ପୁରୁଷଙ୍କଠାରେ ଯୌନ ଅକ୍ଷମତା ଦେଖାଯିବାର ମୁଖ୍ୟ କାରଣ ସବୁ କ’ଣ? କେମିତି ଏହାର ଚିକିତ୍ସା କରିବେ? ଜଣାଶୁଣା ୟୁରୋଲୋଜିଷ୍ଟ୍ ତଥା ଆଣ୍ଡ୍ରୋଲୋଜିଷ୍ଟ୍ ଡାକ୍ତର ବିଶ୍ୱଜିତ ନନ୍ଦଙ୍କଠାରୁ ଆସନ୍ତୁ ଏ ବିଷୟରେ ଜାଣିବା।
ବର୍ତ୍ତମାନ ସମୟରେ ପୁରୁଷଙ୍କଠାରେ ଯୌନ ଅକ୍ଷମତା ବା ଇରେକ୍ଟାଇଲ ଡିସଫଙ୍କସନ୍ ଏକ ପ୍ରମୁଖ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଯୌନ ଅକ୍ଷମତାକୁ ସରଳ ଭାଷାରେ ବୁଝିବାକୁ ଗଲେ, ଏହା ଏଭଳି ଏକ ସମସ୍ୟା ଯେଉଁଥିରେ ସହବାସ ସମୟରେ ପୁରୁଷଙ୍କଠାରେ ଯୌନ ଶୀଥିଳତା ବା ଧ୍ୱଜଭଙ୍ଗ ହେବା (ଯୌନାଙ୍ଗର ଉତ୍ଥାନ ଠିକ୍ ଭାବରେ ନହେବା)। ଏହା ଏଭଳି ଏକ ସମସ୍ୟା ବା ବିଷୟ ଯାହା ଆଲୋଚନା କରିବାକୁ ଅଧିକାଂଶ ଲୋକେ ଅନିଚ୍ଛା ପ୍ରକାଶ କରଥା’ନ୍ତି। ହେଲେ ଜାଣିବା ଦରକାର କି, ଏହି ସମସ୍ୟାର ଚିକିତ୍ସା ଉପଲବ୍ଧ।
ଯୌନ ଅକ୍ଷମତାର କାରଣ କ’ଣ? (What is the cause of Erectile dysfunction in Odia)
ଯୌନ ଅକ୍ଷମତା ହେବାର କାରଣ ହେଉଛି ହରମୋନ୍। ଯଦି ପୁରୁଷଙ୍କ ଶରୀରରେ ସିରମ୍ ଟେଷ୍ଟୋଷ୍ଟେରୋନ୍ କମିଯାଏ, ତେବେ ଯୌନ ଅକ୍ଷମତା ସମସ୍ୟା ଦେଖାଦିଏ। ଏହାଛଡ଼ା କୌଣସି ସ୍ନାୟୁଜନିତ ସମସ୍ୟା ହେଲେ, ଯୌନାଙ୍ଗକୁ ରକ୍ତ ସଞ୍ଚାଳନ କମିଗଲେ, ମାନସିକ ଚାପଗ୍ରସ୍ତ ରହିଲେ ହରମୋନ୍ରେ ଅସନ୍ତୁଳନ ହୁଏ, ଫଳରେ ଯୌନ ଅକ୍ଷମତା ହୋଇଥାଏ।
ଯୌନ ଅକ୍ଷମତା କେଉଁ ବୟସରେ ଅଧିକ ଦେଖାଯାଏ? (At what age is Erectile dysfunction more common in Odia)
ସାଧାରଣତଃ ୪୦ ପ୍ରତିଶତ ୪୦ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ଯୌନ ଅକ୍ଷମତା ଦେଖାଦେଇଥାଏ। ୪୦ ବର୍ଷ ପରେ ପୁରୁଷମାନେ ଏହି ସମସ୍ୟାକୁ କାହା ଆଗରେ କହିନଥା’ନ୍ତି କିମ୍ବା ଡାକ୍ତରଙ୍କ ପରାମର୍ଶ ନିଅନ୍ତି ନାହିଁ। ତେଣୁ ଯୌନ ଅକ୍ଷମତା ଶକତଡ଼ା କେତେ ଭାଗ ଲୋକଙ୍କଠାରେ ହୋଇଥାଏ, ତାହାର ସଠିକ୍ ତଥ୍ୟ ଜଣାପଡ଼ିନାହିଁ।
ଅଧିକ ପଢ଼ନ୍ତୁ: କାହିଁକି ହୁଏ ଯୌନ ସମସ୍ୟା? ଜାଣନ୍ତୁ କ’ଣ ରହିଛି ଏହାର ଚିକିତ୍ସା
କାହିଁକି ହୁଏ ଯୌନ ଅକ୍ଷମତା? (Why does Erectile dysfunction occur in Odia)
ସାଇକୋଲୋଜିକାଲ ଫ୍ୟାକ୍ଟର – ଏହା ସାଧାରଣତଃ ବୟସ ହେଲେ ହୋଇପାରେ। ଏହାଛଡ଼ା ମାନସିକ ରୋଗ, ମନରେ ଭୟ ହେଲେ ଯୌନ ଅକ୍ଷମତା ହୋଇପାରେ।
ରକ୍ତ ପ୍ରବାହ: ଯଦି ଜଣେ ପୁରୁଷଙ୍କୁ ଡାଏବେଟିସ୍ ହୁଏ ଓ କୋଲେଷ୍ଟ୍ରୋଲ ବା ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧି ହୁଏ, ତେବେ ଯୌନାଙ୍ଗକୁ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୁଏ। ଫଳରେ ଯୌନ ଅକ୍ଷମତା ହେବାର ଆଶଙ୍କା ଥାଏ। ଯଦି ଜଣେ ପୁରୁଷର ୩୦ରୁ ୪୦ ବର୍ଷ ବୟସ ପରେ ଯୌନ ଅକ୍ଷମତା ହୁଏ ତାହାହେଲେ ଭବିଷ୍ୟତରେ କାର୍ଡିଆକ୍ ରୋଗ ହେବାର ଆଶଙ୍କା ବହୁତ ଅଧିକ।
