମସ୍ତ କୋଷକୁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ମିଳିପାରି ନଥାଏ। ଯାହାଫଳରେ ଜଣେ ବ୍ୟକ୍ତି କ୍ଳାନ୍ତ, ଦୁର୍ବଳ ଅନୁଭବ କରନ୍ତି। ଏହା ରକ୍ତହୀନତାର ଏକ ଅବସ୍ଥା। ଗୁରୁତର ରକ୍ତହୀନତା ଅଙ୍ଗକୁ କ୍ଷତି ପହଞ୍ଚାଇପାରେ ଓ ମୃତ୍ୟୁର କାରଣ ବି ପାଲଟିଥାଏ।
ଥାଲାସେମିଆ ଦୁଇ ପ୍ରକାରର
ମାଇନର ଥାଲାସେମିଆରେ ବ୍ୟକ୍ତିଙ୍କ ଶରୀରରେ ହିମୋଗ୍ଲୋବିନ୍ ମାତ୍ରା ସାଧାରଣଠାରୁ ଅଳ୍ପ ଥାଏ କିନ୍ତୁ ବ୍ୟକ୍ତି ଜଣକ ସୁସ୍ଥ ଥା’ନ୍ତି। ଯଦି ବାପାମା’ଙ୍କ ମଧ୍ୟରୁ ଜଣଙ୍କଠାରେ ଥାଲାସେମିଆ ମାଇନର ଓ ଜଣେ ସୁସ୍ଥ ଥିବେ, ତେବେ ଛୁଆ ଥାଲାସେମିଆ ମାଇନର ହେବାର ଆଶଙ୍କା ଥାଏ।
ଯଦି ବାପା ମା’ ଦୁଇଜଣ ଥାଲାସେମିଆ ମାଇନର, ତେବେ ଛୁଆଠାରେ ମେଜର ଥାଲାସେମିଆ ହେବାର ଆଶଙ୍କା ଅଧିକ ଥାଏ। ଶିଶୁ ଜନ୍ମ ହେବାର କିଛି ମାସ ମଧ୍ୟରେ ଛୁଆଠାରେ ଥାଲାସେମିଆର ଲକ୍ଷଣ ଜଣାପଡ଼ିଥାଏ।
ଲକ୍ଷଣ (Symptoms of Thalassaemia in Odia)
ଥକ୍କା ଲାଗିବା
ଦୁର୍ବଳତା
ଚର୍ମର ରଙ୍ଗ ହଳଦିଆ ପଡ଼ିଯିବା
ପେଟ ଫୁଲିଯିବା
ମୁହଁର ଆକାରରେ ପରିବର୍ତ୍ତନ ଆସିବା
ଗାଢ଼ ରଙ୍ଗର ପରିସ୍ରା ହେବା
ପରୀକ୍ଷା
ସାଧାରଣତଃ ରକ୍ତ ପରୀକ୍ଷାରୁ ଜାଣି ହେବ ଥାଲାସେମିଆ ସମସ୍ୟା ବିଷୟରେ। ରକ୍ତରେ ହିମୋଗ୍ଲୋବିନ୍ ଓ ଏଚ୍ବିଏଟୁର ପରୀକ୍ଷା କରାଯାଏ।
(World Thalassaemia Day 2020: Everything You Need To Know About this Blood Disorder in Odia)