ଏମିତି କେତେକ ଖାଦ୍ୟ ପଦାର୍ଥ ଅଛି ଯାହା ଆମ ଖାଦ୍ୟାଭ୍ୟାସର ମୁଖ୍ୟ ଅଂଶ ହୋଇ ନ ଥିଲେ ବି ଆମ ଶରୀର ପାଇଁ, ଶରୀରର ଆବଶ୍ୟକତା ପୂରଣ କରିବା ପାଇଁ ଅତ୍ୟନ୍ତ ଉପକାରୀ। ଏସବୁକୁ ନିତିଦିନିଆ ଖାଦ୍ୟରେ ସାମିଲ୍‌ କରିବା ଫଳରେ ଆପଣଙ୍କ ଶରୀର ସୁସ୍ଥ ରହେ। ଏସବୁରେ ମୁଖ୍ୟତଃ ଆଣ୍ଟି ଅକ୍ସିଡେଣ୍ଟ ଓ ଧାତବ ଗୁଣ ଥାଏ, ଯାହା ଶରୀର ପାଇଁ ଖୁବ୍‌ ଲାଭ ଦାୟକ।

ginger

 

ଅଦା: ଅଦା ଖାଇବାର ଇଚ୍ଛାକୁ ନିୟନ୍ତ୍ରଣ କରି ରଖେ। ଅଦା ଖାଇବା ଫଳରେ ରକ୍ତ ସର୍କରା ନିୟନ୍ତ୍ରିତ ରହେ। ପ୍ରତିଦିନ ଚା, ସାଲାଡ, ତରକାରୀରେ ଅଦାର ବ୍ୟବହାର କରନ୍ତୁ।

cinamon for health

ଡାଲଚିନି: ପ୍ରତିଦିନ ଖାଦ୍ୟରେ ଡାଲଚିନିର ବ୍ୟବହାର କରନ୍ତୁ। ଏହା କେବଳ ଆପଣଙ୍କ ଭୋକ ନିୟନ୍ତ୍ରିତ କରେ, ତାହା ନୁହେଁ ବରଂ ରକ୍ତ ସର୍କରା ମଧ୍ୟ ନିୟନ୍ତ୍ରଣରେ ରଖେ। ଏହା ଫଳରେ ଆପଣଙ୍କର ପେଟ ଦୀର୍ଘ ସମୟ ଯାଏ ଭରି ରହିଥିବା ଅନୁଭବ ହୁଏ। ଡାଲଚିନି ଖାଇବା ଦ୍ୱାରା ମେଟାବଲିଜିମ୍‌ ବଢ଼େ। ଏହା ଧମନୀକୁ ମଧ୍ୟ ସଫା ରଖେ ଓ ଖରାପ ମେଦକୁ କମ୍‌ କରେ। ଆପଣ ଚା’, ଦହି, ଆମଲେଟ୍‌ ଆଦିରେ ଡାଲଚିନି ପକାଇ ଖାଇପାରିବେ। ତରକାରୀରେ ମଧ୍ୟ ଡାଲଚିନି ପକାଇ ପାରିବେ।

green chilly

କଞ୍ଚା ଲଙ୍କା: ଲଙ୍କା କେବଳ ଆପଣଙ୍କ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ, ବରଂ ଆପଣଙ୍କ ପେଟ ପାଇଁ ମଧ୍ୟ ଭଲ। ଏହାଦ୍ୱାରା ଆପଣ ଅଧିକ ଖାଦ୍ୟ ଖାଇବା ଓ ବାରମ୍ବାର ଖାଦ୍ୟ ଖାଇବାର ଅଭ୍ୟାସକୁ ନିୟନ୍ତ୍ରଣ କରିପାରିବେ। ଏଥିରେ କ୍ୟାପ୍ସେହାସିନ୍‌ ନାମକ ଯୌଗିକ ଥାଏ, ଯାହା ମେଟାବଲିଜିମ୍‌କୁ ବଢ଼ାଏ।

garlic fir health

ରସୁଣ: ରସୁଣ ଭୋକ ନିୟନ୍ତ୍ରଣ କରେ। ରସୁଣ ଖାଇବା ଫଳରେ ମସ୍ତିଷ୍କକୁ ଏକ ସଙ୍କେତ ଯାଏ ଯେ ପେଟ ପୁରା ଅଛି। ରସୁଣ ଖାଇବା ହୃତପିଣ୍ଡ ପାଇଁ ଭଲ। ଏହା ରକ୍ତକୁ ଜମାଟ ବାନ୍ଧିବାରୁ ବି ରୋକିଥାଏ।

black pepper for health

ଗୋଲମରିଚ: ଗୋଲମରିଚ ଖାଇବା ପୁରା ଶରୀର ପାଇଁ ଲାଭ ଦାୟକ। ଗୋଲମରିଚ ପାଉଡର ପ୍ରତିଦିନ ସାଲାଡ, ତରକାରୀ, ଫଳ ଆଦିରେ ଛିଞ୍ଚି ଖାଆନ୍ତୁ। ଚା’ ଓ ତରକାରୀ ତିଆରି କରିବାରେ ମଧ୍ୟ ଏହାକୁ ମସଲା ଭାବେ ବ୍ୟବହାର କରିପାରିବେ। ଗୋଲମରିଚ ଶରୀରରେ ଅତିରିକ୍ତ ଚର୍ବିକୁ ବାହାର କରିଦିଏ ଓ ମେଦ କମ୍‌ କରେ।