ଶୀତଋତୁରେ ନିଜ ସ୍ୱାସ୍ଥ୍ୟକୁ ସୁ‌ସ୍ଥ ରଖିବା ପାଇଁ ଏହିସବୁ ଫଳଗୁଡ଼ିକୁ ଡାଏଟ୍‌ରେ ସାମିଲ କରନ୍ତୁ।

କୋଭିଡ -୧୯ ମହାମାରୀ ପ୍ରଥମରୁ ହିଁ ଦୁନିଆକୁ ଦୋହଲାଇ ଦେଇଛି। ଯାହା ଫଳରେ କେତେ ଲୋକଙ୍କ ଜୀବନ ଚାଲିଯାଇଛି। ଏଥିପାଇଁ  ଆମେ ଆମର ଇମ୍ୟୁନ୍‌ ସିଷ୍ଟମକୁ ମଜଭୁତ ରଖିବା ଦରକାର। ସାଧାରଣତଃ ଶୀତଦିନେ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ ଓ ସଂକ୍ରାମକ ରୋଗରେ ପୀଡ଼ିତ ହେବାର ଆଶଙ୍କା ଅଧିକ ଥାଏ। କିନ୍ତୁ ବ୍ୟାୟାମ ସହିତ ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ବହୁତ ଫାଇଦା ମିଳିଥାଏ।

orange

ଅଧିକ ପଢ଼ନ୍ତୁ: ରାତିରେ ଖାଆନ୍ତୁନି ଖଟା ଫଳ, ହୋଇପାରେ ଏସିଡିଟି

ଋତୁ ପରିବର୍ତ୍ତନ ସହ ଆମ ଶରୀରର ରୋଗ ପ୍ରତିରୋଧକ ସ୍ତରକୁ ବଢ଼ାଇବା ପାଇଁ ଆମ ଖାଦ୍ୟରେ ପୁଷ୍ଟିକର ଫଳକୁ ସାମିଲ କରିବା ବହୁତ ଜରୁରୀ। ତେବେ, ଜାଣନ୍ତୁ ଶୀତଦିନେ କେଉଁ ସବୁ ଫଳ ଖାଇବା ଜରୁରୀ।

୧) କମଳା – କମଳାରେ କ୍ୟାଲସିୟମ୍‌ ଓ ଭିଟାମିନ-ସି ଭରପୁର ମାତ୍ରାରେ ରହିଛି। ଏହି ଫଳ ଚର୍ମରେ ସୁଧାର ଆଣିବାରେ ସାହାଯ୍ୟ କରିଥାଏ, କୋଲେଷ୍ଟ୍ରୋଲ ସ୍ତରକୁ କମ୍‌ କରିଥାଏ ଏବଂ ଓଜନ କମାଇବାରେ ସହାୟତା ସହିତ ଅନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ବି ଦେଇଥାଏ। ଏହି ରସାଳ ସ୍ୱାଦିଷ୍ଟ ଫଳ ଭିଟାମିନ୍‌ ଡି’ ରେ ଭରପୁର ହୋଇଥାଏ, ଯାହାକି ରୋଗପ୍ରତିରୋଧକ ଶକ୍ତିକୁ ତିଆରି କରିଥାଏ ଓ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।

୨) ଡାଳିମ୍ବ – ଏହି ବିଶେଷ ଫଳ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ହୋଇଥାଏ। ଏହା କେବଳ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିନଥାଏ ବରଂ କ୍ୟାନସରକୁ ରୋକିବାରେ ଓ ତ୍ଵଚାକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ, ଯାହାକି ଉଚ୍ଚ ରକ୍ତଚାପ ରୋଗୀଙ୍କ ପୀଇଁ ବେଶ୍‌ ଭଲ।

papaya

ଅଧିକ ପଢ଼ନ୍ତୁ: ଫଳ ଜୁସ୍ ନ ପିଇ, ଚୋବାଇ ଖାଇବା ଭଲ

୩) ଅମୃତଭଣ୍ଡା- ଏହି ମିଠା ଫଳରେ ଭିଟାମିନ-ସି ଓ ଆଣ୍ଟିଅକ୍ସିଡାଣ୍ଟ ବହୁଳ ପରିମାଣରେ ଅଛି। ଏହା ଶରୀରର କୋଷଗୁଡ଼ିକୁ ନଷ୍ଟ ହେବାରୁ ରୋକିଥାଏ। ଏଥିରେ ଫାଇବରର ମାତ୍ରା ଅଧିକ ପରିମାଣରେ ଥାଏ, ଯାହାକି ପାଚନ (ହଜମ) ପାଇଁ ଉତ୍କୃଷ୍ଟ ହୋଇଥାଏ ଏବଂ ହାର୍ଟ ଓ ମଧୁମେହ ସ୍ତରକୁ ପରିଚାଳନା କରିଥାଏ

୪) ମିଠା ଲେମ୍ବୁ – ଏହା ମସମ୍ବି ନାମରେ ପରିଚିତ ହୋଇଥାଏ। ମିଠା ଲେମ୍ବୁ ଏକ ଖଟା ଫଳ, ଯାହାକି ଭିଟାମିନ – ସି ଓ ଫାଇବରରେ ଭରପୁର ହୋଇଥାଏ ଏହି ସ୍ଵାଦିଷ୍ଟ  ଫଳ ବହୁତ ରସଭରା ହୋଇଥାଏ। ଏହା ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ ଓ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ।

୫) ସେଓ – ସେଓରେ ଫାଇବର, ଭିଟାମିନ ସି’ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ତ୍ୱଚା ଓ ପାଚନରେ ସୁଧାର ଆଣିଥାଏ। ଏଥିରେ ଭିଟାମିନ- କେ ରହିଛି, ଯାହାକି ଶରୀରକୁ ଉଚ୍ଚ ସ୍ତରର ଇମ୍ୟୁନିଟି ଯୋଗାଇଥାଏ।

୬) ସପେଟା – ସପେଟାରେ ଭିଟାମିନ ସି, ଇ ଓ ଭିଟାମିନ କେ’ ସହିତ ବିଭିନ୍ନ ପ୍ରକାର ପୋଷକ ତତ୍ୱ ରହିଛି। ସପେଟା ପୋଟାସିୟମର ବହୁତ ଭଲ ସ୍ରୋତ।ଏହି ମିଠା ଫଳରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଓ ଫୋଲେଟ ମଧ୍ୟ ହୋଇଥାଏ, ଯାହାକି ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ ଓ ରକ୍ତକୁ ଜମାହେବାରୁ ରକ୍ଷା କରିଥାଏ ଓ ଆଖିର ଦୃଷ୍ଟିଶକ୍ତିରେ ସୁଧାର ଆଣିଥାଏ। ଏହା ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ଓ ପାଚନ (ହଜମ) କ୍ରିୟାକୁ ଠିକ୍ କରିଥାଏ।