ନିମ୍ବ ପତ୍ରର ଔଷଧୀୟ ଗୁଣ ଯୋଗୁଁ ଆୟୁର୍ବେଦରେ ଏହାକୁ ବହୁଳ ଭାବରେ ବ୍ୟବହାର କରାଯାଏ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଭାଇରାଲ ଗୁଣ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ନିମ୍ବ ପତ୍ରକୁ ଦୈନନ୍ଦିନ ଜୀବନରେ କିପରି ବ୍ୟବହାର କରିପାରିବା।

କୀଟ କାମୁଡ଼ିଥିଲେ: ଯଦି କୌଣସି କୀଟ କାମୁଡ଼ିଛି ବା କୌଣସି ଅଙ୍ଗ ଖଣଡିଆ ହୋଇଯାଇଛି, ତେବେ ନିମ୍ବ ପତ୍ର ପେଷ୍ଟ ଲଗାନ୍ତୁ।

ଋପି ସମସ୍ୟା: ନିମ୍ବ ପେଷ୍ଟକୁ କେଶର ମୂଳରେ ଲଗାଇ ଅଧ ଘଣ୍ଟା ଯାଏଁ ଛାଡ଼ି ଦିଅନ୍ତୁ ଓ ଏହାପରେ ମୁଣ୍ଡକୁ ଧୋଇ ଦିଅନ୍ତୁ। ନଚେତ୍ ନିମ୍ବ ପତ୍ରକୁ କିଛଇ ପାଣିରେ ଫୁଟାନ୍ତୁ ଏହି ପାଣିକୁ ସାମ୍ପୁ କରିସାରିବା ପରେ ଶେଷରେ ମୁଣ୍ଡ ଧୁଅନ୍ତୁ।

ଚର୍ମ ସଂକ୍ରମଣ: ଯଦି ଚର୍ମ କୁଣ୍ଡାଇ ହେଉଛି ବା ପୋଡ଼ୁଛି, ସେ ସ୍ଥାନରେ ନିମ୍ବ ପତ୍ର ପେଷ୍ଟ ଲଗାଇପାରିବେ। ଏହାଛଡ଼ା କୌଣସି ପ୍ରକାର ଚର୍ମ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ସକାଳେ ଖାଲିପେଟରେ ନିମ୍ବ ପତ୍ର ଓ ହଳଦିକୁ ବାଟି ପିଅନ୍ତୁ। ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିବ।

ବ୍ରଣ ସମସ୍ୟା: ସପ୍ତାହକୁ ଦୁଇଥର ନିମ୍ବ ପତ୍ରକୁ ମୁହଁରେ ପ୍ୟାକ୍‌ ଭଳି ଲଗାନ୍ତୁ। ଏଭଳି ମାସେ ଯାଏଁ କରନ୍ତୁ ବ୍ରଣ ସମସ୍ୟା ଦୂର ହେବ।

ନିମ୍ବ ପତ୍ର ଛଡ଼ା ନିମ୍ବ କଢ଼ ବା ଫୁଲ ଶରୀର ଲାଗି ବେଶ୍‌ ଲାଭଦାୟକ। ନିମ୍ବ ଫୁଲ ଆନୋରେକ୍ସିଆ, ବାନ୍ତି, କୃମି ଦୂର କରିପାରେ। ନିମ୍ବ ଫୁଲ ଖାଇବା ଦ୍ୱାରା ଡାଏବେଟିସ୍‌ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ।