hepatitis fever

ଜ୍ୱର ହୋଇଥିଲେ କେଉଁ ଭଳି ଖାଦ୍ୟ ଖାଇବା ଶରୀର ପକ୍ଷେ ହିତକର, ଜାଣିରଖନ୍ତୁ।

ଶରୀରର ତାପମାତ୍ରା ବଢ଼ିଗଲେ ଜ୍ୱର ହୋଇଛି ବୋଲି ଭାବିବା। ସାଧାରଣତଃ ଜ୍ଵର ହେଲେ କିଛି ଖାଇବା ପାଇଁ ଇଚ୍ଛା ହୁଏନି। ପାଟିକୁ ଅରୁଚି ଲାଗେ। କେତେକ ଲୋକଙ୍କୁ ଜ୍ଵର ବେଳେ ବାନ୍ତି ଲାଗିବା, ବାନ୍ତି ହେବା, କୋଷ୍ଠକାଠିନ୍ୟ ସମସ୍ୟା, ପେଟ ଫାମ୍ପିଲା ଭଳି ଅନୁଭୂତ ହୁଏ। ତେଣୁ, ଜ୍ୱର ବେଳେ କେଉଁ ଭଳି ଖାଦ୍ୟ ଖାଇବା ଜରୁରୀ, ଜାଣିରଖନ୍ତୁ।

ଜ୍ଵର ସମୟରେ ପାଟିକୁ ଭଲ ଲାଗିବା ପାଇଁ ପାଚିଲା ଫଳ ଖାଇପାରିବେ।

ଚା’ କଫିକୁ ଅଳ୍ପ ମାତ୍ରାରେ ପିଇପାରିବେ।

ଏହି ସମୟରେ ଖାଇବା ପାଇଁ ବିଶେଷ ଇଚ୍ଛା ହେଉ ନ ଥିବାରୁ ତରଳ ଖାଦ୍ୟ ଖାଇପାରିବେ। ଏହା ବ୍ୟତୀତ ରୋଷେଇ ଖାଦ୍ୟକୁ ବେଶି ସୁସ୍ଵାଦୁ କରିବା ପାଇଁ ଧ୍ୟାନ ଦେବା ଦରକାର। ଜ୍ୱର ସମୟରେ କମ୍ ତେଲ ଓ  ନାମକୁ ମାତ୍ର ମସଲା ମସଲି ଦେଇ ଖାଦ୍ୟ ରାନ୍ଧିବା ଆବଶ୍ୟକ।

chicken soup

ବହୁ ଲୋକଙ୍କର ଧାରଣା ଥାଏ ଯେ, ଜ୍ଵର ରୋଗୀଙ୍କୁ ଭାତ ଖାଇବାକୁ ଦେଲେ ଜ୍ଵର ବଢ଼ିଥାଏ, କିନ୍ତୁ ଏଭଳି ଧାରଣାର ପଛରେ କୌଣସି ବୈଜ୍ଞାନିକ ଭିତ୍ତିନାହିଁ। ରୋଗୀ ଯାହା ଯାହା ଖାଇବା ପାଇଁ ଚାହିଁବ, ତାହା ତା’କୁ ଖାଇପାରିବ। ଏଣିକି ଭାତ ସହଜରେ ହଜମ ହୋଇଥାଏ।

ରୋଗୀ ଏକାଥରକେ ବେଶି ପରିମାଣର ଖାଦ୍ୟ ଖାଇବା ପାଇଁ ଇଚ୍ଛା କରେନି ଓ ବେଶି ଖାଇଦେଲେ ତା’କୁ ଆରାମ ନ ଲାଗି ଅସ୍ଵସ୍ତି ଲାଗିଥାଏ। ତେଣୁ ଅଳ୍ପ ଅଳ୍ପ କରି ବେଶିଥର ଖାଇବା ଉଚିତ।

ଭଜାଭାଜି, ତେଲ ଘିଅ, ଲହୁଣି, ଚର୍ବିଯୁକ୍ତ ଖାଦ୍ୟ, ଛଣାଛଣି ଜିନିଷ, ମସଲା ଖାଦ୍ୟ, ଫାଷ୍ଟଫୁଡ୍, ଆଇସକ୍ରିମ, କୋଲଡ୍ ଡ୍ରିଙ୍କସ୍ ଇତ୍ୟାଦି ଜ୍ଵର ସମୟରେ ଖାଇବା ଅନୁଚିତ।

ଶରୀରରେ ଶ୍ଵେତସାରର ଭରଣା ପାଇଁ  ରୋଗୀକୁ ଗ୍ଳୁକୋଜ, ମହୁ, ଫଳରସ, ଖଜୁରି, କିସମିସ୍‌, ପାଚିଲା ଅମୃତଭଣ୍ଡା, ସେଓ, ଅଙ୍ଗୁର ଇତ୍ୟାଦି ସାଙ୍ଗକୁ, ଭାତ, ରୁଟି, ଡାଲି ଆଳୁ ସାଗୁ, ଖେଚେଡି, ପାଉଁରୁଟି, ଟୋଷ୍ଟ, କନଫ୍ଲେକ୍ସ ଉପମା, ହାଲୁଆ ଇତ୍ୟାଦି ଖାଦ୍ୟ ଦେଇପାରିବେ।