କାମ କରିବା ସମୟରେ ସଠିକ ଭାବେ ନ ବସିଲେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। ତେବେ ଆସନ୍ତୁ ଜାଣିବା ଠିକ ବସିବା ଶୈଳୀର ୬ଟି ଫାଇଦା।

sitting straight in office

ଅଧିକ ପଢ଼ନ୍ତୁ: ଅଣ୍ଟା ବିନ୍ଧା ହେବା ପାଇଁ ଆପଣ ବସୁଥିବା ଚେୟାର ହୋଇପାରେ ଦାୟୀ

ଅଫିସରେ କିମ୍ବା ଘରେ ଅଧିକ ସମୟ ଗୋଟିଏ ଜାଗାରେ ବସି ରହିବା ଯୋଗୁଁ ଅଣ୍ଟା ଏବଂ ବେକ ବିନ୍ଧା ଭଳି ସମସ୍ୟା ଦେଖାଦେଉଛି। ବିଶେଷ କରି ମହିଳାମାନଙ୍କଠାରେ ଏହା ଅଧିକ ଦେଖିବାକୁ ମିଳୁଛି। ସଠିକ ଶୈଳୀରେ ନ ବସିବା ଏହାର ମୁଖ୍ୟ କାରଣ।

ସାଧାରଣତଃ ଅଫିସରେ କର୍ମଚାରୀମାନେ ବସିବା ପାଇଁ ସ୍ୱତନ୍ତ୍ର ଚେୟାରର ବ୍ୟବସ୍ଥା ରହିଥାଏ। କିନ୍ତୁ ଏହି ଚେୟାରରେ ଭୁଲ ବସିବା ଶୈଳୀ ଆପଣଙ୍କ ଅଣ୍ଟା ଏବଂ ପିଠି ଯନ୍ତ୍ରଣାର କାରଣ ହୋଇଥାଏ। ତେଣୁ ବସିବା ସମୟରେ ଠିକ ଭାବେ ବସିବା ଆବଶ୍ୟକ। ସଠିକ ଭାବେ ବସିବା କାରଣରୁ ଆମକୁ ଅନେକ ଫାଇଦା ମଧ୍ୟ ମିଳିଥାଏ।

ପିଠି ଯନ୍ତ୍ରଣା ହୁଏ ନାହିଁ

ଭୁଲ ବସିବା ଯୋଗୁଁ ଅଣ୍ଟା ପିଠି ବଥା ହୋଇଥାଏ। ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ଜାଗାରେ ବସି ରହିବା ପାଇଁ ଅଣ୍ଟା ବିନ୍ଧି ଥାଏ। ତେଣୁ ଠିକ ଢଙ୍ଗରେ କାମ କରିବା ପାଇଁ ବସିବାର ଶୈଳୀ ଠିକ ହେବା ଦରକାର। ଆପଣ ବସୁଥିବା ସ୍ଥାନରେ ଉପଯୁକ୍ତ ଚେୟାର ନଥିଲେ ଅଣ୍ଟା ଓ ମେରୁଦଣ୍ଡ ଦରଜ ହୋଇଥାଏ। ତେଣୁ ଦୀର୍ଘ ସମୟ ବସୁଥିବା ଚେୟାର ଆରାମ ଦାୟକ ହେବା ଦରକାର। ପ୍ଲାଷ୍ଟିକ ଚେୟାର ଅପେକ୍ଷା ଗଦି ଏବଂ ତୁଳାଯୁକ୍ତ ଚେୟାର ବ୍ୟବହାର କରିବା ଭଲ।

stress

ଅଧିକ ପଢ଼ନ୍ତୁ: କର୍ମଜୀବୀମାନେ ଆଦୌ ଭୁଲନ୍ତୁ ନାହିଁ ଏହି ୮ଟି କଥା, ହୋଇପାରେ ଅନେକ ସମସ୍ୟା

ମୁଣ୍ଡ ବିନ୍ଧା ହୋଇ ନଥାଏ

ଅଧିକ ସମୟ କମ୍ପ୍ୟୁଟର ବ୍ୟବହାର କରିବା ଫଳରେ ଆଖି ଉପରେ ପ୍ରଭାବ ପଡ଼ିଥାଏ। କମ୍ପ୍ୟୁଟର ଉଚ୍ଚତା ସହ ଆଖି ସମାନ ଭାବେ ନ ରହିଲେ ଆଖି ଯନ୍ତ୍ରଣା ହୋଇଥାଏ। ଆଖି ଉପରେ ଅଧିକ ଚାପ ପଡ଼ି ମୁଣ୍ଡ ଦରଜ ହେବା ସହ ମାଇଗ୍ରେନ ଭଳି ସମସ୍ୟା ହୋଇଥାଏ ତେଣୁ ସଠିକ ଭାବେ ବସିବା ଫଳରେ ଏହି ପରିସ୍ଥିତି ସୃଷ୍ଟି ହୋଇନଥାଏ।

ଗଣ୍ଠିବାତ କଷ୍ଟରୁ ମୁକ୍ତି ମିଳିଥାଏ

ଠିକରେ ବସି କାମ କରିବା ଫଳରେ ଆଣ୍ଠୁ, ଅଣ୍ଟା, ପିଠି ଏବଂ ଆଣ୍ଠୁ ତଳ ମାଂସ ପେଶୀ ଜନିତ କଷ୍ଟ ହୋଇନଥାଏ। ଅଧିକ ସମୟ ଭୁଲ ସ୍ଥିତିରେ ବସିବା ଯୋଗୁଁ ଗଣ୍ଠିବାତ ବଥା ହୋଇଥାଏ। ତେଣୁ କାମ କରିବା ସମୟରେ ନିଜ ବସିବା ସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ।

office

ଅଧିକ ପଢ଼ନ୍ତୁ: ‘ଓ୍ୱାର୍କ ଫ୍ରମ ହୋମ’ ଆଣିପାରେ ମୋଟାପଣ – ଜାଣନ୍ତୁ କେମିତି ରହିବେ ସତର୍କ?

ସଠିକ ଭାବେ ନିଶ୍ଵାସପ୍ରଶ୍ଵାସ ନେଇ ହୁଏ

ସିଧା ହୋଇ ବସିବା ଫଳରେ ହୃତପିଣ୍ଡ ମଧ୍ୟ ସଠିକ ଭାବେ କାମ କରିଥାଏ। ଫଳରେ ଶ୍ୱାସକ୍ରିୟାରେ କୌଣସି ଅସୁବିଧା ଦେଖାଯାଇନଥାଏ।

ରକ୍ତ ସଞ୍ଚାଳନ ସଠିକ ରୂପେ ହୋଇଥାଏ

ଠିକ ଭାବେ ବସିବା କାରଣରୁ ଶରୀରର ସବୁ ଅଙ୍ଗପ୍ରତ୍ୟଙ୍ଗ ନିକଟକୁ ରକ୍ତ ଭଲ ରୂପେ ପହଞ୍ଚି ପାରିଥାଏ। ରକ୍ତ ସଞ୍ଚାଳନ ସଠିକ ଭାବେ ହେଲେ ଶରୀର ସୁସ୍ଥ ରହିଥାଏ।

ଅଳସୁଆ ଲାଗେ ନାହିଁ

ଶୋଇ କରି କିମ୍ବା ଭୁଲ ସ୍ଥିତିରେ ବସିବା ଯୋଗୁଁ କାମ କରିବା ସମୟରେ ନିଦ ଆସିଥାଏ। ଠିକ ହୋଇ ବସିବା ଫଳରେ ଅଳସୁଆ ଲାଗେ ନାହିଁ ଏବଂ କାମ ପ୍ରତି ଅଧିକ ଧ୍ୟାନ ରହିଥାଏ।