ଡାଏବେଟିସ୍ ରୋଗୀ କେମିତି ସୁସ୍ଥ ରହିବେ? ବରିଷ୍ଠ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ ଆସନ୍ତୁ ଏବିଷୟରେ ସବିଶେଷ ତଥ୍ୟ ଜାଣିବା।

ସମଗ୍ର ବିଶ୍ୱରେ ଡାଏବେଟିସ୍ ବା ମଧୁମେହ ରୋଗ ଏକ ଜଟିଳ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବ ଏକ ପ୍ରକାରର ଅସମ୍ଭବ। ହେଲେ ଏହାକୁ ନିୟନ୍ତ୍ରଣରେ ରଖିଲେ ହାର୍ଟ ଆଟାକ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ଆମେ ରକ୍ଷା ପାଇ ପାରିବା।

ଡାଏବେଟିସ୍‌କୁ ନିୟନ୍ତ୍ରଣରେ ରଖିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ କରିବା ଜରୁରୀ। ସଠିକ୍‌ ସମୟରେ ଶୋଇବେ, ସଠିକ୍‌ ସମୟରେ ଉଠିବେ, ସଠିକ୍‌ ବ୍ୟାୟାମ କରିବେ ଓ ସଠିକ ପରିମାଣରେ ସନ୍ତୁଳିତ ଖାଦ୍ୟ ଖାଇଲେ ଡାଏବେଟିସ୍‌ ନିୟନ୍ତ୍ରଣରେ ରହିବ।

food

ଅଧିକ ପଢ଼ନ୍ତୁ: ଡାଏବେଟିସ୍‌ କାହିଁକି ହୁଏ? ଜାଣନ୍ତୁ, ଡାକ୍ତର କ’ଣ କହୁଛନ୍ତି

ଡାଏବେଟିସ୍ ରୋଗୀ କ’ଖାଇବେ, କ’ଖାଇବେ ନାହିଁ? (What should diabetics eat and not eat in Odia)

ମଣିଷ ତା’ର ପରିଶ୍ରମ ହିସାବରେ ଖାଦ୍ୟ ଖାଇବା ଜରୁରୀ। ଜଣେ ସୂସ୍ଥ ଲୋକ ଦିନକୁ ୧୪୦୦ରୁ ୧୬୦୦ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।

ଗୋଟିଏ ରୁଟିରୁ ପ୍ରାୟ ୧୦୦-୧୨୦ କ୍ୟାଲୋରି ମିଳିଥାଏ। ଯଦି ଜଣେ ବ୍ୟକ୍ତି ୪ଟି ରୁଟି ଖାଉଛି, ତେବେ ତାକୁ ୪୦୦ କ୍ୟାଲୋରି ମିଳିବ। ତେଣୁ, ଡାକ୍ତରଙ୍କୁ ପରାମର୍ଶ କରି ଡାଏଟ୍‌ ଚାର୍ଟ ପ୍ରସ୍ତୁତ କରନ୍ତୁ। ଯେଉଁ ଡାଏବେଟିସ୍‌ ରୋଗୀମାନେ ଇନ୍‌ସୁଲିନ୍‌ ନେଉଛନ୍ତି, ସେମାନଙ୍କ ପାଇଁ ସ୍ଵତନ୍ତ୍ର ଖାଦ୍ୟ ତାଲିକା ପ୍ରସ୍ତୁତ କରାଯାଏ। କାରଣ ସେମାନେ ସଠିକ୍‌ ସମୟରେ ନ ଖାଇଲେ, ତାଙ୍କୁ ହାଇପୋଗ୍ଲାଇସେମିଆ ହୋଇଥାଏ।

ଖାଦ୍ୟକୁ ସଠିକ୍‌ ସମୟରେ, ଠିକ୍‌ ପରିମାଣରେ, ଉଚିତ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବା ଦରକାର। ଯେଉଁ ଖାଦ୍ୟରେ ବେଶି କ୍ୟାଲୋରି ଅଛି, ତାକୁ କମ୍‌ ଖାଇବା ଏବଂ ଯେଉଁ ଖାଦ୍ୟରେ କମ୍‌ କ୍ୟାଲୋରି ଅଛି, ତାକୁ ବେଶି ଖାଇବେ। ଯେପରିକି ଶାଗ, ବାଇଗଣ, କଞ୍ଚା କଦଳୀ, ବିନ୍ସ, ଜହ୍ନି, ଭେଣ୍ଡି, କାଙ୍କଡ଼ ଏସବୁ ଖାଦ୍ୟକୁ ଅଧିକ ମାତ୍ରାରେ ଖାଆନ୍ତୁ। ଗୋଟେ ମିଠା, ଛଣାଛଣି ଖାଇବା ଯୋଗୁଁ ୫୦୦-୬୦୦ କ୍ୟାଲୋରି ମିଳିଥାଏ। ଏଣୁ, ଏସବୁ ଜିନିଷକୁ ଖାଆନ୍ତୁ ନାହିଁ।

ସବୁବେଳେ ଖାଦ୍ୟ ଶସ୍ତା କିନ୍ତୁ ସ୍ଵାସ୍ଥ୍ୟକର ହେବା ଦରକାର। ଓଡ଼ିଆ ଲୋକଙ୍କ ଖାଦ୍ୟ ଡାଏବେଟିସ୍‌ ରୋଗୀଙ୍କ ପାଇଁ ବେଶ୍‌ ଭଲ। ଜାଣିରଖନ୍ତୁ, ଡାଏବେଟିସ୍‌ ହେବା ପରେ ଭାତର ମାତ୍ରା କମେଇଦେବା ଦରକାର। କାରଣ ଭାତ ଖାଇବା ଦ୍ଵାରା କ୍ୟାଲୋରି ବଢ଼ିଥାଏ ଓ ଶରୀରରେ ଶର୍କରା ମଧ୍ୟ ବଢ଼ିଥାଏ। ମୁଖ୍ୟତଃ ଆଳୁ, ମିଠା, ମହୁ, ଗୁଡ଼ ଆଦିକୁ ଖାଆନ୍ତୁ ନାହିଁ।

ସାଧାରଣତଃ ଡାଏବେଟିସ୍‌ ରୋଗୀ ସବୁପ୍ରକାର ଫଳ ଖାଇପାରିବେ। ହେଲେ କଦଳୀକୁ କମ୍‌ ଖାଇବେ, କାରଣ ଏଥିରେ କ୍ୟାଲୋରି ଏବଂ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ବହୂତ ଅଧିକ।

mustard oil

ଖାଦ୍ୟରେ ତେଲର ପରିମାଣ କେତେ ରହିବ? (What should be the amount of oil in the diet in Odia)

ଆମ ରୋଷେଇରେ ତେଲର ଭୂମିକା ଗୁରୁତ୍ଵପୂର୍ଣ୍ଣ। ଲୋକଙ୍କ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ବେଶ୍‌ ପସନ୍ଦ କରିଥା’ନ୍ତି। ହେଲେ ଜଣେ ବୟସ୍କ ଲୋକ ମାସକୁ ଅଧ ଲିଟର ତେଲ ଖାଇବା ଦରକାର। ଆପଣ ଚାହିଁଲେ ଅଲିଭ୍‌ ତେଲ, ସୂର୍ଯ୍ୟମୂଖୀ ତେଲ, ନଡ଼ିଆ ତେଲର ବ୍ୟବହାର କରିପାରିବା।

ଡାଏବେଟିସ୍‌ ରୋଗୀଙ୍କୁ ଡାକ୍ତରଙ୍କ ଉପଦେଶ (Doctors advice for diabetes patient in Odia)

ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ପରିବାରରେ କାହାକୁ ଡାଏବେଟିସ୍‌ ହୁଏ, ତେବେ କ’ଣ କରିବେ ଜାଣିରଖନ୍ତୁ।

 ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଇବେ।

ଡାକ୍ତରଙ୍କ ପରାମର୍ଶରେ ଡାଏଟଥ ଚାର୍ଟ ପ୍ରସ୍ତୁତ କରନ୍ତୁ।

ଖାଦ୍ୟରେ ସଞ୍ଜମ ଆଣିବେ।

ଦୁଇମାସକୁ ଥରେ ଡାଏବେଟିସ୍‌ ପରୀକ୍ଷା କରିବେ।

ଶାରୀରିକ ପରିଶ୍ରମ କରିବେ। ବ୍ୟାୟାମ କରିବେ।

ଚାପ ମୁକ୍ତ ରହନ୍ତୁ ଓ ସାଙ୍ଗସାଥୀଙ୍କ ସମୟ ବିତାନ୍ତୁ। କାରଣ ଚାପ ବିଭିନ୍ନ ରୋଗର କାରଣ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଆଲୋକ କାନୁନଗୋଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Diabetes control tips, in Odia language, is based on an extensive interview with Diabetologist Dr Alok Kanungo.