ନିୟମିତ ମଦ୍ୟପାନ, ଧୂମପାନ କରିବା ଦ୍ୱାରା ମଧ୍ୟ ଯୌନ ଅକ୍ଷମତା ହୋଇପାରେ।
ସୁଷମ ଖାଦ୍ୟ ସେବନ ନ କରିବା ଦ୍ଵାରା ଶରୀରରେ ଭିଟାମିନ୍ର ଅଭାବ ଦେଖାଦିଏ। ଫଳରେ ବ୍ୟକ୍ତି ସ୍ନାୟୁଜନିତ ସମସ୍ୟାରେ ପୀଡ଼ିତ ହେବେ। ଏହା ମଧ୍ୟ ଯୌନ ଅକ୍ଷମତାର କାରଣ।
ଯୌନ ଅକ୍ଷମତାର ପରୀକ୍ଷଣ (Diagnosis of Erectile dysfunction in Odia)
ଯୌନ ଅକ୍ଷମତାର ପରୀକ୍ଷଣ କରିବା ପାଇଁ ବ୍ୟକ୍ତିଙ୍କର ସମସ୍ୟା ବିଷୟରେ ପଚାରି ବୁଝାଯାଏ। ଏହାଛଡ଼ା ରକ୍ତ ପରୀକ୍ଷା, ସିରମ୍ ଟେଷ୍ଟୋଷ୍ଟେରୋନ୍, ଲିପିଡ୍ ପ୍ରୋଫାଇଲ୍, ରକ୍ତ ଶର୍କରା ଆଦି ପରୀକ୍ଷା କରାଯାଏ। ଏହାସହ ଡପ୍ଲର୍ ପରୀକ୍ଷା କରାଯାଏ। ଏଥିରେ ବ୍ୟକ୍ତିଙ୍କୁ ଗୋଟେ ପ୍ରକାର ଔଷଧ ଦେଇ ଦେଖାଯାଏ ଯେ, ରକ୍ତ ପ୍ରବାହ କେତେ ଜୋରରେ ହେଉଛି। ଯଦି ରକ୍ତ ପ୍ରବାହ ସଠିକ୍ ଭାବେ ହେଉଛି, ତେବେ ଇରେକ୍ସନ୍ ଭଲ ହେଉଛି ବୋଲି ଜାଣିବା। ଏହାବ୍ୟତୀତ ଯୌନାଙ୍ଗର ଅଲଟ୍ରାସାଉଣ୍ଡ କରି ରକ୍ତ ପ୍ରବାହକୁ ମପାଯାଏ।
ଯୌନ ଅକ୍ଷମତାର ଚିକିତ୍ସା କିପରି ହୁଏ? (Treatment of Erectile dysfunction treated in Odia)
ଯୌନ ଅକ୍ଷମତାର ଚିକିତ୍ସା କରିବା ପାଇଁ ପ୍ରଥମେ ଏହାର କାରଣ ଜାଣିବାକୁ ହୋଇଥାଏ ଓ ରୋଗୀର ଜୀବନଶୈଳୀ ବିଷୟରେ ଜାଣିବା ନିହାତି ଜରୁରୀ। ଯଦି ଜଣେ ରୋଗୀ ମୋଟା, ତେବେ ତାଙ୍କୁ ଓଜନ କମ୍ କରିବା ହେବ। ଡାଏବେଟିସ୍, କୋଲେଷ୍ଟ୍ରୋଲ ଅଧିକ ଥିଲେ ତାକୁ କମ୍ କରିବାକୁ ହେବ। ସ୍ନାୟୁ ଜନିତ ସମସ୍ୟା ଥିଲେ ଔଷଧ ଖାଇବାକୁ ପଡ଼ିବ। ତାହା ସହିତ କେତେକ ଔଷଧ ଖାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏସବୁ ମେଡିସିନ୍ ଖାଇବା ପରେ ବି ସମସ୍ୟାର ସମାଧାନ ନ ହୁଏ, ତେବେ ଯୌନାଙ୍ଗରେ ଏକ ଇଞ୍ଜେକ୍ସନ୍ ଦିଆଯାଏ।
ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ (Take the medicine on the advice of a doctor)
ଯୌନ ଅକ୍ଷମତା ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ।
କେମିତି ରୋକିବା ଯୌନ ଅକ୍ଷମତା? (How to prevent Erectile dysfunction in Odia)
ଯୌନ ଅକ୍ଷମତା ହେଉଛି ସାଇକୋଲୋଜିକାଲ ରୋଗ ଏବଂ ଜୀବନଶୈଳୀ ଭିତ୍ତିକ ରୋଗ। ତେଣୁ ବ୍ୟାୟାମ କରିବା ଜରୁରୀ, ମଦ୍ୟପାନ ଓ ଧୂମପାନ ସେବନ ବନ୍ଦ କରିବାକୁ ହେବ।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ବିଶ୍ୱଜିତ ନନ୍ଦଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: This information on Erectile Dysfunction, in Odia language, is based on an extensive interview with Urologist and andrologist Dr Biswajit Nanda.